୧ ପିତର 3:3-4 |
[3] ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପରେ ତୁମ୍ଭର ସୌନ୍ଦର୍ଯ୍ୟ ନିର୍ଭର କରେ ନାହିଁ।[4] ତୁମ୍ଭର ସୌନ୍ଦର୍ଯ୍ୟ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦେବା ଉଚିତ୍। ଏହି ସୌନ୍ଦର୍ଯ୍ୟ କେବେ ହେଲେ ସମାପ୍ତ ହେବ ନାହିଁ। ପରମେଶ୍ୱର ଏହାକୁ ସବୁଠାରୁ ମୂଲ୍ୟବାନ୍ ମନେ କରନ୍ତି। |
|
୨ କରିନ୍ଥୀୟ 4:16 |
ବିଶ୍ୱାସରେ ଜୀବନ କାଟିବା ସେଥିପାଇଁ ଆମ୍ଭେ କେବେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ୟିକ ଶରୀର କ୍ଷୀଣ ହୋଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହୋଇ ଯାଉଅଛି। |
|
ଏଫିସୀୟ 2:10 |
ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା। |
|
ଆଦି ୧:୨୭ |
ତେଣୁ ପରମେଶ୍ୱର, ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ। |
|
ଯିଶାଇୟ 40:8 |
“ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ, ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।” |
|
ଫିଲିପ୍ପୀୟ ୪:୮ |
ଭାଇ ଓ ଭଉଣୀମାନେ! ଯାହା ସତ୍ୟ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ଗୁଣ ଓ ପ୍ରଶଂସାର ଥାଏ, ସେହି ବିଷୟ ଗୁଡ଼ିକରେ ମନୋଯୋଗ କର। |
|
ଗୀତସଂହିତା ୧୩୯:୧୪ |
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ। ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅଦ୍ଭୂତ ଅଟେ। |
|
ରୋମୀୟ ୮:୬ |
ଯଦି ଜଣେ ଲୋକର ବିଗ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ଆତ୍ମିକ ମୃତ୍ୟୁ ହୁଏ। କିନ୍ତୁ ଯଦି ଜଣକର ବିଗ୍ଭର ଆତ୍ମା ଦ୍ୱାରା ନିୟନ୍ରିତ ହୁଏ, ତା’ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି। |
|
ପରମ ଗୀତ 4:7 |
ଆଗୋ ମୋର ପ୍ରିୟେ, ତୁମ୍ଭେ ମୁଣ୍ଡରୁ ପାଦ ଯାଏ ସୁନ୍ଦରୀ। ତୁମ୍ଭଠାରେ କୌଣସି ଖୁଣ ନାହିଁ। |
|
ମାଥିଉ 6:28-29 |
[28] “ତୁମ୍ଭେ ପୋଷାକ ବିଷୟରେ କାହିଁକି ଚିନ୍ତା କରୁଛ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଦେଖ! ଦେଖ, ସେମାନେ କିପରି ଫୁଟୁଛନ୍ତି। ସେମାନେ କୌଣସି କାମ କରନ୍ତି ନାହିଁ, କି ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ।[29] କିନ୍ତୁ ମୁଁ ତୁମ୍ଭକୁ କହୁଛି, ମହାନ ଓ ଧନୀରାଜା ଶଲୋମନ ନିଜର ସମସ୍ତ ବୈଭବ ଥାଇ ମଧ୍ୟ ସେ ନିଜକୁ ସୁସଜ୍ଜିତ କରିପାରି ନ ଥିଲେ। |
|
୧ ତୀମଥି 2:9-10 |
[9] ମୁଁ ଏହା ମଧ୍ୟ ଗ୍ଭହେଁ ଯେ ସ୍ତ୍ରୀଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସେମାନଙ୍କ ପାଇଁ ଉପଯୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦେଖାଇବା ଲାଗି ବେଣୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ୟବହାର କରନ୍ତୁ ନାହିଁ।[10] ଭଲ କାମ କରିବା ଦ୍ୱାରା ନିଜକୁ ସୁନ୍ଦର ଭାବେ ସୁଶୋଭିତ କରନ୍ତୁ। ପରମେଶ୍ୱରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହିରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ୟକ। |
|
ପ୍ରଥମ ଶାମୁୟେଲ 16:7 |
କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଇଲୀୟାବ ଡେଙ୍ଗା ଓ ସୁନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନୁଷ୍ୟ ଯେପରି ଦେଖେ ସଦାପ୍ରଭୁ ସେପରି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀୟାବ ଉପଯୁକ୍ତ ଲୋକ ନୁହଁ।” |
|
ଉପଦେଶକ 3:11 |
ପରମେଶ୍ୱର ଏହା ଠିକ୍ ସମୟରେ ପ୍ରତ୍ୟେକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ୟ ଲୋକମାନଙ୍କ ମନରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସେମାନେ କେବେହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରତ୍ୟେକ ଜିନିଷ ପରମେଶ୍ୱର କରିଅଛନ୍ତି। |
|
ଗାଲାତୀୟ ୩:୨୬-୨୭ |
[୨୬] ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଗଣ ଅଟ।[୨୭] ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭେମାନେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ। |
|
ହିତୋପଦେଶ ୩:୧୫-୧୮ |
[୧୫] ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।[୧୬] ସେହିଲୋକ ଡାହାଣ ହସ୍ତରେ ଦୀର୍ଘାୟୁ ଏବଂ ବାମ ହସ୍ତରେ ଧନ ଓ ସମ୍ମାନ ଧାରଣ କରିଛି।[୧୭] ଜ୍ଞାନୀ ଲୋକମାନେ ସୁଖ ଶାନ୍ତିରେ ବାସ କରନ୍ତି।[୧୮] ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ୱରୂପ। ଯେଉଁମାନେ ତା’ର ଆଶ୍ରୟ ନିଅନ୍ତି ସେମାନେ ଜୀବନ ପାଆନ୍ତି। ସେହିମାନେ ବାସ୍ତବରେ ଧନ୍ୟ। |
|
ଯିହିଜିକଲ 28:17-18 |
[17] ତୁମ୍ଭର ସୌନ୍ଦର୍ଯ୍ୟ ହେତୁ ତୁମ୍ଭେ ଅହଙ୍କାରୀ ହୋଇଅଛ। ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ୱାରା ଭ୍ରଷ୍ଟ ହୋଇଅଛି। ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦେଲି ଯେପରି ରାଜା ତୁମ୍ଭର ଧ୍ୱଂସ ଦେଖିଲେ।[18] ତୁମ୍ଭେ ନିଜର ଅଧର୍ମର ବାହୁଲ୍ୟରେ, ନିଜ ବାଣିଜ୍ୟ ବିଷୟକ ଅନ୍ୟାୟ ଦ୍ୱାରା ନିଜର ପବିତ୍ର ସ୍ଥାନସବୁ ଅପବିତ୍ର କରିଅଛ। ଏଣୁ ମୁଁ ତୁମ୍ଭ ମଧ୍ୟରୁ ଅଗ୍ନି ବାହାର କଲି ଓ ତାହା ତୁମ୍ଭକୁ ଗ୍ରାସ କଲା। ପୁଣି ମୁଁ ସମସ୍ତଙ୍କୁ ଦେଖାଇବା ପାଇଁ ତୁମ୍ଭକୁ ଧୂଳିରେ ପରିଣତ କରିଛି। |
|
ଯାକୁବ 1:23 |
ଯଦି ଜଣେ ପରମେଶ୍ୱରଙ୍କ ଶିକ୍ଷାକୁ କେବଳ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣରେ ନିଜ ମୁହଁ ଦେଖିଲା ଭଳି ଅଟେ। |
|
ମାଥିଉ ୨୩:୨୮ |
ଠିକ୍ ସେହିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦେଖା ଯାଉଛ, କିନ୍ତୁ ଭିତରେ ତୁମ୍ଭେ ଚ୍ଛନ୍ଦ କପଟ ଓ ଖରାପ ଗୁଣରେ ପରିପୂର୍ଣ୍ଣ। |
|
ହିତୋପଦେଶ ୩୧:୩୦ |
ଲାବଣ୍ୟ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ଯ୍ୟ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ। |
|
Odia Bible ERV 2010 |
Easy-to-Read Version Copyright © 2010 World Bible Translation Center |