A A A A A

ଭଲ ଚରିତ୍ର |: [ସାହସିକତା]


ପ୍ରେରିତ ୪:୨୯-୩୧
[୨୯] ହେ ପ୍ରଭୁ, ବର୍ତ୍ତମାନ ସେମାନେ କ’ଣ କହୁଅଛନ୍ତି, ତାହା ଶୁଣ। ସେମାନେ ଆମ୍ଭମାନଙ୍କୁ ଭୟ ଦେଖାଉଛନ୍ତି। ପ୍ରଭୁ, ଆମ୍ଭେମାନେ ତୁମ୍ଭର ସେବକ ଅଟୁ, ତେଣୁ ତୁମ୍ଭେ ଯାହା ଗ୍ଭହଁ, ତାହା ନିର୍ଭୟରେ କହିବା ପାଇଁ ଆମ୍ଭକୁ ସାହାଯ୍ୟ କର।[୩୦] ତୁମ୍ଭର ଶକ୍ତି ଆମ୍ଭକୁ ଦେଖାଅ, ଯଦ୍ଦ୍ୱାରା ଆମ୍ଭେ ସାହସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦେଖାଇବା ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରିବା।”[୩୧] ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘରେ, ସମସ୍ତେ ଏକାଠି ହୋଇଥିଲେ, ସେହି ଘର କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଗଲେ ଓ ପରମେଶ୍ୱରଙ୍କର ବାର୍ତ୍ତା ସାହସର ସହିତ କହିବାକୁ ଲାଗିଲେ।

୨ କରିନ୍ଥୀୟ ୩:୧୨
ଆମ୍ଭମାନଙ୍କଠାରେ ଏହି ପ୍ରକାରର ଭରସା ରଖିଥିବା ହେତୁ ଆମ୍ଭେ ଅତି ସାହସୀ।

ପ୍ରେରିତ ୧୪:୩
ତଥାପି ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ଅନେକ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଗ୍ଭର କଲେ। ସେମାନଙ୍କ ମାଧ୍ୟମରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କଲେ ଓ ଅନୁଗ୍ରହର ବାକ୍ୟ ପ୍ରଗ୍ଭର କଲେ।

ପ୍ରେରିତ ୧୩:୪୬
କିନ୍ତୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସାହସର ସହିତ କହିଲେ, “ପରମେଶ୍ୱରଙ୍କର ସୁସମାଗ୍ଭର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାଯିବା ଆବଶ୍ୟକ ଥିଲା। କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରିବାରୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା।

ପ୍ରେରିତ ୧୯:୮
ତା’ପରେ ପାଉଲ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହିଲେ। ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହି ସେମାନଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଲେ।

ଫିଲୀମୋନ ୧:୮
ଅନୀସିମକୁ ଭାଇ ଭଳି ସ୍ୱୀକାର କର କେତେଗୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟରେ ଭାଇ ହିସାବରେ ସ‌ତ୍‌‌କାର୍ଯ୍ୟ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦେବାର ମୋର ଅଧିକାର ଅଛି।

ପ୍ରେରିତ ୧୮:୨୬
ସେ ନିର୍ଭୟରେ ସମାଜଗୃହରେ କହିବା ଆରମ୍ଭ କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନେଇ ଆସିଲେ। ସେମାନେ ପରମେଶ୍ୱରଙ୍କ ପଥ ବିଷୟରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ।

ମାର୍କ ୧୫:୪୩
ହାରାମାଥୀୟାର ଯିହୂଦୀ ଯୋସେଫ ମହାସଭାର ଜଣେ ସମ୍ମାନିତ ସଦସ୍ୟ ଥିଲେ ଓ ସେ ପରମେଶ୍ୱରଙ୍କ ରାଜ୍ୟ ଆସୁ ବୋଲି ଗ୍ଭହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ।

ପ୍ରେରିତ ୨୮:୩୧
ଯେତେଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ୱାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧାରେ ପୁଣି ଅତି ସାହସର ସହିତ ପରମେଶ୍ୱରଙ୍କ ରାଜ୍ୟ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କଲେ। ପୁଣି ସେହି ଶିକ୍ଷା ଦେବାରୁ କେହିହେଲେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ନାହିଁ।

ପ୍ରେରିତ ୪:୨୯-୩୦
[୨୯] ହେ ପ୍ରଭୁ, ବର୍ତ୍ତମାନ ସେମାନେ କ’ଣ କହୁଅଛନ୍ତି, ତାହା ଶୁଣ। ସେମାନେ ଆମ୍ଭମାନଙ୍କୁ ଭୟ ଦେଖାଉଛନ୍ତି। ପ୍ରଭୁ, ଆମ୍ଭେମାନେ ତୁମ୍ଭର ସେବକ ଅଟୁ, ତେଣୁ ତୁମ୍ଭେ ଯାହା ଗ୍ଭହଁ, ତାହା ନିର୍ଭୟରେ କହିବା ପାଇଁ ଆମ୍ଭକୁ ସାହାଯ୍ୟ କର।[୩୦] ତୁମ୍ଭର ଶକ୍ତି ଆମ୍ଭକୁ ଦେଖାଅ, ଯଦ୍ଦ୍ୱାରା ଆମ୍ଭେ ସାହସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦେଖାଇବା ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରିବା।”

ହିତୋପଦେଶ ୨୮:୧
ଦୁଷ୍ଟ ଲୋକମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।

ଆଦି ୧୮:୨୩-୩୨
[୨୩] ଏହା ପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, “ହେ ସଦାପ୍ରଭୁ, ଆପଣ କ’ଣ ନିରୀହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବା ପାଇଁ ଯୋଜନା କରିଅଛନ୍ତି?”[୨୪] ଯଦି ପଗ୍ଭଶ୍ ଜଣ ଧାର୍ମିକ ଲୋକ ସେହି ନଗରରେ ଥା’ନ୍ତି, ଆପଣ କ’ଣ କରିବେ?ଆପଣ କ’ଣ ସମ୍ପୂର୍ଣ୍ଣ ରୂପେ ସେହି ଦେଶକୁ ଧ୍ୱଂସ କରିବେ? ପଗ୍ଭଶ୍ ଜଣ ଧାର୍ମିକଙ୍କ ସକାଶେ କ’ଣ ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ?[୨୫] ନିଶ୍ଚୟ ଆପଣ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବେ ନାହିଁ। ଯଦି ଏହା ହୁଏ, ତେବେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କ’ଣ ସାରା ପୃଥିବୀର ବିଗ୍ଭରକର୍ତ୍ତା ଯାହା ନ୍ୟାୟ, ତାହା କରିବେ ନାହିଁ?”[୨୬] ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଯଦି ପଗ୍ଭଶ୍ ଜଣ ଭଲ ବ୍ୟକ୍ତି ସଦୋମରେ ଦେଖିବି, ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ।”[୨୭] ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ଆପଣଙ୍କ ତୁଳନାରେ ମୁଁ କେବଳ ଧୂଳି ଓ ପାଉଁଶ। କିନ୍ତୁ ମୋତେ କ୍ଷମା କରନ୍ତୁ ମୁଁ ଏତେ ସାହସୀ ହୋଇ ଆଉ ଏକ ପ୍ରଶ୍ନ ପଗ୍ଭରୁଅଛି।[୨୮] ହୋଇପାରେ ସେହି ପଗ୍ଭଶ୍ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ଊଣା ହୋଇପାରନ୍ତି, ଆପଣ କ’ଣ ଏହି ପାଞ୍ଚ ଜଣଙ୍କ କାରଣରୁ ସେହି ସହରକୁ ଧ୍ୱଂସ କରିବେ କି?” ସଦାପ୍ରଭୁ କହିଲେ, “ଯଦି ମୁଁ ସେଠାରେ ପଇଁଗ୍ଭଳିଶ ଜଣ ଧାର୍ମିକ ଲୋକ ଦେଖେ ତେବେ ସେ ନଗରକୁ ଧ୍ୱଂସ କରିବି ନାହିଁ।”[୨୯] ଅବ୍ରହାମ ପୁଣି କହିଲେ, “ଆପଣ ଯଦି ସେଠାରେ ଗ୍ଭଳିଶ୍ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ନଗରଟିକୁ ଧ୍ୱଂସ କରିବେ?” ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ସେଠାରେ ଗ୍ଭଳିଶ୍ ଜଣ ଧାର୍ମିକ ଲୋକ ଦେଖେ ଦେବେ ମୁଁ ସେହି ନଗରକୁ ଧ୍ୱଂସ କରିବି ନାହିଁ।”[୩୦] ଏହା ପରେ ଅବ୍ରହାମ କହିଲେ, “ହେ ସଦାପ୍ରଭୁ, ମୋ’ ପ୍ରତି କ୍ରୋଧ କରନ୍ତୁ ନାହିଁ। ଆପଣଙ୍କୁ ଏହି କଥା ପଗ୍ଭରିବାକୁ ଦିଅନ୍ତୁ। ଯଦି ତିରିଶ୍ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ସେହି ନଗର ଧ୍ୱଂସ କରିବେ?” ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ତିରିଶ୍ ଜଣ ଧାର୍ମିକ ଲୋକ ପାଏ, ତେବେ ମୁଁ ସେହି ନଗର ଧ୍ୱଂସ କରିବି ନାହିଁ।”[୩୧] ଏହା ପରେ ଅବ୍ରହାମ କହିଲେ, “ମୁଁ ଆପଣଙ୍କୁ କଷ୍ଟ ଦେଇ ପୁନର୍ବାର ପଗ୍ଭରିବି କି? ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ଆପଣ ନଗରକୁ ଧ୍ୱଂସ କରିବେ?” ସଦାପ୍ରଭୁ ଉତ୍ତର ଦେଲେ, “ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ ମୁଁ ନଗରକୁ ଧ୍ୱଂସ କରିବି ନାହିଁ।”[୩୨] ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୋତେ ଶେଷ ଥର ପାଇଁ ଅନୁମତି ମିଳୁ। ଯଦି ଆପଣ ସେଠାରେ ଦଶ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ଏପରି କରିବେ?” ସଦାପ୍ରଭୁ କହିଲେ, “ଯଦି ଦଶ ଜଣ ଉତ୍ତମ ଲୋକ ଥା’ନ୍ତି ତେବେ ସେହି ସହରକୁ ବିନଷ୍ଟ କରିବି ନାହିଁ।”

ଗୀତସଂହିତା ୧୩୮:୩
ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି। ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।

ଏଫିସୀୟ ୩:୧୨
ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା, ନିର୍ଭୟରେ ପରମେଶ୍ୱରଙ୍କ ସମ୍ମୁଖକୁ ଯିବା ପାଇଁ ଆମର ସ୍ୱାଧୀନତା ଅଛି।

ଯୋହନ ୪:୧୭
ସ୍ତ୍ରୀଲୋକଟି କହିଲା, “କିନ୍ତୁ ମୋର ସ୍ୱାମୀ ନାହିଁ।” ଯୀଶୁ କହିଲେ, “ଠିକ୍ କଥା କହିଛ ତୁମ୍ଭର ସ୍ୱାମୀ ନାହିଁ।

ଏବ୍ରୀ ୧୦:୧୯
ପରମେଶ୍ୱରଙ୍କ ନିକଟକୁ ଆସ ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟରେ ଏପରି କରି ପାରିବା।

ଏବ୍ରୀ ୪:୧୬
ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।

ଏବ୍ରୀ 13:6
ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା: “ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ, ମୁଁ ଭୟ କରିବି ନାହିଁ, ମନୁଷ୍ୟ ମୋର କିଛି କରି ପାରିବ ନାହିଁ।”

ଏଫିସୀୟ ୬:୧୯-୨୦
[୧୯] ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହୋଇ, ସୁସମାଗ୍ଭରର ନିଗୂଢ଼ ସତ୍ୟ ପ୍ରକାଶ କରିପାରେ, ସେଥିନିମନ୍ତେ ପରମେଶ୍ୱର ମୋତେ ତାହାଙ୍କର ବାକ୍ୟ ପ୍ରଦାନ କଲେ।[୨୦] ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ।

ପ୍ରେରିତ ୪:୧୩
ସେମାନେ ଯେତେବେଳେ ପିତର ଓ ଯୋହନଙ୍କର ଏପରି ସାହସ ଦେଖିଲେ ଓ ଜାଣି ପାରିଲେ ଯେ ସେମାନେ ଅଶିକ୍ଷିତ ଓ ସାଧାରଣ ଲୋକ, ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେମାନେ ଏହା ମଧ୍ୟ ବୁଝି ପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ।

୧ ତୀମଥି ୩:୧୩
ଯେଉଁ ଲୋକମାନେ ଭଲ ଭାବରେ ସେବା କରନ୍ତି, ସେମାନେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ବିଶ୍ୱାସ ସମ୍ପର୍କରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି।

୧ ଥେସଲନୀକୀୟ ୨:୨
ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲି‌ପ୍‌ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ।

ଫିଲିପ୍‍ପୀୟ ୧:୨୦
ମୋର ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହେବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମୋ’ ଶରୀରରେ ପ୍ରକାଶିତ କରିବି।

୨ ତୀମଥି ୧:୭
ପରମେଶ୍ୱର ଆମ୍ଭକୁ ଭୟର ଆତ୍ମା ଦେଇ ନାହାନ୍ତି। ସେ ଆମ୍ଭକୁ ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ପ୍ରଦାନ କରିଛନ୍ତି।

୧ କରିନ୍ଥୀୟ ୧୬:୧୩
ପାଉଲଙ୍କ ପତ୍ରର ଶେଷ ଅଂଶ ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ୱାସରେ ଅଟଳ ରୁହ। ସାହସୀ ହୁଅ, ବଳବାନ ହୁଅ। ପ୍ରତ୍ୟେକ କର୍ମ ପ୍ରେମରେ ସାଧିତ କର।

ହିତୋପଦେଶ ୧୪:୨୬
ସଦାପ୍ରଭୁ ବିଷୟକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସେଠାରେ ଆଶ୍ରୟସ୍ଥାନ ପାଇବେ।

ଗୀତସଂହିତା ୨୭:୧୪
ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର, ବଳଶାଳୀ ଓ ସାହସିକ ହୁଅ ଏବଂ ସଦାପ୍ରଭୁଙ୍କର ଅନୁସରଣ କର।

ରୋମୀୟ ୧:୧୬
ମୁଁ ଏହି ସୁସମାଗ୍ଭର ପାଇଁ ଗର୍ବ ଅନୁଭବ କରୁଛି। ଏହି ସୁସମାଗ୍ଭର ହେଉଛି ଶକ୍ତି, ଯାହାଦ୍ୱାରା ପରମେଶ୍ୱର ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରନ୍ତି। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ।

ପ୍ରଥମ ବଂଶାବଳୀ ୨୮:୨୦
ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଆହୁରି ମଧ୍ୟ କହିଲେ, “ବଳବାନ୍ ଓ ସାହସୀ ହୁଅ ଏବଂ ଏହି କାର୍ଯ୍ୟ ଶେଷ କର। ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର, ମୋର ପରମେଶ୍ୱର, ତୁମ୍ଭ ସହିତରେ ଅଛନ୍ତି। ସମସ୍ତ କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ସେ ତୁମ୍ଭକୁ ସାହାଯ୍ୟ କରିବେ। ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବ।

୧ କରିନ୍ଥୀୟ ୧୫:୫୮
ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।

ଏଫିସୀୟ ୬:୧୦
ପରମେଶ୍ୱରଙ୍କ ଯୁଦ୍ଧସାଜ ପିନ୍ଧ ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ।

ଯିଶାଇୟ ୫୪:୪
ଭୟ କର ନାହିଁ, କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ; କିମ୍ବା ବିଷଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ। ତୁମ୍ଭେ ଯୌବନକାଳର ଲଜ୍ଜା ଭୁଲିଯିବ ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।

ଯୋହନ ୧୪:୨୭
“ମୁଁ ତୁମ୍ଭକୁ ଶାନ୍ତି ଦେଇ ଯାଉଛି। ଏହି ଶାନ୍ତି ମୋ’ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା’ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନରେ ଦୁଃଖ କର ନାହିଁ। ଭୟ ମଧ୍ୟ କର ନାହିଁ।

ମାର୍କ ୫:୩୬
କିନ୍ତୁ ଯୀଶୁ ସେମାନଙ୍କ କଥା ଶୁଣିସାରି ଯିହୂଦୀ ସମାଜଗୃହର ଅଧିକାରୀଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।”

ଫିଲିପ୍‍ପୀୟ ୧:୨୮
ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ୱରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭେମାନେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତ୍ରୁମାନେ ବିନାଶ ହେବେ।

ଯୋହନ ୭:୨୬
କିନ୍ତୁ ସେ ପ୍ରକାଶରେ ପ୍ରଗ୍ଭର କରୁଛି, ତାହାଙ୍କୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଗ୍ଭର ବନ୍ଦ କରିବା ପାଇଁ ଚେଷ୍ଟା କରୁ ନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ, ସେ ପ୍ରକୃତରେ ଖ୍ରୀଷ୍ଟ।

ପ୍ରେରିତ ୫:୨୯
ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, “ଆମ୍ଭେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ୱରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।

ଯିହୋଶୂୟ ୧:୭
କିନ୍ତୁ ତୁମ୍ଭେ ବଳବାନ ଓ ସାହସୀ ହୁଅ। ଅନ୍ୟ କଥା ମାନିବାକୁ ତୁମ୍ଭେ ନିଶ୍ଚିତ ମୋର ଦାସ ମୋଶାଙ୍କର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତେବେ ତୁମ୍ଭେ ଯେଉଁ କର୍ମ କରିବ ସେଥିରେ ଉତ୍ତୀର୍ଣ୍ଣ ହେବ।

ଯିହିଜିକଲ ୩:୯
ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସେଗୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସେମାନେ ବିଦ୍ରୋହୀ, ତୁମ୍ଭେ ସେମାନଙ୍କୁ ଭୟ କର ନାହିଁ, ଏବଂ ସେମାନଙ୍କ ଗ୍ଭହାଣିରେ ଉ‌‌ଦ୍‌‌ବିଗ୍ନ ହୁଅ ନାହିଁ।”

ପ୍ରେରିତ ୯:୨୯
ସେ ଗ୍ରୀକ୍ ଭାଷାଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏବଂ ବାଦାନୁବାଦ ମଧ୍ୟ କରୁଥିଲେ। କିନ୍ତୁ ସେମାନେ ତାହାଙ୍କୁ ମାରିବା ପାଇଁ ଚେଷ୍ଟା କଲେ।

ଫିଲିପ୍‍ପୀୟ ୧:୧
ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲି‌ପ୍‌ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ ଏବଂ ବିଶେଷ ସେବକମାନଙ୍କୁ ପତ୍ର।

୧ ତୀମଥି ୩:୧
ମଣ୍ଡଳୀର ନେତାଗଣ ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି।

୧ କରିନ୍ଥୀୟ ୩:୧୨
ଏହି ମୂଳଦୁଆ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସେହି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ନଡ଼ା, ଯାହାକିଛି ବ୍ୟବହାର କରି ନିର୍ମାଣ କରି ପାରିବ।

ଏବ୍ରୀ ୧୦:୧
ଯୀଶୁଙ୍କ ବଳିଦାନ ଆମକୁ ସମ୍ପୂର୍ଣ୍ଣ କରେ ବ୍ୟବସ୍ଥା ଆମ୍ଭକୁ ଭବିଷ୍ୟତରେ ଘଟିବାକୁ ଥିବା ଉତ୍ତମ ବିଷୟ ଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ୟବସ୍ଥା ପ୍ରକୃତ ବିଷୟ ଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ୟବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁହେ। ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସେହି ବଳି ସମର୍ପଣ କାର୍ଯ୍ୟ କରି ଗ୍ଭଲିଥା’ନ୍ତି। କିନ୍ତୁ ବ୍ୟବସ୍ଥା କେବେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ।

୧ ପିତର ୫:୧୦
ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା’ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ।

Odia Bible ERV 2010
Easy-to-Read Version Copyright © 2010 World Bible Translation Center