A A A A A

ଭଲ ଚରିତ୍ର |: [ଉତ୍ତରଦାୟିତ୍ୱ |]


ରୋମୀୟ ୧୪:୧୨
ଅତଏବ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କ ସାମନାରେ ନିଜ ଜୀବନର ହିସାବ ଦେବାକୁ ହେବ।

ରୋମୀୟ ୧:୨୦
ପରମେଶ୍ୱରଙ୍କ ବିଷୟରେ କେତେକ ତଥ୍ୟ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ୱରତ୍ୱ ତାହାଙ୍କୁ ପରମେଶ୍ୱର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସେଗୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରାଯାଇଛି। ଏଗୁଡ଼ିକ ପରମେଶ୍ୱର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହୋଇ ଥାଏ। ସେଥିପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ବାହାନା ନାହିଁ।

ହିତୋପଦେଶ ୨୭:୧୭
ଯେପରି ଲୁହା ଲୁହାକୁ ଧାର କରେ, ସେପରି ବନ୍ଧୁ ତା’ର ବନ୍ଧୁତ୍ୱର ମନକୁ ତୀ‌କ୍ଷ୍‌ଣ କରେ।

ଯାକୁବ ୫:୧୬
ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ୱୀକାର କର। ତା’ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ୱର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତେବେଳେ ନିରନ୍ତର ପ୍ରାର୍ଥନା କରେ, ସେତେବେଳେ ମହାନ ଘଟଣାମାନ ଘଟିଥାଏ।

ରୋମୀୟ ୨:୧୨
ଯେଉଁ ଲୋକମାନେ ବ୍ୟବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ ଶୁଣି ନାହାନ୍ତି, ପାପ କର୍ମ କଲାବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି ଓ ପାପ କରୁଛନ୍ତି, ସେମାନେ ନଷ୍ଟ ହୋଇ ଯିବେ ଓ ସେହିପରି, ଯେଉଁମାନେ ବ୍ୟବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନଙ୍କର ନ୍ୟାୟବିଗ୍ଭର ହେବ।

ଲୂକ ୧୨:୪୭-୪୮
[୪୭] “ଯେଉଁ ସେବକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ’ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏ ନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରେନି, ସେହିଭଳି ସେବକକୁ ଭୀଷଣ ଦଣ୍ଡ ଦିଆଯିବ।[୪୮] କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା’ଠାରୁ ବହୁତ ଅଧିକ ଆଶା କରାଯିବ।”

୧ ଥେସଲନୀକୀୟ ୫:୧୧
ଅତଏବ ପରସ୍ପରକୁ ସାନ୍ତ୍ୱନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ୟାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠାରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ୟ ସେଇଆ କରୁଛ।

ଯାକୁବ ୪:୧୭
ଯଦି ଜଣେ ଲୋକ ଭଲ କାମ କରିବାକୁ ଜାଣି ସୁଦ୍ଧା ତାହା କରେ ନାହିଁ, ତା’ହେଲେ ସେ ପାପ କରିଥାଏ।

ରୋମୀୟ ୪:୧୫
କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା’ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ।

୧ ତୀମଥି ୧:୧୦
ଯୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ଯୌନ ଅଭିଳାଷୀ, ଦାସମାନଙ୍କ ବିକ୍ରେତା, ମିଥ୍ୟାବାଦୀ, ମିଥ୍ୟା ଶପଥ ନେଉଥିବା ଲୋକେ ଓ ପରମେଶ୍ୱରଙ୍କ ସ‌ତ୍‌‌ଶିକ୍ଷାର ବିରୋଧାଚରଣ କରୁଥିବା ଯେକୌଣସି ବ୍ୟକ୍ତି ପାଇଁ ବ୍ୟବସ୍ଥା ଆବଶ୍ୟକ।

ମାଥିଉ ୧୨:୩୬
କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରତ୍ୟେକ ଶବ୍ଦପାଇଁ ବିଗ୍ଭର ଦିନରେ ସେମାନଙ୍କୁ ଉତ୍ତର ଦେବାକୁ ହେବ।

ଲୂକ ୧୨:୪୮
କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା’ଠାରୁ ବହୁତ ଅଧିକ ଆଶା କରାଯିବ।”

ଯିହିଜିକଲ ୧୮:୨୦
କେବଳ ପାପୀମାନେ ମୃତ୍ୟୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପୁତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ୟକ୍ତିର ଧାର୍ମିକତା ହିସାବ କରାଯିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାଯିବ।

ଏଫିସୀୟ ୫:୨୧
ପତି ଓ ପତ୍ନୀ ପରସ୍ପର ପ୍ରତି ବାଧ୍ୟ ହେବା ପାଇଁ ଇଚ୍ଛୁକ ହୁଅ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।

ଏବ୍ରୀ 10:25
କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।

ଯିହିଜିକଲ 33:8
ମୁଁ ଯେତେବେଳେ କୌଣସି ଦୁଷ୍ଟ ଲୋକକୁ କହିବି, ‘ହେ ଦୁଷ୍ଟଲୋକ, ତୁମ୍ଭେ ନିଶ୍ଚୟ ମରିବ।’ ସେତେବେଳେ ତୁମ୍ଭେ ଯଦି ତାକୁ ସଚେତନ ନ କର ଓ ସେ ତାହାର ଜୀବନ ପଥ ପରିବର୍ତ୍ତନ ନ କରେ, ତେବେ ସେହି ଦୁଷ୍ଟଲୋକ ନିଜ ପାପରେ ମରିବ। ମୁଁ ତାହାର ରକ୍ତର ପ୍ରତିଶୋଧ ତୁମ୍ଭ ଉପରେ ନେବି।

ମାଥିଉ 12:36-37
[36] କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରତ୍ୟେକ ଶବ୍ଦପାଇଁ ବିଗ୍ଭର ଦିନରେ ସେମାନଙ୍କୁ ଉତ୍ତର ଦେବାକୁ ହେବ।[37] ଅତଏବ ଯେଉଁସବୁ କଥା ତୁମ୍ଭେ କହିଥିବ, ତା ଅନୁସାରେ ତୁମ୍ଭକୁ ଦୋଷୀ ବା ତୁମ୍ଭକୁ ନିର୍ଦ୍ଦୋଷୀ ବୋଲି ବିଗ୍ଭର କରାଯିବ।”

ଗାଲାତୀୟ 6:1-2
[1] ଏକଆରେକର ସାହାଯ୍ୟ କର ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ।[2] ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ।

ଏବ୍ରୀ 10:24
ପରସ୍ପରକୁ ସାହାଯ୍ୟ କର, ଦୃଢ଼ ହୁଅ ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍।

ଗୀତସଂହିତା 51:5
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି ଓ ପାପରୁ ହିଁ ମୋର ମା ମୋତେ ଗର୍ଭରେ ଧାରଣ କଲା।

୧ ଯୋହନ 2:2
ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।

୨ କରିନ୍ଥୀୟ 5:10
ଆମ୍ଭେ ସମସ୍ତେ ବିଗ୍ଭରିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କର ନ୍ୟାୟାସନ ଆଗରେ ଅବଶ୍ୟ ଠିଆ ହେବୁ। ଆମ୍ଭମାନଙ୍କ ଭିତରୁ ପ୍ରତ୍ୟେକ, ଏହି ପାର୍ଥିବ ଶରୀର ଧାରଣ କରିଥିଲାବେଳେ ଯାହାକିଛି ଭଲ ବା ମନ୍ଦ କରିଛୁ, ତା’ ପାଇଁ ପ୍ରତିଦାନ ପାଇବ।

୨ କରିନ୍ଥୀୟ 4:17-18
[17] ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍।[18] ଆମ୍ଭର ଆଖି ଦୃଶ୍ୟ ବିଷୟ ଗୁଡ଼ିକ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ କେନ୍ଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦେଖା ଯାଉଛି, ତାହା ଅସ୍ଥାୟୀ, ଓ ଯାହା ଅଦୃଶ୍ୟ, ତାହା ସମ୍ପୂର୍ଣ୍ଣ ଚିରସ୍ଥାୟୀ।

ଏଫିସୀୟ 4:25
ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ୟ କୁହ, ଯେହେତୁ ଆମ୍ଭେ ସମସ୍ତେ ଗୋଟିଏ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଟୁ।

ଗାଲାତୀୟ ୬:୨
ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ।

ପ୍ରେରିତ ୧୪:୧୭
କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ୟ ଦେଇ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି।”

୨ କରିନ୍ଥୀୟ ୨:୬
ଏହି ଲୋକକୁ ତୁମ୍ଭେମାନେ ମିଶି ଯାହା ଦଣ୍ଡ ଦେଇଛ, ତାହା ଯଥେଷ୍ଟ ହେଲାଣି।

ପ୍ରଥମ ଶାମୁୟେଲ ୧୬:୭
କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଇଲୀୟାବ ଡେଙ୍ଗା ଓ ସୁନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନୁଷ୍ୟ ଯେପରି ଦେଖେ ସଦାପ୍ରଭୁ ସେପରି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀୟାବ ଉପଯୁକ୍ତ ଲୋକ ନୁହଁ।”

୧ କରିନ୍ଥୀୟ ୧:୧୦
କରିନ୍ଥୀ ମଣ୍ଡଳୀରେ ସମସ୍ୟା ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନିବେଦନ କରେ ଯେ, ତୁମ୍ଭେମାନେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ୱାରା ତୁମ୍ଭମାନଙ୍କ ଭିତରେ କୌଣସି ବିଭାଜନ ହେବ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ୟ ସମାନ ହେବା ଦ୍ୱାରା ତୁମ୍ଭେମାନେ ସମ୍ପୂର୍ଣ୍ଣ ସଂଯୁକ୍ତ ହୁଅ।

ଦ୍ଵିତୀୟ ରାଜାବଳୀ ୧୨:୪-୫
[୪] ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିର ପୁନଃନିର୍ମାଣ ପାଇଁ ଆଦେଶ କରନ୍ତି ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ମନ୍ଦିରରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସେମାନେ ଜନ ଗଣନା ସମୟରେ କର ଦେଲେ। ସେମାନେ ସେମାନଙ୍କର ଅନୁସାରେ ମୁଦ୍ରା ଦେଲେ। ଲୋକମାନଙ୍କଠାରୁ ପ୍ରତ୍ୟେକ ନିରୂପିତ ମୁଦ୍ରା ପ୍ରାପ୍ତ କରି, ଯିଏ ସେବା କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତିରେ ଯାଜକମାନେ ମୁଦ୍ରା ବ୍ୟବହାର କରନ୍ତୁ।”[୫] ***

ଗୀତସଂହିତା ୮୨:୧
ଆସଫର ଗୀତ। ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।

ଗୀତସଂହିତା ୮୨:୬
ମୁଁ (ପରମେଶ୍ୱର) କହିଲି, “ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।

ଆୟୁବ ୧:୬-୧୨
[୬] ସଦାପ୍ରଭୁଙ୍କ ସହିତ ସାକ୍ଷାତ ଲାଗି ସ୍ୱର୍ଗଦୂତମାନଙ୍କ ପାଇଁ ସେହି ଦିନଟି ଉପସ୍ଥିତ ହେଲା। ସେହି ସ୍ୱର୍ଗଦୂତମାନଙ୍କ ସହିତ ଶୟତାନ ମଧ୍ୟ ସେଠାରେ ଉପସ୍ଥିତ ହେଲା।[୭] ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଏଣେତେଣେ ବିଚରଣ କରୁଥିଲି।”[୮] ତା’ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ମୋର ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହିଁ। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଅଟେ। ସେ ପରମେଶ୍ୱରଙ୍କୁ ଉପାସନା କରେ ଏବଂ ମନ୍ଦକାର୍ଯ୍ୟ କରିବାକୁ ପ୍ରତ୍ୟାଖାନ କରେ।”[୯] ଶୟତାନ ଉତ୍ତର ଦେଲା, “ନିଶ୍ଚୟ! କିନ୍ତୁ ଆୟୁବର ପରମେଶ୍ୱରଙ୍କୁ ଉପାସନା କରିବାର ଯଥେଷ୍ଟ କାରଣ ରହିଛି।[୧୦] ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା’ର ପରିବାରକୁ, ତା’ର ଯାହାକିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ଯ୍ୟ କରେ ସବୁଥିରେ ଆପଣ ତାକୁ କୃତକାର୍ଯ୍ୟ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥିରେ ସେ ଏତେ ଧନୀ ଯେ, ତା’ର ମେଷପଲ ଓ ଗୋପଲ ସାରାଦେଶରେ ଥିଲେ।[୧୧] ମୁଁ ପ୍ରତିଜ୍ଞା କରି କହିପାରେ ଆପଣ ତା’ର ସର୍ବସ୍ୱ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”[୧୨] ତା’ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ତା’ର ଯାହାସବୁ ଅଛି, ସେଗୁଡ଼ିକ ସହିତ ତୁମ୍ଭେ ଯେପରି ଗ୍ଭହଁ କର, କିନ୍ତୁ ସେହି ବ୍ୟକ୍ତିକୁ ସ୍ପର୍ଶ କର ନାହିଁ।” ତା’ପରେ ଶୟତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଗ୍ଭଲିଗଲା।

ଆୟୁବ ୨:୧-୭
[୧] ଶୟତାନ ଆୟୁବକୁ ଚିନ୍ତାରେ ପକାଇଲା ଅନ୍ୟ ଦିନ ସ୍ୱର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶୟତାନ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ଉପସ୍ଥିତ କରିବାକୁ ଆସିଲା।[୨] ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଏତେଦିନ ଧରି କେଉଁଠାରେ ଥିଲ?” ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଗ୍ଭରିଆଡ଼େ ବିଚରଣ କରୁଥିଲି।”[୩] ତା’ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଆମ୍ଭ ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହାନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି। ସେ ପରମେଶ୍ୱରଙ୍କୁ କେବଳ ଉପାସନା କରେ ଓ ମନ୍ଦକାର୍ଯ୍ୟ କରିବାକୁ ବାରଣ କରେ। ସେ ଏବେ ମଧ୍ୟ ନିର୍ଦ୍ଦୋଷ, ଯଦିଓ ତୁମ୍ଭେ ବିନା କାରଣରେ ତା’ର ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମୋତେ ପ୍ରବର୍ତ୍ତାଇଥିଲ।”[୪] ଶୟତାନ ଉତ୍ତର ଦେଲା, “ଚର୍ମ ଚର୍ମ ପାଇଁ! ଜଣେ ମନୁଷ୍ୟ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦେଇ ଦେବ।[୫] ଯଦି ଆପଣ ତା’ର ଶରୀରକୁ କିଛି କରନ୍ତି, ସେ ନିଶ୍ଚୟ ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”[୬] ଏହା ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତରେ, ଯେ ତୁମ୍ଭେ ତା’ର ଜୀବନକୁ ଛାଡ଼ିଦେବ।”[୭] ତା’ପରେ ଶୟତାନ ସଦାପ୍ରଭୁଙ୍କଠାରୁ ବିଦାୟ ନେଇ ଗ୍ଭଲିଗଲା। ସେ ଆୟୁବକୁ ଯନ୍ତ୍ରଣାଦାୟକ କ୍ଷତ ଦେଲା। ଏହି କ୍ଷତଗୁଡ଼ିକ ସମଗ୍ର ଶରୀରରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଥିଲା।

ପ୍ରଥମ ବଂଶାବଳୀ ୨୮:୮
ଦାଉଦ କହିଲେ, “ବର୍ତ୍ତମାନ, ସମଗ୍ର ଇସ୍ରାଏଲ ଓ ପରମେଶ୍ୱରଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଅତ୍ୟନ୍ତ ଯତ୍ନଶୀଳ ହୁଅ। ତେବେ ତୁମ୍ଭେମାନେ ଏହି ଉତ୍ତମ ଦେଶକୁ ରକ୍ଷା କରି ପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦେଇ ପାରିବ।”

Odia Bible ERV 2010
Easy-to-Read Version Copyright © 2010 World Bible Translation Center