୧ ତୀମଥି ୫:୮ |
କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ତତ୍ତ୍ଵ ନ ନିଏ, ସେ ବିଶ୍ଵାସମତ ଅସ୍ଵୀକାର କରିଅଛି, ଆଉ ସେ ଅବିଶ୍ଵାସୀଠାରୁ ଅଧମ ଅଟେ, । |
|
୨ କରିନ୍ଥୀୟ 9:8 |
ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରି ପାର, ଏଥିନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି, |
|
ଦ୍ଵିତୀୟ ବିବରଣ ୨୯:୧୨ |
ତୁମ୍ଭମାନଙ୍କ ପ୍ରଧାନମାନେ, ତୁମ୍ଭମାନଙ୍କ ବଂଶସମୂହ, ତୁମ୍ଭମାନଙ୍କ ପ୍ରାଚୀନଗଣ ଓ ତୁମ୍ଭମାନଙ୍କ ଅଧ୍ୟକ୍ଷଗଣ, ଇସ୍ରାଏଲର ସମସ୍ତ ପୁରୁଷ, ତୁମ୍ଭମାନଙ୍କ ବାଳକଗଣ, ତୁମ୍ଭମାନଙ୍କ ଭାର୍ଯ୍ୟାଗଣ |
|
ଏଫିସୀୟ 3:20 |
ଯେଉଁ ଈଶ୍ଵର ଆମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି; |
|
ଯାତ୍ରା ୩୪:୬ |
ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ଵର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ; |
|
ଯାକୁବ 1:17 |
ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ଵରୁ, ଅର୍ଥାତ୍, ଜ୍ୟୋତିର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ । |
|
ଯୋହନ 10:10 |
ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି । |
|
ଲୂକ 6:38 |
ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ; କାରଣ ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି ମପାଇ ଦିଆଯିବ । |
|
ଲୂକ 6:45 |
ଉତ୍ତମ ଲୋକ ଆପଣା ହୃଦୟରୂପ ଉତ୍ତମ ଭଣ୍ତାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ମନ୍ଦ ଭଣ୍ତାରରୁ ମନ୍ଦ ପଦାର୍ଥ ବାହାର କରେ; କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ । |
|
ମାଥିଉ 6:33 |
କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ଵେଷଣ କର, ଆଉ ଏହିସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ । |
|
ଫିଲିପ୍ପୀୟ 4:19 |
ପୁଣି, ମୋହର ଈଶ୍ଵର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ଵର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ । |
|
ହିତୋପଦେଶ 3:5-10 |
[5] ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ଵାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ ।[6] ଆପଣାର ସବୁ ଗତିରେ ତାହାଙ୍କୁ ସ୍ଵୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ ।[7] ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ ।[8] ତାହା ତୁମ୍ଭ ନାଭିଦେଶର ସ୍ଵାସ୍ଥ୍ୟ ଓ ଅସ୍ଥିର ମଜ୍ଜା ହେବ ।[9] ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର ।[10] ତହିଁରେ ତୁମ୍ଭର ଭଣ୍ତାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ତରେ ନୂତନ ଦ୍ରାକ୍ଷାରସ ଉଛୁଳି ପଡ଼ିବ । |
|
ଗୀତସଂହିତା ୨୩:୫ |
ତୁମ୍ଭେ ମୋʼ ଶତ୍ରୁଗଣଙ୍କ ସାକ୍ଷାତରେ ମୋʼ ସମ୍ମୁଖରେ ମେଜ ସଜାଉଅଛ; ତୁମ୍ଭେ ତୈଳରେ ମୋʼ ମସ୍ତକ ସିକ୍ତ କରିଅଛ; ମୋʼ ପାନପାତ୍ର ଉଚ୍ଛୁଳି ପଡ଼ୁଅଛି । |
|
ଗୀତସଂହିତା 36:8 |
ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ; ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ । |
|
ଗୀତସଂହିତା ୩୭:୧୧ |
ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ । |
|
ଗୀତସଂହିତା 65:11 |
ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ ପିନ୍ଧାଇଥାଅ ଓ ତୁମ୍ଭ ପଥସବୁ ପୁଷ୍ଟତା କ୍ଷରଣ କରେ । |
|
ଗୀତସଂହିତା 72:16 |
ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ; ତହିଁର ଫଳ ଲିବାନୋନ୍ ତୁଲ୍ୟ ହଲିବ; ପୁଣି, ନଗରବାସୀମାନେ ପୃଥିବୀର ତୃଣ ତୁଲ୍ୟ ବର୍ଦ୍ଧିଷ୍ଣୁ ହେବେ । |
|
ରୋମୀୟ 15:13 |
ସେହି ଭରସାର ଈଶ୍ଵର ତୁମ୍ଭମାନଙ୍କୁ ବିଶ୍ଵାସ ଦ୍ଵାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର । |
|
ଗୀତସଂହିତା ୬୬:୮-୧୨ |
[୮] ହେ ଜନବୃନ୍ଦ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ଵରଙ୍କର ଧନ୍ୟବାଦ କର ଓ ତାହାଙ୍କ ପ୍ରଶଂସାଧ୍ଵନି ଶୁଣାଅ;[୯] ସେ ଆମ୍ଭମାନଙ୍କ ପ୍ରାଣକୁ ଜୀବଦ୍ଦଶାରେ ରଖନ୍ତି ଓ ଆମ୍ଭମାନଙ୍କ ଚରଣକୁ ବିଚଳିତ ହେବାକୁ ଦିଅନ୍ତି ନାହିଁ ।[୧୦] କାରଣ ହେ ପରମେଶ୍ଵର, ତୁମ୍ଭେ ଆମ୍ଭମାନଙ୍କୁ ପରୀକ୍ଷା କରିଅଛ; ରୂପା ପରଖିଲା ପରି ତୁମ୍ଭେ ଆମ୍ଭମାନଙ୍କୁ ପରଖିଅଛ ।[୧୧] ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ, ତୁମ୍ଭେ ଆମ୍ଭମାନଙ୍କ କଟିଦେଶରେ ଭାରୀ ବୋଝ ଥୋଇଅଛ ।[୧୨] ତୁମ୍ଭେ ଆମ୍ଭମାନଙ୍କ ମସ୍ତକ ଉପରେ ଲୋକମାନଙ୍କୁ ଚଢ଼ିବାକୁ ଦେଇଅଛ; ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟଦେଇ ଗମନ କଲୁ; ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ । |
|
Odia Bible (OROV) 2014 |
Copyright © 2014 by The Bible Society of India |