A A A A A

ଭଲ ଚରିତ୍ର |: [ନିବୃତ୍ତତା |]


୨ କରିନ୍ଥୀୟ ୧୨:୨୧
କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ଵର ତୁମ୍ଭମାନଙ୍କ ସମ୍ଵନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି, ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରି ନାହାନ୍ତି, ଏପରି ଅନେକ ଲୋକଙ୍କ ନିମନ୍ତେ ମୁଁ ଶୋକ କରେ ।

୨ ତୀମଥି ୨:୨୨
କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ଵାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ ।

ପ୍ରେରିତ 15:20
କିନ୍ତୁ ପ୍ରତିମା ସମ୍ଵନ୍ଧୀୟ ଅଶୁଚିତା, ପରଦାର, ଶ୍ଵାସରୋଧ ଦ୍ଵାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ ।

କଲସୀୟ 3:5
ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି ପ୍ରତିମାପୂଜା ରୂପ ଲୋଭ, ଏହିସବୁ ପ୍ରତି ମୃତ ହୁଅ;

ଏଫିସୀୟ ୫:୩
କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ଵା ଲୋଭ, ଏହିସବୁ ନାମରେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ, ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ;

ଗାଲାତୀୟ ୫:୧୯
ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା: ବ୍ୟଭିଚାର, ଅଶୁଚିତା,

୧ କରିନ୍ଥୀୟ ୬:୧୮-୧୯
[୧୮] ବ୍ୟଭିଚାରଠାରୁ ପଳାୟନ କର । ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ ।[୧୯] ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ଵରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଅଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁନ୍ତ

୧ କରିନ୍ଥୀୟ ୭:୨
କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ଵାମୀ ଥାଉ ।

୧ କରିନ୍ଥୀୟ ୧୦:୧୩
ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ଵାଭାବିକ, ତାହା ଛଡ଼ା ଅନ୍ୟପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ଵର ବିଶ୍ଵାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।

୧ ପିତର ୨:୧୧
ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ାକରୁ, ବିମୁଖ ହୁଅ, ସେଗୁଡ଼ାକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ ।

ଏବ୍ରୀ ୧୩:୪
ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ଵର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ ।

ଯିହୂଦା ୧:୭
ସେହିପରି ସଦୋମ ଓ ଗମୋରା ପୁଣି ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ଵାଭାବିକ କାମୁକତାରେ ଆସକ୍ତ ହେବାରୁ ଅନ; ଅଗ୍ନିରୂପ ଦଣ୍ତ ଭୋଗ କରି ଦୃଷ୍ଟାନ୍ତ ସ୍ଵରୂପ ହୋଇ ଅଛନ୍ତି ।

ମାଥିଉ ୫:୮
ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ଵରଙ୍କ ଦର୍ଶନ ପାଇବେ ।

ହିତୋପଦେଶ ୩୧:୩୦
ଲାବଣ୍ୟ ପ୍ରବଞ୍ଚନାଜନକ ଓ ସୌନ୍ଦର୍ଯ୍ୟ ଅସାର; ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ ।

ରୋମୀୟ ୧୨:୧
ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ଵରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ଵରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା ।

ରୋମୀୟ ୧୩:୧୩
ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ, ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ ।

୧ ଥେସଲନୀକୀୟ ୪:୩-୪
[୩] କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ଵରଙ୍କର ଇଚ୍ଛା, ଅର୍ଥାତ୍, ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ୍ ରୁହ,,[୪] ଆଉ, ଯେପରି ଈଶ୍ଵରଙ୍କ ସମ୍ଵନ୍ଧରେ ଅଜ୍ଞ ବିଜାତିମାନଙ୍କ ପରି କାମାଭିଳାଷୀ ନ ହୋଇ

ଗାଲାତୀୟ ୫:୧୯-୨୧
[୧୯] ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା: ବ୍ୟଭିଚାର, ଅଶୁଚିତା,[୨୦] କାମୁକତା, ପ୍ରତିମାପୂଜା, କୁହୁକ, ଶତ୍ରୁତା, ବିବାଦ, ଦ୍ଵେଷ, କ୍ରୋଧ, ସ୍ଵାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,[୨୧] ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ଵରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।

ଆଦି ୩୯:୭-୧୦
[୭] ଆଉ ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁର ଭାର୍ଯ୍ୟା ଯୋଷେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା; ତହୁଁ ତାଙ୍କୁ କହିଲା, ତୁମ୍ଭେ ମୋʼ ସଙ୍ଗେ ଶୟନ କର ।[୮] ମାତ୍ର ଯୋଷେଫ ଅସ୍ଵୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, ଦେଖ, ଏ ଗୃହରେ ମୋʼ ଜିମା ଯାହା ଅଛି, ମୋʼ ପ୍ରଭୁ ତହିଁର ତତ୍ତ୍ଵ ନିଅନ୍ତି ନାହିଁ, ସେ ମୋʼ ହସ୍ତରେ ଆପଣାର ସର୍ବସ୍ଵ ସମର୍ପଣ କରିଅଛନ୍ତି ।[୯] ଏହି ଗୃହରେ ମୋʼଠାରୁ ବଡ଼ କେହି ନାହିଁ; ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏନିମନ୍ତେ କେବଳ ତୁମ୍ଭ ଛଡ଼ା ମୋʼ ପ୍ରତି ଆଉ କିଛି ମନା ନାହିଁ । ଏହେତୁ ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ଵରଙ୍କ ବିରୁଦ୍ଧରେ ପାପ କରିପାରେ?[୧୦] ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋଷେଫଙ୍କୁ ଏପରି କହେ; ମାତ୍ର ଯୋଷେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ଵା ତାହା ନିକଟରେ ରହିବାକୁ ସମ୍ମତ ହୁଅନ୍ତି ନାହିଁ ।

Odia Bible (OROV) 2014
Copyright © 2014 by The Bible Society of India