A A A A A

ପାପ: [ଅଭିଶାପ]


କଲସୀୟ ୩:୮
କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ: କ୍ରୋଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ଯ୍ୟ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା।

କଲସୀୟ ୪:୬
କଥାବାର୍ତ୍ତା କଲାବେଳେ, ସବୁବେଳେ ଦୟାଭାବ ରଖ ଓ ବିବେକୀ ହୁଅ। ତେବେ ତୁମ୍ଭେମାନେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବାକୁ ସକ୍ଷମ ହେବ।

ଏଫିସୀୟ ୪:୨୯
ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ।

ଏଫିସୀୟ ୫:୪
ତୁମ୍ଭ ଭିତରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ୍। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଥିବା ଉଚିତ୍।

ଯାତ୍ରା ୨୦:୭
“ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, କାରଣ ଯେକେହି ତାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।

ଯାକୁବ ୧:୨୬
ପରମେଶ୍ୱରଙ୍କୁ ଉପାସନା କରିବାର ପ୍ରକୃତ ମାର୍ଗ ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା’ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ।

ଯାକୁବ ୩:୧୦
ଗୁଣଗାନ ଓ ଅଭିଶାପ ସେହି ଗୋଟିଏ ମୁହଁରୁ ବାହାରେ! ମୋ’ ଭାଇ ଓ ଭଉଣୀମାନେ, ଏଭଳି ହେବା ଉଚିତ୍ ନୁହେଁ।

ଯାକୁବ ୩:୫-୧୨
[୫] ଆମ୍ଭ ଜିହ୍ୱା ନିମନ୍ତେ ମଧ୍ୟ ଏହି ବିଷୟ ସମାନ ଅଟେ। ଜିହ୍ୱାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ୟଧିକ ମାତ୍ରାରେ ଗର୍ବ କରିଥାଏ। ଯେଉଁ ଛୋଟ ଅଗ୍ନିଶିଖାଟି ଗୋଟିଏ ବଡ଼ ଜଙ୍ଗଲରେ ନିଆଁ ଲଗେଇ ଦେଇ ପାରିବ।[୬] ଜିହ୍ୱା ହେଉଛି ଏକ ଛୋଟ ଅଗ୍ନିଶିଖା ଭଳି। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତରେ ଜିହ୍ୱା ହେଉଛି ସବୁଠାରୁ ମନ୍ଦ। କିପରି? ଜିହ୍ୱା ଆମ୍ଭ ଶରୀର ମାଧ୍ୟମରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ। ଜିହ୍ୱା ଏହି ଅଗ୍ନିକୁ ନରକରୁ ପାଇଥାଏ।[୭] ମଣିଷ ପ୍ରତ୍ୟେକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପାରେ ଓ କରିଛି ମଧ୍ୟ।[୮] କିନ୍ତୁ କୌଣସି ମଣିଷ ଜିହ୍ୱାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅଟେ। ଏହା ଏକ ବିଷଯୁକ୍ତ ଘାତକ ଅଟେ।[୯] ଏହି ଜିହ୍ୱା ଦ୍ୱାରା ଆମ୍ଭେ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତା’ପରେ ପରମେଶ୍ୱର ଯେଉଁ ଲୋକମାନଙ୍କୁ ନିଜ ସାଦୃଶ୍ୟରେ ତିଆରି କରିଛନ୍ତି, ସେହି ଲୋକମାନଙ୍କୁ ଅଭିଶାପ ଦେଉ।[୧୦] ଗୁଣଗାନ ଓ ଅଭିଶାପ ସେହି ଗୋଟିଏ ମୁହଁରୁ ବାହାରେ! ମୋ’ ଭାଇ ଓ ଭଉଣୀମାନେ, ଏଭଳି ହେବା ଉଚିତ୍ ନୁହେଁ।[୧୧] ଗୋଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ’ଣ ଝରି ଆସିପାରେ? ନା![୧୨] ମୋ’ ଭାଇ ଓ ଭଉଣୀମାନେ, ଡିମିରିଗଛରେ କ’ଣ ଜିତ ଫଳ ଫଳେ? ନା! ଦ୍ରାକ୍ଷାଲତା କ’ଣ ଡିମିରି ଉତ୍ପନ୍ନ କରିପାରେ? ନା! ଗୋଟିଏ ଲୁଣିଆ ପାଣିର କୂଅ କେବେ ମିଠା ପାଣି ଦେଇପାରେ ନାହିଁ।

ଲେବୀୟ ୨୦:୯
“ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହେବ। ଯେହେତୁ ସେ ପିତାମାତାଙ୍କୁ ଅଭିଶାପ ଦେଇଥିଲା, ସେଥିପାଇଁ ମୃତ୍ୟୁଦଣ୍ଡରେ ଅପରାଧୀ।

ଲୂକ ୬:୨୮
ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର।

ମାଥିଉ ୫:୨୨
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।

୧ ପିତର ୩:୧୦
ଶାସ୍ତ୍ର କୁହେ: “ଯେଉଁ ଲୋକ ଜୀବନକୁ ଭଲ ପାଇବାକୁ ଗ୍ଭହେଁ ଓ ଭଲ ଦିନଗୁଡ଼ିକୁ ଉପଭୋଗ କରିବାକୁ ଗ୍ଭହେଁ ସେ ମନ୍ଦକଥା କହିବା ଓ ମିଛ କଥା କହିବା ବନ୍ଦ କରିବା ଉଚିତ୍।

ମାଥିଉ ୧୫:୧୧
ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ଯୋଗୁଁ ଅପବିତ୍ର ହୋଇଯାଏ ନାହିଁ ବରଂ ତା’ର ମୁଖରୁ ବାହାରୁଥିବା ବିଷୟ ଯୋଗୁଁ ସେ ଅପବିତ୍ର ହୋଇଥାଏ।”

ହିତୋପଦେଶ ୧୮:୨୧
ମରଣ ଓ ଜୀବନ ଜିହ୍ୱାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।

ଗୀତସଂହିତା ୧୦୯:୧୭
ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ। ସେହି ମନ୍ଦ, ସେମାନଙ୍କ ପାଇଁ ଘଟୁ। ସେ ଅନ୍ୟର ମଙ୍ଗଳ କରିଲେ ନାହିଁ। ତାଙ୍କଠାରୁ ମଙ୍ଗଳ ଦୂରେଇଯାଉ।

ରୋମୀୟ ୧୨:୧୪
ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର। ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ।

ଦ୍ଵିତୀୟ ରାଜାବଳୀ ୨:୨୩-୨୪
[୨୩] କେତେକ ବାଳକ ଇଲୀଶାୟଙ୍କୁ ପରିହାସ କରନ୍ତି ଅନନ୍ତର ଇଲୀଶାୟ ବୈଥେ‌ଲ୍‌କୁ ଗଲେ। ସେ ବାଟରେ ଯାଉଥିବା ବେଳେ କେତେକ କ୍ଷୁଦ୍ର ବାଳକ ନଗର ବାହାରକୁ ଆସି ତାଙ୍କୁ ପରିହାସ କରି ଚିତ୍କାର କଲେ, “ଆରେ ଚନ୍ଦା ମୁଣ୍ତିଆ! ଉପରକୁ ଯା, ଆରେ ଚନ୍ଦା ମୁଣ୍ତିଆ ଉପରକୁ ଯା!”[୨୪] ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ତା’ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କ ମଧ୍ୟରୁ ବୟାଳିଶ୍ ଜଣଙ୍କୁ ଧରି ଚିରି ପକାଇଲେ।

ମାଥିଉ ୧୫:୧୦-୧୧
[୧୦] ଯୀଶୁ ସମବେତ ହୋଇଥିବା ଲୋକମାନଙ୍କୁ ଡାକିଲେ। ସେ ସେମାନଙ୍କୁ କହିଲେ, “ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ।[୧୧] ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ଯୋଗୁଁ ଅପବିତ୍ର ହୋଇଯାଏ ନାହିଁ ବରଂ ତା’ର ମୁଖରୁ ବାହାରୁଥିବା ବିଷୟ ଯୋଗୁଁ ସେ ଅପବିତ୍ର ହୋଇଥାଏ।”

ଯାକୁବ ୩:୮-୧୦
[୮] କିନ୍ତୁ କୌଣସି ମଣିଷ ଜିହ୍ୱାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅଟେ। ଏହା ଏକ ବିଷଯୁକ୍ତ ଘାତକ ଅଟେ।[୯] ଏହି ଜିହ୍ୱା ଦ୍ୱାରା ଆମ୍ଭେ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତା’ପରେ ପରମେଶ୍ୱର ଯେଉଁ ଲୋକମାନଙ୍କୁ ନିଜ ସାଦୃଶ୍ୟରେ ତିଆରି କରିଛନ୍ତି, ସେହି ଲୋକମାନଙ୍କୁ ଅଭିଶାପ ଦେଉ।[୧୦] ଗୁଣଗାନ ଓ ଅଭିଶାପ ସେହି ଗୋଟିଏ ମୁହଁରୁ ବାହାରେ! ମୋ’ ଭାଇ ଓ ଭଉଣୀମାନେ, ଏଭଳି ହେବା ଉଚିତ୍ ନୁହେଁ।

ମାଥିଉ ୧୫:୧୮-୨୦
[୧୮] କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟିରେ କହେ, ତାହା ପ୍ରକୃତରେ ତା’ର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ।[୧୯] କାରଣ ଖରାପ ଭାବନା, ହତ୍ୟା, ବ୍ୟଭିଗ୍ଭର, ଯୌନାଗ୍ଭର, ଗ୍ଭେରି, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ଆଦି ଖରାପ ବିଷୟଗୁଡ଼ିକ ପ୍ରଥମେ ମଣିଷର ମନ ଭିତରେ ସୃଷ୍ଟି ହୁଏ।[୨୦] ଏଗୁଡ଼ିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବା ଘଟଣା ମଣିଷକୁ ଅପବିତ୍ର କରି ପାରେ ନାହିଁ।”

Odia Bible ERV 2010
Easy-to-Read Version Copyright © 2010 World Bible Translation Center