A A A A A

ଅତିରିକ୍ତ: [କ୍ୟାନିବ୍ୟାଲିଜିମ୍ |]


ଯିରିମୀୟ 19:9
ଆଉ, ସେମାନଙ୍କର ଶତ୍ରୁମାନେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନେ ସେମାନଙ୍କୁ ଅବରୋଧ କରିବା ଓ ସଙ୍କଟରେ ପକାଇବା ସମୟରେ ଆମ୍ଭେ ସେମାନଙ୍କୁ ଆପଣା ଆପଣା ପୁତ୍ରକନ୍ୟାର ମାଂସ ଭୋଜନ କରାଇବା ଓ ପ୍ରତ୍ୟେକେ ଆପଣା ଆପଣା ମିତ୍ରର ମାଂସ ଖାଇବେ ।

ଯିହିଜିକଲ 5:10
ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ପିତୃଗଣ ସନ୍ତାନଗଣକୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାକୁ ଭୋଜନ କରିବେ; ପୁଣି, ଆମ୍ଭେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା ଓ ତୁମ୍ଭର ସମଗ୍ର ଅବଶିଷ୍ଟାଂଶକୁ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ।

ଲେବୀୟ 26:29
ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ମାଂସ ଖାଇବ ଓ କନ୍ୟାଗଣର ମାଂସ ତୁମ୍ଭେମାନେ ଭୋଜନ କରିବ ।

ଦ୍ଵିତୀୟ ରାଜାବଳୀ ୬:୨୮-୨୯
[୨୮] ଆହୁରି ରାଜା ତାହାକୁ କହିଲେ, ତୁମ୍ଭର କି ଦୁଃଖ ହୋଇଅଛି? ତହୁଁ ସେ ଉତ୍ତର ଦେଲା, ଏହି ସ୍ତ୍ରୀ ମୋତେ କହିଲା, ତୁମ୍ଭ ପୁଅଟିକୁ ଦିଅ, ଆମ୍ଭେମାନେ ତାକୁ ଆଜି ଖାଇବା, ପୁଣି ମୋʼ ପୁଅକୁ କାଲି ଖାଇବା ।[୨୯] ତହୁଁ ଆମ୍ଭେମାନେ ମୋʼ ପୁଅକୁ ସିଦ୍ଧ କରି ଖାଇଲୁ; ପୁଣି ଆର ଦିନ ମୁଁ ତାହାକୁ କହିଲି, ତୁମ୍ଭ ପୁଅକୁ ଦିଅ, ଆମ୍ଭେମାନେ ତାକୁ ଖାଇବା; ମାତ୍ର ସେ ଆପଣା ପୁଅକୁ ଲୁଚାଇଅଛି ।

ବିଳାପ ४:१०
ସ୍ନେହବତୀ ସ୍ତ୍ରୀଗଣର ହସ୍ତ ଆପଣା ଆପଣା ପିଲାମାନଙ୍କୁ ରାନ୍ଧିଅଛି; ମୋʼ ଲୋକଙ୍କ କନ୍ୟାର ବିନାଶ ସମୟରେ ଶିଶୁମାନେ ସେମାନଙ୍କର ଆହାର ହେଲେ ।

ବିଳାପ 2:20
ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, ତୁମ୍ଭେ କାହା ପ୍ରତି ଏପ୍ରକାର ବ୍ୟବହାର କରିଅଛ? ସ୍ତ୍ରୀଲୋକେ କି ଆପଣା ଗର୍ଭଫଳକୁ, ହସ୍ତରେ ଲାଳିତ ଶିଶୁମାନଙ୍କୁ ଭୋଜନ କରିବେ? ଯାଜକ ଓ ଭବିଷ୍ୟଦ୍ବକ୍ତା କି ପ୍ରଭୁଙ୍କର ପବିତ୍ର ସ୍ଥାନରେ ହତ ହେବେ?

ଦ୍ଵିତୀୟ ବିବରଣ २८:५३-५७
[५३] ଅବରୋଧ କାଳେ ଓ ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଯେଉଁ ଅକଳରେ ପକାଇବେ, ସେହି ଅକଳରେ, ତୁମ୍ଭେ ନିଜ ଶରୀରର ଫଳ, ଅର୍ଥାତ୍, ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ ।[५४] ଅବରୋଧ କାଳେ ଓ ଶତ୍ରୁ ତୁମ୍ଭ ସମସ୍ତ ନଗରଦ୍ଵାରରେ ତୁମ୍ଭକୁ ଯେଉଁ ଅକଳରେ ପକାଇବ, ସେହି ଅକଳରେ, ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ କୋମଳ ଓ ଅତି ସୁକୁମାର ଲୋକ ଆପଣା ଭାଇ ପ୍ରତି ଓ ଆପଣା ବକ୍ଷଃସ୍ଥାୟିନୀ ଭାର୍ଯ୍ୟା ପ୍ରତି ଓ ଆପଣାର ଅବଶିଷ୍ଟ ରହିଥିବା ସନ୍ତାନମାନଙ୍କ ପ୍ରତି ଏପରି କୁଦୃଷ୍ଟି କରିବ;[५५] ଯେ ତାହାର କିଛିମାତ୍ର ନ ଥିବାରୁ ସେ ଆପଣାର ଯେଉଁ ସନ୍ତାନର ମାଂସ ଖାଇବ, ତହିଁରୁ ସେମାନଙ୍କର କାହାରିକି କିଛି ଦେବ ନାହିଁ ।[५६] ଅବରୋଧ କାଳେ ଓ ଶତ୍ରୁ ତୁମ୍ଭ ନଗରଦ୍ଵାର-ମାନଙ୍କରେ ତୁମ୍ଭକୁ ଯେଉଁ ଅକଳରେ ପକାଇବ ସେହି ଅକଳରେ, ତୁମ୍ଭମାନଙ୍କ ମଧ୍ୟବର୍ତ୍ତିନୀ ଯେଉଁ କୋମଳାଙ୍ଗୀ ଓ ସୁକୁମାରୀ ସ୍ତ୍ରୀ ଆପଣା ସୁକୁମାରତା ଓ କୋମଳତା ହେତୁରୁ ଆପଣା ତଳିପା ଭୂମିରେ ରଖିବାକୁ ଭରସେ ନାହିଁ, ସେ ଆପଣା ବକ୍ଷସ୍ଥାୟୀ ସ୍ଵାମୀ ପ୍ରତି ଓ ଆପଣା ପୁତ୍ର ପ୍ରତି ଓ ଆପଣା କନ୍ୟା ପ୍ରତି କୁଦୃଷ୍ଟି କରିବ;[५७] ଆହୁରି ଆପଣା ଦୁଇ ପାଦ ମଧ୍ୟରୁ ନିର୍ଗତ ଗର୍ଭପୁଷ୍ପ ପ୍ରତି ଓ ଆପଣା ପ୍ରସୂତ ସନ୍ତାନମାନଙ୍କ ପ୍ରତି (କୁଦୃଷ୍ଟି କରିବ), କାରଣ ସବୁ ବିଷୟର ଅଭାବ ହେତୁରୁ ସେ ସେମାନଙ୍କୁ ଗୋପନରେ ଖାଇବ ।

ଆଦି ୧:୨୬-୨୭
[୨୬] ଏଥିଉତ୍ତାରୁ ପରମେଶ୍ଵର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ । ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ଵ କରିବେ ।[୨୭] ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ ।

୨ କରିନ୍ଥୀୟ 5:8
ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ ।

ଲୂକ 16:19-26
[19] ଜଣେ ଧନୀ ଲୋକ ଥିଲା, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ଵରରେ ପ୍ରତିଦିନ ଆମୋଦପ୍ରମୋଦ କରୁଥିଲା;[20] କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା, ତାʼର ଦେହଯାକ ଘାଆ ଭର୍ତ୍ତି ହୋଇଥିଲା;[21] ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଣ୍ଠାରୁ କିଛି ଖାଇ ପେଟ ପୂରାଇବାକୁ ଆଶା କରୁଥିଲା; ଆଉ, କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆସବୁ ଚାଟୁଥିଲେ ।[22] କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ଵାରା ଅବ୍ରହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା ।[23] ଆଉ, ସେ ନରକ ଯନ୍ତ୍ରଣାରେ।। କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ତାଙ୍କ କୋଳରେ ଲାଜାରକୁ ଦେଖିଲା ।[24] ସେଥିରେ ସେ ଡାକି କହିଲା, ହେ ପିତା ଅବ୍ରହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ଆପଣା ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ତା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି ।[25] କିନ୍ତୁ ଅବ୍ରହାମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ଵନା ପାଉଅଛି, ଆଉ ତୁ କଲବଲ ହେଉଅଛୁ ।[26] ତାହା ଛଡ଼ା ତୁମ ଆମ ମଧ୍ୟରେ ଅତି ବୃହତ୍ ବ୍ୟବଧାନ ଅବସ୍ଥିତ, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରନ୍ତି ନାହିଁ, ପୁଣି ସେସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରନ୍ତି ନାହିଁ ।

ପ୍ରକାଶିତ ବାକ୍ୟ 20:11-15
[11] ତତ୍ପରେ ମୁଁ ଗୋଟିଏ ବୃହତ୍ ଶ୍ଵେତବର୍ଣ୍ଣ ସିଂହାସନ ଓ ତଦୁପବିଷ୍ଟ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ତଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ, ।[12] ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ ।[13] ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ ।[14] ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା । ଏହି ମୃତ୍ୟୁ, ଅର୍ଥାତ୍, ଅଗ୍ନିମୟ ହ୍ରଦ, ଦ୍ଵିତୀୟ ମୃତ୍ୟୁ ।[15] ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା ।

ଦ୍ଵିତୀୟ ବିବରଣ ୨୮:୫୩
ଅବରୋଧ କାଳେ ଓ ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଯେଉଁ ଅକଳରେ ପକାଇବେ, ସେହି ଅକଳରେ, ତୁମ୍ଭେ ନିଜ ଶରୀରର ଫଳ, ଅର୍ଥାତ୍, ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ ।

୧ କରିନ୍ଥୀୟ १४:३४-३५
[३४] ସାଧୁମାନଙ୍କ ସମସ୍ତ ମଣ୍ତଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ତଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ବ୍ୟବସ୍ଥାର ଉକ୍ତି ଅନୁସାରେ,,ସେମାନେ ବଶୀଭୂତ ହୋଇ ରହନ୍ତୁ ।[३५] ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ଵାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ତଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ ।

ଲୂକ १:३७
କାରଣ ଈଶ୍ଵରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ ।

ଯୋହନ १:१
ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ଵରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ଵର ଥିଲେ ।

ଦ୍ଵିତୀୟ ବିବରଣ २८:५७
ଆହୁରି ଆପଣା ଦୁଇ ପାଦ ମଧ୍ୟରୁ ନିର୍ଗତ ଗର୍ଭପୁଷ୍ପ ପ୍ରତି ଓ ଆପଣା ପ୍ରସୂତ ସନ୍ତାନମାନଙ୍କ ପ୍ରତି (କୁଦୃଷ୍ଟି କରିବ), କାରଣ ସବୁ ବିଷୟର ଅଭାବ ହେତୁରୁ ସେ ସେମାନଙ୍କୁ ଗୋପନରେ ଖାଇବ ।

୧ ତୀମଥି २:११-१५
[११] ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ଵୀକାର କରି ମୌନ ଭାବରେ ଶିକ୍ଷା ଗ୍ରହଣ କରୁ ।[१२] ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ମୌନ ରହୁ ।[१३] କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା;[१४] ଆଉ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞାଲଙ୍ଘନ ଦୋଷରେ ଦୋଷୀ ହେଲେ;[१५] କିନ୍ତୁ ସେମାନେ ସୁବୁଦ୍ଧି ସହ ବିଶ୍ଵାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ, ସେ ସନ୍ତାନ ପ୍ରସବ କରିବା ଦ୍ଵାରା ପରିତ୍ରାଣ ପାଇବ ।

୧ ତୀମଥି ५:३-१६
[३] ନିରାଶ୍ରୟ ବିଧବାମାନଙ୍କୁ ସମାଦର କର ।[४] କିନ୍ତୁ ଯେବେ କୌଣସି ବିଧବାର ପୁତ୍ରକନ୍ୟା ବା ପୌତ୍ରପୌତ୍ରୀ ଥାଆନ୍ତି, ତେବେ ସେମାନେ ପ୍ରଥମରେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ପ୍ରତ୍ୟୁପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ଵରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ ଅଟେ ।[५] ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ, ସେ ଈଶ୍ଵରଙ୍କ ଉପରେ ଭରସା ରଖି ଦିବାରାତ୍ର ନିବେଦନ ଓ ପ୍ରାର୍ଥନାରେ ପ୍ରବୃତ୍ତ ଥାଏ;[६] କିନ୍ତୁ ଯେ ଭୋଗାଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ ।[७] ସେମାନେ ଯେଯରି ଅନିନ୍ଦନୀୟ ହୁଅନ୍ତି, ଏଥିପାଇଁ ଏହି ସମସ୍ତ ମଧ୍ୟ ସେମାନଙ୍କୁ ଆଜ୍ଞା ଦିଅ ।[८] କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ତତ୍ତ୍ଵ ନ ନିଏ, ସେ ବିଶ୍ଵାସମତ ଅସ୍ଵୀକାର କରିଅଛି, ଆଉ ସେ ଅବିଶ୍ଵାସୀଠାରୁ ଅଧମ ଅଟେ, ।[९] ଯେଉଁ ବିଧବାର ବୟସ ଷାଠିଏ ବର୍ଷରୁ ଊଣା ନୁହେଁ,[१०] ଆଉ, ଯେ ଏକ ସ୍ଵାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ସୁଖ୍ୟାତିପ୍ରାପ୍ତ, ଅର୍ଥାତ୍, ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦପ୍ରକ୍ଷାଳନ, ଦୁଃଖୀର ଦୁଃଖମୋଚନ କରିଥାଏ, ପୁଣି ସମସ୍ତ ସତ୍କର୍ମରେ ଉଦ୍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ ।[११] କିନ୍ତୁ ଯୁବତୀ ବିଧବାମାନଙ୍କୁ ଅଗ୍ରାହ୍ୟ କର, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;[१२] ସେମାନେ ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଙ୍ଘନ କରିବାରୁ ଦଣ୍ତନୀୟ ହୁଅନ୍ତି ।[१३] ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଆଳସ୍ୟ-ପ୍ରିୟ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟପ୍ରିୟ ନୁହେଁ, ମାତ୍ର ଅସାର ଗଳ୍ପ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରନ୍ତି ।[१४] ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦିଅନ୍ତୁ;[१५] କାରଣ ଏବେ ମଧ୍ୟ କେହି କେହି ଶୟତାନର ପଶ୍ଚାଦ୍ବର୍ତ୍ତୀ ହୋଇ ବିପଥଗାମୀ ହୋଇଅଛନ୍ତି ।[१६] ଯଦି କୌଣସି ବିଶ୍ଵାସିନୀ ମହିଳାଙ୍କ ଗୃହରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ମୋଚନ କରନ୍ତୁ, ଆଉ ମଣ୍ତଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ତଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ମୋଚନ କରି ପାରେ ।

୧ କରିନ୍ଥୀୟ ୧୧:୨-୧୬
[୨] ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେସମସ୍ତ ବିଧି ଦେଇଅଛି, ସେହିସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି ।[୩] କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକସ୍ଵରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ଵରୂପ ଓ ଈଶ୍ଵର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ଵରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା ।[୪] ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ଵା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ ।[୫] କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ଵା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ତନ ହେବା ସଙ୍ଗେ ସମାନ ।[୬] କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ, ତେବେ ସେ କେଶ ମଧ୍ୟ କାଟିପକାଉ; କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ତନ କରିବା ଲଜ୍ଜାଜନକ, ତାହାହେଲେ ସେ ମସ୍ତକ ଆଚ୍ଛାଦନ କରୁ ।[୭] ପୁରୁଷ ଈଶ୍ଵରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ଵରୂପ ହେବାରୁ ପ୍ରକୃତରେ ତାʼର ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହେଁ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ଵରୂପ ।[୮] କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି ।[୯] ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷର ସୃଷ୍ଟି ହେଲା ନାହିଁ; କିନ୍ତୁ ପୁରୁଷ ନିମନ୍ତେ ସ୍ତ୍ରୀର ସୃଷ୍ଟି ହେଲା ।[୧୦] ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧୀନତାର ଚିହ୍ନ ଘେନିବା ଉଚିତ ।[୧୧] ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ଵତନ୍ତ୍ର ନୁହେଁ କିମ୍ଵା ସ୍ତ୍ରୀଠାରୁ ପୁରୁଷ ସ୍ଵତନ୍ତ୍ର ନୁହେଁ । କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ,[୧୨] ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ଵାରା ଉତ୍ପନ୍ନ; କିନ୍ତୁ ସମସ୍ତ ବିଷୟ ଈଶ୍ଵରଙ୍କଠାରୁ ଉତ୍ପନ୍ନ ।[୧୩] ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କଅଣ ଉପଯୁକ୍ତ?[୧୪] ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ,[୧୫] କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ? କାରଣ ଆବରଣ ସ୍ଵରୂପେ ତାʼର କେଶ ତାହାକୁ ଦିଆଯାଇଅଛି ।[୧୬] କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ଵା ଈଶ୍ଵରଙ୍କ ମଣ୍ତଳୀସମୂହର ନାହିଁ ।

Odia Bible (OROV) 2014
Copyright © 2014 by The Bible Society of India