A A A A A

ଗଣିତ ଚିହ୍ନ: [ସଂଖ୍ୟା ୭]


ଦ୍ଵିତୀୟ ରାଜାବଳୀ ୫:୧୦
ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, “ଯାଅ, ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”

ଦ୍ଵିତୀୟ ବିବରଣ ୫:୧୨
‘ବିଶ୍ରାମ ଦିନକୁ ସଦାପ୍ରଭୁଙ୍କର ଉଦ୍ଧିଷ୍ଟ ଦିନରୂପେ ପାଳନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି।

ଯାତ୍ରା ୨୨:୩୦
ତୁମ୍ଭମାନଙ୍କର ମେଷ, ଗୋବତ୍ସା ଇତ୍ୟାଦି ତାଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ତାଙ୍କର ମା ପାଖରେ ସାତ ଦିନ ରଖି ଅଷ୍ଟମ ଦିନରେ ମୋ’ଠାରେ ଉତ୍ସର୍ଗ କରିବ।

ଯୋହନ ๖:๓๕
ତା’ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ।

ମାଥିଉ ๒๖:๒๖
ପ୍ରଭୁଭୋଜ ସେମାନେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସେହି ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ରୋଟୀ ଛିଣ୍ଡେଇଲେ, ତାହାକୁ ଶିଷ୍ୟମାନଙ୍କୁ ଦେଲେ। ଯୀଶୁ କହିଲେ, “ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମୋର ଶରୀର।”

ଗଣନା ୪:୭
“ଏହା ପରେ ସେମାନେ ପବିତ୍ର ମେଜ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଗ୍ଭମଚ, ପାତ୍ର ଜାର୍ ପେୟନୈବେଦ୍ୟ ରଖିବା ଉଚିତ୍। ଦର୍ଶନୀୟ ରୋଟୀ ସବୁବେଳେ ସେଥିରେ ରଖିବା ଉଚିତ୍।

ଯିହୋଶୂୟ ๖:๓-๔
[๓] ପ୍ରତ୍ୟେକ ଦିନ ଥରେ ସମସ୍ତ ଯୋଦ୍ଧା ନଗର ଗ୍ଭରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାର ତୁମ୍ଭେମାନେ ଛଅ ଦିନ ଧରି କରିବା ଉଚିତ୍।[๔] ସାତୋଟି ମେଷ ତୂରୀ ସହିତ ସାତ ଜଣ ଯାଜକ ପବିତ୍ର ସିନ୍ଦୁକ ସମ୍ମୁଖକୁ ଯିବେ। ଆଉ ସପ୍ତମ ଦିନରେ ତୁମ୍ଭେମାନେ ସାତଥର ନଗର ପ୍ରଦକ୍ଷିଣ କରିବା ଉଚିତ୍ ଓ ଯାଜକମାନେ ମେଷର ତୂରୀ ବଜାଇବା ଉଚିତ୍।

ଆଦି ୨:୧-୩
[୧] ସପ୍ତମ ଦିନ-ବିଶ୍ରାମ ଏହିପରି ଭାବରେ, ପରମେଶ୍ୱର ଆକାଶମଣ୍ଡଳରେ ଓ ପୃଥିବୀ ମଧ୍ୟରେ ଥିବା ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ।[୨] ସପ୍ତମ ଦିନରେ, ପରମେଶ୍ୱର ସୃଷ୍ଟିର ପ୍ରତ୍ୟେକ କାର୍ଯ୍ୟ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନରେ ପରମେଶ୍ୱର ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ ନେଲେ।[୩] ତା’ପରେ ପରମେଶ୍ୱର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ୱର ସମସ୍ତ ସୃଷ୍ଟି କରି ସାରିଲା ପରେ ବିଶ୍ରାମ ନେଲେ।

ଆଦି ୯:୧୨-୧୬
[୧୨] ଏବଂ ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦେବି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚିହ୍ନ ତୁମ୍ଭକୁ ଦେଖାଇବ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରତ୍ୟେକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିୟମ କରିଅଛି। ଏହି ନିୟମ ସବୁଦିନ ପାଇଁ ସ୍ଥାୟୀ ହେବ। ଏହା ହିଁ ତୋରଣ ପ୍ରମାଣ।[୧୩] ମୁଁ ମୋହର ମେଘଧନୁ ମେଘରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମୋର ଚୁକ୍ତିର ଚିହ୍ନ ହେବ।[୧୪] ଯେତେବେଳେ ମୁଁ ପୃଥିବୀ ଉପରେ ମେଘ ସଞ୍ଚାର କରିବି, ସେତେବେଳେ ସେହି ମେଘଧନୁ ମେଘରେ ଦେଖାଯିବ।[୧୫] ମୁଁ ଯେତେବେଳେ ମେଘଧନୁକୁ ଦେଖେ ସେତେବେଳେ ମୁଁ ତୁମ୍ଭ ସହିତ ଓ ଅନ୍ୟାନ୍ୟ ସଜୀବ ପ୍ରାଣୀମାନଙ୍କ ସହିତ ହୋଇଥିବା ଚୁକ୍ତିକୁ ମନେ ପକାଇବି। ସେହି ଚୁକ୍ତି କହେ ଯେ, ଭବିଷ୍ୟତରେ ଏପରି ବନ୍ୟାରେ ସମସ୍ତେ ବିନାଶ ହେବେ ନାହିଁ।[୧୬] ପୁଣି ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ମୁଁ ସ୍ମରଣ କରିବି।”

Odia Bible ERV 2010
Easy-to-Read Version Copyright © 2010 World Bible Translation Center