A A A A A

ଜୀବନ: [ବାର୍ଦ୍ଧକ୍ୟ]


୧ ତୀମଥି 5:8
ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନେବା ଜଣେ ଲୋକର କର୍ତ୍ତବ୍ୟ ଅଟେ। ଏପରିକି ଆଉ ମଧ୍ୟ ସେ ନିଜ ପରିବାରର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଲୋକ ସେହିପରି କରୁ ନାହିଁ, ତା’ହେଲେ ସେ ଲୋକ ସତ୍ୟ ବିଶ୍ୱାସକୁ ଅନୁସରଣ କରୁ ନାହିଁ। ସେହି ଲୋକ ଜଣେ ଅବିଶ୍ୱାସୀଠାରୁ ମଧ୍ୟ ଖରାପ।

୨ କରିନ୍ଥୀୟ 4:16
ବିଶ୍ୱାସରେ ଜୀବନ କାଟିବା ସେଥିପାଇଁ ଆମ୍ଭେ କେବେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ୟିକ ଶରୀର କ୍ଷୀଣ ହୋଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହୋଇ ଯାଉଅଛି।

ଦ୍ଵିତୀୟ ବିବରଣ ୩୨:୭
“ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହୁ ପୁରୁଷର ବର୍ଷ ବିବେଚନା କର। ତୁମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ। ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ କହିବେ।

ଦ୍ଵିତୀୟ ବିବରଣ 34:7
ମୋଶା ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ତାଙ୍କୁ 120 ବର୍ଷ ବୟସ ହୋଇଥିଲା। ସେ ସେତେବେଳେ ତାଙ୍କର ଶକ୍ତି ହରାଇ ନ ଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।

ଉପଦେଶକ 7:10
ପଗ୍ଭର ନାହିଁ, “କାହିଁକି ବର୍ତ୍ତମାନଠାରୁ ‘ଅତୀତ’ ଭଲ ଥିଲା?” ଯଦି ତୁମ୍ଭେ ଜ୍ଞାନୀ ହୋଇଥିବ ଏହା ପଗ୍ଭରିବ ନାହିଁ।

ଯାତ୍ରା ୨୦:୧୨
“ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।

ଆଦି ୬:୩
***

ଆଦି ୨୫:୮
ଏହା ପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ୟୁବରଣ କଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।

ଯିଶାଇୟ 40:29
ସେ ଦୁର୍ବଳକୁ ବଳ ଦିଅନ୍ତି ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି।

ଯିଶାଇୟ ୪୬:୪
ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ତୁମ୍ଭକୁ ବହନ କରିବୁ। ପକ୍ୱକେଶ ହେବା ପର୍ଯ୍ୟନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଅଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା।

ଆୟୁବ ୫:୨୬
ତୁମ୍ଭେ ଗହମ କ୍ଷେତ୍ରରେ ଗହମ ସଦୃଶ ଯିଏ ଅମଳ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ହଁ ତୁମ୍ଭେ ଅତ୍ୟଧିକ ବୃଦ୍ଧି ହେଲା ପର୍ଯ୍ୟନ୍ତ ବଞ୍ଚି ରହିବ।

ଆୟୁବ ୧୨:୧୨-୨୦
[୧୨] ତେଣୁ ଆମ୍ଭେ କହୁଛୁ, ‘ଜ୍ଞାନ ବୃଦ୍ଧ ଲୋକମାନଙ୍କଠାରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।’[୧୩] କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ୱରଙ୍କଠାରେ ଅଛି। ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।[୧୪] ଯଦି ପରମେଶ୍ୱର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରି ପାରନ୍ତି ନାହିଁ। ଯଦି ପରମେଶ୍ୱର ଜଣକୁ ବନ୍ଦୀଗୃହରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟା କରି ମଧ୍ୟ ତାକୁ ମୁକୁଳାଇ ପାରନ୍ତି ନାହିଁ।[୧୫] ଯେତେବେଳେ ପରମେଶ୍ୱର ବର୍ଷାକୁ ରୁଦ୍ଧ କରନ୍ତି, ତା’ହେଲେ ପୃଥିବୀ ଶୁଷ୍କ ହୋଇଯାଏ ଏବଂ ସେ ଯେତେବେଳେ ବର୍ଷା ଛାଡ଼ିଦିଅନ୍ତି, ତା’ହେଲେ ପୃଥିବୀରେ ବନ୍ୟା ହୋଇଯାଏ।[୧୬] ପରମେଶ୍ୱର ଅତ୍ୟନ୍ତ ବଳଶାଳୀ, ସବୁଠାରେ ତାଙ୍କର ବିଜୟ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ।[୧୭] ପରମେଶ୍ୱର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି ଓ ନେତା ବା ବିଗ୍ଭରକମାନଙ୍କୁ ନିର୍ବୋଧରେ ପରିଣତ କରନ୍ତି।[୧୮] ରାଜା ଲୋକମାନଙ୍କୁ ବନ୍ଦୀଗୃହରେ ନିକ୍ଷେପ କରନ୍ତି। କିନ୍ତୁ ପରମେଶ୍ୱର ସେହି ଲୋକମାନଙ୍କୁ ମୁକ୍ତି ଦେଇ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି।[୧୯] ପରମେଶ୍ୱର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନେକରନ୍ତି।[୨୦] ପରମେଶ୍ୱର ବିଶ୍ୱସ୍ତ ପରାମର୍ଶଦାତାମାନଙ୍କୁ ମଧ୍ୟ ଚୁପ୍ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।

ଆୟୁବ ୩୨:୭
ମୁଁ ନିଜେ ଚିନ୍ତା କରୁଥିଲି, ‘ବୟସ୍କ ଲୋକମାନେ ପ୍ରଥମେ କହିବା ଉଚିତ୍। ସେମାନେ ଅନେକ ଦିନ ହେଲା ବଞ୍ଚିଛନ୍ତି। ସେମାନେ ଅନେକ କଥା ଶିଖିଛନ୍ତି।’

ଯୋୟେଲ 2:28
ପରମେଶ୍ୱର ତାଙ୍କର ଆତ୍ମା ସବୁ ଲୋକଙ୍କୁ ପ୍ରଦାନ କରିବେ “ଏହା ପରେ ସବୁପ୍ରକାର ଲୋକଙ୍କ ଉପରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ୟାଗଣ ସଦାପ୍ରଭୁଙ୍କର ଭବିଷ୍ୟତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ ଓ ତୁମ୍ଭର ଯୁବକଗଣ ଦର୍ଶନ ଲାଭ କରିବେ।

ଲେବୀୟ ୧୯:୩୨
“ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସେମାନେ ତୁମ୍ଭ ପାଖକୁ ଆସିଲେ ଛିଡ଼ା ହୋଇଯାଅ, ଛିଡ଼ା ହୋଇ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ୟ ସଦାପ୍ରଭୁ ଅଟେ।

ଫିଲୀମୋନ 1:9
କିନ୍ତୁ ମୁଁ ତୁମ୍ଭକୁ ପ୍ରେମରେ ନିବେଦନ କରିବାକୁ ଇଚ୍ଛା କରେ। ମୁଁ ପାଉଲ, ବୁଢ଼ା ହୋଇ ଗଲିଣି ଓ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଛି।

ଗୀତସଂହିତା 71:9
ବୃଦ୍ଧା ଅବସ୍ଥା ହେତୁ ମୋତେ ପରିତ୍ୟାଗ କର ନାହିଁ। ମୁଁ ଦୁର୍ବଳ ହେବା ସମୟରେ ମୋତେ ପରିତ୍ୟାଗ କର ନାହିଁ।

ଗୀତସଂହିତା 71:18
ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି। ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର। ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି।

ଗୀତସଂହିତା 73:26
ମୋର ମନ ଏବଂ ଶରୀର ଦୁର୍ବଳ ହୁଏ, କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।

ଗୀତସଂହିତା 90:10-12
[10] ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ, ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ। ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ। ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।[11] କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ। କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।[12] ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।

ଗୀତସଂହିତା 91:16
ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”

ହିତୋପଦେଶ 17:6
ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।

ହିତୋପଦେଶ 20:29
ଯୁବକମାନଙ୍କ ବଳ ସେମାନଙ୍କର ଭୂଷଣ। ବୃଦ୍ଧମାନଙ୍କର ପକ୍ୱ କେଶ ସେମାନଙ୍କର ଶୋଭା।

ହିତୋପଦେଶ 23:22
— 16 — ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ।

ଗୀତସଂହିତା 37:35
ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ଯିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।

ପ୍ରଥମ ବଂଶାବଳୀ ୨୯:୨୮
ଦାଉଦ ବୃଦ୍ଧ ହେବାରୁ ମୃତ୍ୟୁଭୋଗ କଲେ। ଦାଉଦ ଏକ ଉତ୍ତମ, ଦୀର୍ଘ ଜୀବନଯାପନ କରିଥିଲେ। ଦାଉଦ ଅନେକ ଧନସମ୍ପତ୍ତି ଓ ସମ୍ମାନର ଅଧିକାରୀ ହୋଇଥିଲେ ଆଉ ଦାଉଦଙ୍କ ପରେ ତାଙ୍କର ପୁତ୍ର ଶଲୋମନ ରାଜା ହେଲେ।

ପ୍ରଥମ ରାଜାବଳୀ ୩:୧୪
ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତେବେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।”

ଗୀତସଂହିତା ୧୦୩:୫
ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି। ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି ଯୁବକ କରନ୍ତି।

ତୀତସ ୨:୩
ବୃଦ୍ଧା ନାରୀମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଜୀବନପ୍ରଣାଳୀରେ ପବିତ୍ର ହୁଅନ୍ତୁ। ସେମାନେ ଅନ୍ୟମାନଙ୍କ ବିରୁଦ୍ଧରେ କୁହନ୍ତୁ ନାହିଁ ଓ ଅଧିକ ମାତ୍ରାରେ ମଦ୍ୟପାନର ଅଭ୍ୟାସ ରଖନ୍ତୁ ନାହିଁ। ସେମାନେ ଭଲ କଥାର ଶିକ୍ଷା ଦିଅନ୍ତୁ।

୧ ତୀମଥି 5:1-2
[1] ଅନ୍ୟ ଲୋକଙ୍କ ସହିତ ରହିବା ପାଇଁ କେତୋଟି ନିୟମ ତୁମ୍ଭେ ଜଣେ ବୟସ୍କ ଲୋକ ସହିତ ରାଗରେ କଥାବାର୍ତ୍ତା କର ନାହିଁ। ନିଜ ପିତା ବୋଲି ଭାବି ତାହାଙ୍କ ସହିତ କଥା କୁହ। ସାନମାନଙ୍କ ପ୍ରତି ନିଜ ଭାଇ ଭଳି ଆଚରଣ କର।[2] ବୟସ୍କା ସ୍ତ୍ରୀଲୋକମାନଙ୍କୁ ମା ଭଳି ଓ ଯୁବତୀ ସ୍ତ୍ରୀଲୋକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା ସେମାନଙ୍କ ପ୍ରତି ପବିତ୍ରତାର ସହିତ ଆଚରଣ କର।

ଗୀତସଂହିତା ୭୧:୮-୯
[୮] ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ଯ୍ୟ କର୍ମ ବିଷୟରେ ଗାନ କରୁଛି।[୯] ବୃଦ୍ଧା ଅବସ୍ଥା ହେତୁ ମୋତେ ପରିତ୍ୟାଗ କର ନାହିଁ। ମୁଁ ଦୁର୍ବଳ ହେବା ସମୟରେ ମୋତେ ପରିତ୍ୟାଗ କର ନାହିଁ।

ଫିଲିପ୍‍ପୀୟ 3:20-21
[20] କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ୱର୍ଗ। ଆମ୍ଭେ ସ୍ୱର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁ ଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି।[21] ସେ ସ୍ୱର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସେହି ଶକ୍ତି ବଳରେ ସେ ଆମ୍ଭର ହେୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି ଗୌରବମୟ କରିଦେବେ।

ଯିଶାଇୟ ୪୬:୩-୪
[୩] “ହେ ଯାକୁବର ପରିବାର, ହେ ଇସ୍ରାଏଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭେମାନେ ଗର୍ଭସ୍ଥ ହେବା ଦିନଠାରୁ ଆମ୍ଭଦ୍ୱାରା ବାହିତ ହୋଇଅଛ।[୪] ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ତୁମ୍ଭକୁ ବହନ କରିବୁ। ପକ୍ୱକେଶ ହେବା ପର୍ଯ୍ୟନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଅଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା।

ଗୀତସଂହିତା ୯୨:୧୨-୧୫
[୧୨] ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।[୧୩] ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡାଳଗଛ ସ୍ୱରୂପ।[୧୪] ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ। ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।[୧୫] ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ। ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

ଉପଦେଶକ 12:1-7
[1] ବାର୍ଦ୍ଧକ୍ୟ ଅବସ୍ଥାରେ ଅସୁବିଧାସବୁ ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ “ମୁଁ ଆଉ ଜୀବନକୁ ଉପଭୋଗ କରିବାକୁ ଗ୍ଭହେଁ ନାହିଁ।”[2] ସେ ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବ। ପୁଣି ବୃଷ୍ଟି ପରେ ପୁନର୍ବାର ମେଘ ହେବ।[3] ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ସଂଖ୍ୟକ ହେବାରୁ ନିବୃତ୍ତ ହେବେ। ପୁଣି ସେହିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସେମାନେ ଅନ୍ଧ ହେବେ।[4] ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ। ସେ ସମୟରେ ପେଷେଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକେ ଜାଗି ଉଠିବେ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ।[5] ଆହୁରି ସେମାନେ ଉଚ୍ଚସ୍ଥାନ ବିଷୟରେ ଭୟ କରିବେ ଓ ପଥରେ ତ୍ରାସ ହେବେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ୟ ଧଳା ଗତିରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହେବ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା’ପରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶୋକକାରୀମାନେ ଏକତ୍ରିତ ହୋଇ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନେବେ।[6] ମୃତ୍ୟୁ ସେହି ସମୟରେ ରୂପାର ତାର ହୁଗୁଳା ହେବ ଏବଂ ସୁବର୍ଣ୍ଣ ମାଠିଆ ଭଗ୍ନ ହେବ। କୂଅରେ ଏକ ପାତ୍ର ଭାଙ୍ଗିବା ପରି ଏବଂ ଭଗ୍ନ କପି କୂଅରେ ପଡ଼ିଲାପରି।[7] ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା, ତୁମ୍ଭେ ମଲା ପରେ ପୁଣି ଧୂଳିକୁ ଫେରିଯିବ। ଏବଂ ତୁମ୍ଭର ଆତ୍ମା ପରମେଶ୍ୱରଙ୍କ ନିକଟକୁ ଫେରିଯିବ।

Odia Bible ERV 2010
Easy-to-Read Version Copyright © 2010 World Bible Translation Center