A A A A A

ପାପ: [ଗର୍ଭପାତ]


୧ କରିନ୍ଥୀୟ ୧:୨୭
କିନ୍ତୁ ପରମେଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟ ଗୁଡ଼ିକୁ ମନୋନୀତ କଲେ।

ଦ୍ଵିତୀୟ ବିବରଣ ୨୪:୧୬
“ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦେବ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପୁତ୍ରକୁ ମଧ୍ୟ ଦଣ୍ତ ଦେବ ନାହିଁ। ପ୍ରତ୍ୟେକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।

ଦ୍ଵିତୀୟ ବିବରଣ ୩୦:୧୯
“ଆଜି ମୁଁ ସ୍ୱର୍ଗ ଓ ପୃଥିବୀକୁ ଡାକୁଛି, ସାକ୍ଷୀରୂପେ ଜୀବନ ଓ ମୃତ୍ୟୁ, ଆଶୀର୍ବାଦ ଓ ଅଭିଶାପ, ଏହା ଭିତରୁ ମୁଁ ତୁମ୍ଭକୁ ପସନ୍ଦ କରିବାକୁ ଦେଇଛି। ତେଣୁ ତୁମ୍ଭେମାନେ ଜୀବନକୁ ବାଛ। ତେବେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ।

ଗାଲାତୀୟ ୧:୧୫
କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି।

ଯିଶାଇୟ ୪୩:୨୫
“ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ୟ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିଯାଏ। ମୋର ଗାରିମାକୁ ରକ୍ଷା କରିବାକୁ ଏପରି କରେ।

ଯିଶାଇୟ ୪୪:୨୪
ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢ଼ିଛନ୍ତି। ସେ ଏହା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଭେ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତ କେହି ନାହିଁ।”

ଏଫିସୀୟ ୧:୭
ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ଆମ୍ଭେ ତାହାଙ୍କର ରକ୍ତ ମାଧ୍ୟମରେ ମୁକ୍ତ ହୋଇଛୁ। ପରମେଶ୍ୱରଙ୍କ ବହୁମୂଲ୍ୟ ଅନୁଗ୍ରହ ଦ୍ୱାରା ଆମ୍ଭର ପାପରୁ ଆମ୍ଭେ କ୍ଷମା ପାଇପାରୁ।

ଯାତ୍ରା ୪:୧୧
ଏହା ପରେ ସଦାପ୍ରଭୁ ତାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଛି? ମନୁଷ୍ୟକୁ କିଏ ମୁକ ବା ବଧିର କରେ? ମନୁଷ୍ୟକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ୟକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସେହି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସେହି ସଦାପ୍ରଭୁ।

ଯିଶାଇୟ ୬୪:୮
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ। ଆମ୍ଭେମାନେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର। ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ।

ଯିରିମୀୟ ୧:୫
“ମାତୃଗର୍ଭରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ୟ‌ଦ୍‌ବକ୍ତା ରୂପେ ନିଯୁକ୍ତ କଲୁ।”

ଗୀତସଂହିତା ୧୦୦:୩
ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।

ଗୀତସଂହିତା ୧୨୭:୩
ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।

ଲୂକ 2:6-7
[6] ଯୋଷେଫ ଓ ମରିୟମ ବେ‌ଥ୍‌ଲେହିମରେ ଥିବା ସମୟରେ ମରିୟମଙ୍କର ପ୍ରସବ ସମୟ ଆସିଲା।[7] ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେମାନେ ରହିବାକୁ ଚଟିଘରେ ଆଉ ଜାଗା ନ ଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟାରେ ଗୁଡ଼ାଇ ଗୁହାଳରେ ଗୋରୁ କୁଣ୍ଡରେ ରଖିଦେଲେ।

ଏଫିସୀୟ 1:3-4
[3] ଯୀଶୁଙ୍କଠାରେ ଥିବା ଲୋକଙ୍କ ପାଇଁ ଆଧ୍ୟାତ୍ମିକ ଆଶୀର୍ବାଦ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ଦେଇଛନ୍ତି।[4] ଖ୍ରୀଷ୍ଟଙ୍କଠାରେ, ଜଗତର ସୃଷ୍ଟି ପୂର୍ବରୁ ପରମେଶ୍ୱର ଆମ୍ଭକୁ ତାହାଙ୍କ ସମ୍ମୁଖରେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଆଦରରେ ବାଛି ଥିଲେ।

୧ କରିନ୍ଥୀୟ ୬:୧୯-୨୦
[୧୯] ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ରଆତ୍ମା ଅନ୍ତରରେ ଅଛନ୍ତି। ପବିତ୍ରଆତ୍ମାଙ୍କୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ପାଇଛ। ତୁମ୍ଭେମାନେ ନିଜେ ନିଜର ନୁହଁ।[୨୦] କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ।

ଯିଶାଇୟ ୪୫:୯-୧୧
[୯] ପରମେଶ୍ୱର ତାଙ୍କ ସୃଷ୍ଟିକୁ ନିୟନ୍ତ୍ରଣ କରନ୍ତି “ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ଯାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ’ଣ ତା’ର ନିର୍ମାଣକର୍ତ୍ତା ସହ ଯୁକ୍ତି କରିବ, ‘ମୋତେ କାହିଁକି ନିର୍ମାଣ କରୁଛ?’ ସେହିପରି ତୁମ୍ଭର କର୍ମ କ’ଣ କହିବ ତୁମ୍ଭର ହାତ ନାହିଁ।[୧୦] ପିତା ସନ୍ତାନମାନଙ୍କୁ ଜନ୍ମ ଦିଏ, କିନ୍ତୁ ସନ୍ତାନମାନେ କ’ଣ ପିତାକୁ ପ୍ରଶ୍ନ କରୁଛନ୍ତି। ‘ତୁମ୍ଭେ ଆମ୍ଭକୁ କାହିଁକି ଜୀବନ ଦେଇଛ?’ ସେମାନେ ମଧ୍ୟ ତାଙ୍କର ମାକୁ ‘କାହିଁକି ପ୍ରସବ କରୁଅଛ ବୋଲି ପ୍ରଶ୍ନ କରନ୍ତି ନାହିଁ। ତେଣୁ ଯେ ପ୍ରଶ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”’[୧୧] ସଦାପ୍ରଭୁ ଯେ ଇସ୍ରାଏଲର ଧର୍ମସ୍ୱରୂପ ଓ ନିର୍ମାଣ କର୍ତ୍ତା, ସେ ଏହି କଥା କୁହନ୍ତି, “ହେ ମୋର ସନ୍ତାନଗଣ, ତୁମ୍ଭେମାନେ ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଗ୍ଭର; ତୁମ୍ଭେମାନେ ଆମ୍ଭ ସନ୍ତାନଗଣ ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ।

ଯାତ୍ରା ୨୧:୨୨-୨୫
[୨୨] “ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯେବେ ତା’ର ଗର୍ଭପାତ ହୁଏ ମାତ୍ର ପରେ ତା’ର ଯଦି କ୍ଷତି ନ ଘଟେ, ତେବେ ସେହି ସ୍ତ୍ରୀର ସ୍ୱାମୀ ଯେଉଁରୂପେ ଦାବି କରିବ ସେହି ଅନୁସାରେ ତାକୁ ଅବଶ୍ୟ ଅର୍ଥଦଣ୍ଡ ହେବ। ପୁଣି ସେ ବିଗ୍ଭରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦେବ।[୨୩] ଯଦି ଜଣେ ବ୍ୟକ୍ତି ଜୋ‌‌ର୍‌‌ରେ ଆଘାତ ପ୍ରାପ୍ତ ହୁଏ, ତେବେ ଆଘାତକାରୀ ଜୀବନ ବଦଳରେ ଜୀବନ ଦେବ।[୨୪] ଚକ୍ଷୁ ପରିଶୋଧରେ ଚକ୍ଷୁ, ହାତ ପରିଶୋଧରେ ହାତ, ପାଦ ପରିଶୋଧରେ ପାଦ,[୨୫] ବାହୁ ପରିଶୋଧରେ ବାହୁ, କ୍ଷତ ପରିଶୋଧରେ କ୍ଷତ, ଦାଗ ପରିଶୋଧରେ ଦାଗ ଦଣ୍ଡ ଦିଆଯିବ।

ଗୀତସଂହିତା ୧୩୯:୧୩-୧୬
[୧୩] ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ। ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।[୧୪] ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ। ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।[୧୫] ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା, ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।[୧୬] ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ। ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ।

ଲୂକ 1:41-44
[41] ମରିୟମଙ୍କ ଅଭିବାଦନ ଶୁଣିବା ମାତ୍ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ।[42] ଏଲୀଶାବେଥ ବଡ଼ ପାଟିରେ କହିଲେ, “ତୁମ୍ଭେ ସମସ୍ତ ନାରୀମାନଙ୍କ ଅପେକ୍ଷା ଅଧିକ ଧନ୍ୟା। କାରଣ ଯେଉଁ ଶିଶୁକୁ ତୁମ୍ଭେ ଜନ୍ମ ଦେବାକୁ ଯାଉଅଛ, ପରମେଶ୍ୱର ତାହାକୁ ଧନ୍ୟ କରିଛନ୍ତି।[43] ତୁମ୍ଭେ ମୋ’ ପ୍ରଭୁଙ୍କ ମା ଏବଂ ତୁମ୍ଭେ ମୋ’ ପାଖକୁ ଆସିଛ! ମୋ’ ପାଇଁ ଏତେ ବଡ଼ ଭଲ ଘଟଣା କାହିଁକି ଘଟିଲା?[44] ମୁଁ ତୁମ୍ଭ ଅଭିବାଦନର ସ୍ୱର ଶୁଣିବା ମାତ୍ରେ ମୋର ଗର୍ଭସ୍ଥ ସନ୍ତାନ ଆନନ୍ଦରେ ନାଚି ଉଠିଲା।

ଯାତ୍ରା ୨୦:୧-୧୩
[୧] ଦଶ ଆଜ୍ଞା ଏହା ପରେ ପରମେଶ୍ୱର କହିଲେ,[୨] “ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ୱର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହାର କରି ଆଣିଲି, ଯେଉଁଠାରେ ତୁମ୍ଭେମାନେ ଦାସ ଥିଲ।[୩] “ତୁମ୍ଭେମାନେ ମୋ’ ବ୍ୟତୀତ ଆଉ କୌଣସି ଦେବତାଗଣଙ୍କୁ ଉପାସନା କରିବ ନାହିଁ।[୪] “ତୁମ୍ଭେମାନେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ୱର୍ଗରେ କିମ୍ବା ପୃଥିବୀରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।[୫] କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା’ର ସେବା କରିବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ମୋର ଲୋକମାନେ ଅନ୍ୟ ଦେବତାଗଣର ସେବା କରିବେ ଏହା ମୁଁ ଘୃଣା କରେ। ଯେଉଁମାନେ ମୋତେ ଘୃଣା କରନ୍ତି ସେମାନେ ମୋର ଶତ୍ରୁରେ ଗଣାଯା’ନ୍ତି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଶାସ୍ତି ବିଧାନ କରିବି।[୬] କିନ୍ତୁ ମୁଁ ସେହି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମୋର ନିୟମ ପାଳନ କରନ୍ତି ଓ ମୋତେ ପ୍ରେମ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।[୭] “ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, କାରଣ ଯେକେହି ତାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।[୮] “ବିଶ୍ରାମ ଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।[୯] ଛଅ ଦିନରେ ଆପଣାର ସମସ୍ତ କର୍ମ କରିବ।[୧୦] ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ୟା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ।[୧୧] ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟିକୁ ଏକ ସ୍ୱତନ୍ତ୍ର ଦିନ କଲେ।[୧୨] “ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।[୧୩] “ତୁମ୍ଭେ ନରହତ୍ୟା କରିବ ନାହିଁ।

Odia Bible ERV 2010
Easy-to-Read Version Copyright © 2010 World Bible Translation Center