A A A A A

ଅତିରିକ୍ତ: [ମଦ୍ୟପାନ]


୧ ପିତର 4:3
ଯେଣୁ ବିଜାତିମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ;

୧ ତୀମଥି 5:23
ଆଉ କେବଳ ଜଳ ପାନ ନ କରି ତୁମ୍ଭର ଉଦର ରୋଗ ଓ ବାରମ୍ଵାର ଅସ୍ଵାସ୍ଥ୍ୟ ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର ।

ଉପଦେଶକ 9:7
ତୁମ୍ଭେ ଆପଣା ମାର୍ଗରେ ଯାଅ, ଆନନ୍ଦରେ ଆପଣା ଆହାର ଭୋଜନ କର ଓ ହୃଷ୍ଟଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କରନ୍ତ କାରଣ ପରମେଶ୍ଵର ତୁମ୍ଭର କାର୍ଯ୍ୟ ଗ୍ରହଣ କରି ସାରିଲେଣି ।

ଏଫିସୀୟ ୫:୧୮
ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ,

ହିତୋପଦେଶ ୨୦:୧
ଦ୍ରାକ୍ଷାରସ ନିନ୍ଦକ, ମଦ୍ୟ କଳହକାରୀ; ଯେକେହି ତଦ୍ଦ୍ଵାରା ଭ୍ରାନ୍ତ ହୁଏ, ସେ ଜ୍ଞାନବାନ ନୁହେଁ ।

ହିତୋପଦେଶ ୨୩:୩୧
ଦ୍ରାକ୍ଷାରସ ରଙ୍ଗିୟା ହେଲେ ଓ ପାତ୍ରରେ ଚକମକାଇଲେ ଓ ସହଜେ ଗଳାଧଃକରଣ ହେଲେ, ତୁମ୍ଭେ ତାକୁ ଅନାଅ ନାହିଁ ।

ରୋମୀୟ ୧୩:୧୩
ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ, ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ ।

ହିତୋପଦେଶ ୩୧:୪-୫
[୪] ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ ନୁହେଁ, ରାଜାମାନଙ୍କର ଉଚିତ ନୁହେଁ; କିଅବା ମଦ୍ୟ କାହିଁ ବୋଲି କହିବା ଭୂପତିମାନଙ୍କର ଉଚିତ ନୁହେଁ ।[୫] ସେମାନେ ପାନ କଲେ, ବ୍ୟବସ୍ଥା ପାସୋରି ଦୁଃଖୀସନ୍ତାନ ସମସ୍ତଙ୍କର ବିଚାର ବିପରୀତ କରିବେ।

ଗୀତସଂହିତା ୧୦୪:୧୪-୧୫
[୧୪] ସେ ପଶୁଗଣ ନିମନ୍ତେ ତୃଣ ଓ ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି; ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି ।[୧୫] ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ, ମୁଖ-ଚିକ୍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି ।

୧ କରିନ୍ଥୀୟ ୧୦:୨୩-୨୪
[୨୩] ସମସ୍ତ ବିଷୟ ସାଧନ କରିବାକୁ ସ୍ଵାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ସ୍ଵାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ ।[୨୪] କେହି ନିଜର ସ୍ଵାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ ।

ଯିଶାଇୟ ୬୨:୮-୯
[୮] ସଦାପ୍ରଭୁ ଆପଣାର ଦକ୍ଷିଣ ହସ୍ତ ଓ ବଳବାନ ବାହୁ ଦ୍ଵାରା ଶପଥ କରିଅଛନ୍ତି, ନିଶ୍ଚୟ ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭ ଶତ୍ରୁଗଣର ଖାଦ୍ୟ ନିମନ୍ତେ ଆଉ ଦେବା ନାହିଁ ଓ ଯହିଁ ନିମନ୍ତେ ତୁମ୍ଭେ ପରିଶ୍ରମ କରିଅଛ, ତୁମ୍ଭର ସେହି ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ ।[୯] ମାତ୍ର ଯେଉଁମାନେ ତାହା ସଞ୍ଚୟ କରିଅଛନ୍ତି, ସେମାନେ ତାହା ଭୋଜନ କରି ସଦାପ୍ରଭୁଙ୍କର ପ୍ରଶଂସା କରିବେ ଓ ଯେଉଁମାନେ ତାହା ସଂଗ୍ରହ କରିଅଛନ୍ତି, ସେମାନେ ଆମ୍ଭ ପବିତ୍ର ସ୍ଥାନର ପ୍ରାଙ୍ଗଣ ମଧ୍ୟରେ ତାହା ପାନ କରିବେ ।

ଗାଲାତୀୟ ୫:୧୯-୨୧
[୧୯] ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା: ବ୍ୟଭିଚାର, ଅଶୁଚିତା,[୨୦] କାମୁକତା, ପ୍ରତିମାପୂଜା, କୁହୁକ, ଶତ୍ରୁତା, ବିବାଦ, ଦ୍ଵେଷ, କ୍ରୋଧ, ସ୍ଵାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,[୨୧] ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ଵରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।

୧ କରିନ୍ଥୀୟ ୯:୧୯-୨୩
[୧୯] କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରି ପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି ।[୨୦] ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ବ୍ୟବସ୍ଥା ଅଧୀନର ପରି ହେଲି ।[୨୧] ଯେପରି ମୁଁ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଈଶ୍ଵରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେହେଁ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ବ୍ୟବସ୍ଥା-ବିହୀନ ପରି ହେଲି ।[୨୨] ଯେପରି ମୁଁ ଦୁର୍ବଳମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରି ପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛିସସ।[୨୩] ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ ।

ରୋମୀୟ ୧୪:୧୫-୨୧
[୧୫] କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ । ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ଵାରା ବିନାଶ କର ନାହିଁ ।[୧୬] ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ;[୧୭] କାରଣ ଈଶ୍ଵରଙ୍କ ରାଜ୍ୟ ଭୋଜନପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଓ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ ଅଟେ ।[୧୮] ଯେଣୁ ଯେ ଏହି ବିଷୟରେ ଖ୍ରୀଷ୍ଟଙ୍କର ସେବା କରେ, ସେ ଈଶ୍ଵରଙ୍କ ନିକଟରେ ସୁଗ୍ରାହ୍ୟ ଓ ମନୁଷ୍ୟମାନଙ୍କ ନିକଟରେ ପରୀକ୍ଷାସିଦ୍ଧ ହୁଏ ।[୧୯] ଅତଏବ ଆସ, ଯେ ଯେ ବିଷୟ ଶାନ୍ତିଜନକ, ଆଉ ଯେ ଯେ ବିଷୟ ଦ୍ଵାରା ପରସ୍ପରର ନିଷ୍ଠା ହୁଏ, ସେହିସବୁର ଆମ୍ଭେମାନେ ଅନୁଗମନ କରୁ ।[୨୦] ଖାଦ୍ୟ ସକାଶେ ଈଶ୍ଵରଙ୍କର କର୍ମ ନଷ୍ଟ କର ନାହିଁ । ସମସ୍ତ ବିଷୟ ଅବଶ୍ୟ ଶୁଚି; ତଥାପି ଯେଉଁ ଲୋକ ଯାହା ଭୋଜନ କରି ବାଧା ପାଏ, ତାହା ପକ୍ଷରେ ତାହା ମନ୍ଦ ।[୨୧] ମାଂସ ଭୋଜନ କିମ୍ଵା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ ।

ଯୋହନ ୨:୩-୧୧
[୩] ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ ।[୪] ସେଥିରେ ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ ।[୫] ତାହାଙ୍କ ମାତା ପରିଚାରକମାନଙ୍କୁ କହିଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା କର ।[୬] ଆଉ, ସେଠାରେ ଯିହୁଦୀମାନଙ୍କ ଶୁଚିକରଣ ରୀତି ଅନୁସାରେ ଦୁଇ ବା ତିନି ମହଣିଆ ଛଅଗୋଟା ପଥର ଜାହାଲା ରଖାଯାଇଥିଲା ।[୭] ଯୀଶୁ ସେମାନଙ୍କୁ କହିଲେ, ଜାହାଲାଗୁଡ଼ିକ ପାଣିରେ ଭର୍ତ୍ତି କର । ସେଥିରେ ସେମାନେ ସେହିସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ ।[୮] ଆଉ, ସେ ସେମାନଙ୍କୁ କହିଲେ, ଏବେ କାଢ଼ି ନେଇ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନିଯାଅ । ସେଥିରେ ସେମାନେ ଘେନିଗଲେ ।[୯] ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସ ହୋଇଥିବା ସେହି ପାଣିକି ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ,[୧୦] ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ ।[୧୧] ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ଵାସ କଲେ ।

Odia Bible (OROV) 2014
Copyright © 2014 by The Bible Society of India