A A A A A

ଭଲ ଚରିତ୍ର |: [ନିବୃତ୍ତତା |]


୨ କରିନ୍ଥୀୟ ୧୨:୨୧
ମୁଁ ଭୟ କରୁଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ସେତେବେଳେ ତୁମ୍ଭମାନଙ୍କ ଆଗରେ ମୋର ପରମେଶ୍ୱର ମୋତେ ଲଜ୍ଜା ନ ଦିଅନ୍ତୁ। ଯେହେତୁ ତୁମ୍ଭମାନଙ୍କ ଭିତରୁ ଅନେକେ ପାପ କରିଥିବାରୁ, ମୁଁ ଦୁଃଖିତ ହେବି। କାରଣ ସେହି ଲୋକମାନେ ସେମାନଙ୍କର ପାପର ଜୀବନ ନିମନ୍ତେ ଦୁଃଖିତ ହୋଇ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସେମାନଙ୍କର ଯୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ଯ୍ୟ କରୁ ଥିବାରୁ, ମୋତେ ଶୋକ କରିବାକୁ ପଡ଼ିବ।

୨ ତୀମଥି ୨:୨୨
ଯୁବକମାନେ ଯେଉଁସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସେଗୁଡ଼ିକରୁ ଦୂରରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ୱାସ, ପ୍ରେମ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସେମାନଙ୍କ ସହିତ ମିଶି ଉକ୍ତ ଆଚରଣ କର।

ପ୍ରେରିତ ୧୫:୨୦
ଏହା ବଦଳରେ ଆମ୍ଭେ ସେମାନଙ୍କୁ ଲେଖିବା ଉଚିତ୍ ଯେ: ତୁମ୍ଭେମାନେ ମୂର୍ତ୍ତିମାନଙ୍କୁ ଦିଆଯାଉଥିବା ଅପବିତ୍ର ଖାଦ୍ୟ ଖାଅ ନାହିଁ। ଯୌନ ପାପ କର ନାହିଁ। ରକ୍ତ ଖାଅ ନାହିଁ। ତଣ୍ଟି ଚିପି ମରାଯାଇଥିବା କୌଣସି ପଶୁର ମାଂସ ଖାଅ ନାହିଁ।

କଲସୀୟ 3:5
ଅତଏବ, ଯୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହେବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହୋଇ ରହିବା, ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ସଦୃଶ, ସେଭିଳ ବିଷୟ ଗୁଡ଼ିକୁ ନିଜ ଜୀବନଠାରୁ ଦୂରରେ ରଖ। ଏହିଭଳି ଇଚ୍ଛାଗୁଡ଼ିକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ୟା ଦେବତାର ସେବା କରୁଛି।

ଏଫିସୀୟ ୫:୩
ତୁମ୍ଭ ଭିତରେ କୌଣସି ଯୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ନୁହେଁ।

ଗାଲାତୀୟ ୫:୧୯
ଆମ୍ଭର ପାପମୟ ସ୍ୱଭାବ ଦ୍ୱାରା ହେଉଥିବା ପାପପୂର୍ଣ୍ଣ କ୍ରିୟାଗୁଡ଼ିକ ବିଷୟରେ ସମସ୍ତେ ଜାଣନ୍ତି। ସେଗୁଡ଼ିକ ହେଲା: ଯୌନ ପାପାଗ୍ଭର, ଅପବିତ୍ରତା, ଭୋଗବିଳାସ,

୧ କରିନ୍ଥୀୟ ୬:୧୮-୧୯
[୧୮] ଅତଏବ ଯୌନଗତ ପାପଠାରୁ ଦୂରରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହାରେ କରେ। କିନ୍ତୁ ଯୌନଗତ ପାପ ଦ୍ୱାରା ସେ ନିଜ ଶରୀର ବିରୁଦ୍ଧରେ ପାପ କରେ।[୧୯] ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ରଆତ୍ମା ଅନ୍ତରରେ ଅଛନ୍ତି। ପବିତ୍ରଆତ୍ମାଙ୍କୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ପାଇଛ। ତୁମ୍ଭେମାନେ ନିଜେ ନିଜର ନୁହଁ।

୧ କରିନ୍ଥୀୟ ୭:୨
କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍।

୧ କରିନ୍ଥୀୟ ୧୦:୧୩
କେବଳ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିପାର। ସେ କେବେ ହେଲେ ତୁମ୍ଭମାନଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ। କିନ୍ତୁ ଯେତେବେଳେ ତୁମ୍ଭେମାନେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇ ଦେବେ।

୧ ପିତର ୨:୧୧
ପରମେଶ୍ୱରଙ୍କ ପାଇଁ ଜୀବିତ ରୁହ ପ୍ରିୟ ମିତ୍ରଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂରରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧରେ ସଂଘର୍ଷ କରନ୍ତି।

ଏବ୍ରୀ ୧୩:୪
ବିବାହକୁ ସବୁଲୋକଙ୍କ ଦ୍ୱାରା ସମ୍ମାନ ମିଳିବା ଆବଶ୍ୟକ। ପ୍ରତ୍ୟେକ ବିବାହକୁ କେବଳ ଦୁଇ ଜଣଙ୍କ ଭିତରେ ନିର୍ଦ୍ଦିଷ୍ଟ ରଖିବା ଉଚିତ୍। ଯେଉଁମାନେ ଯୌନଗତ ପାପ ଓ ବ୍ୟଭିଗ୍ଭର କରୁଛନ୍ତି ପରମେଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଗ୍ଭର କରିବେ।

ଯିହୂଦା 1:7
ସଦୋମ, ଗମୋରା ଓ ତା’ ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସେମାନେ ଠିକ୍ ସେହି ସ୍ୱର୍ଗଦୂତମାନଙ୍କ ପରି। ସେହି ନଗରଗୁଡ଼ିକ ବ୍ୟଭିଗ୍ଭର ପାପ ଓ ଅସ୍ୱାଭାବିକ କାମୁକତାରେ ପରିପୂର୍ଣ୍ଣ ଥିଲା। ସେମାନେ ଅନନ୍ତ ଅଗ୍ନି ଦଣ୍ଡରେ ଦଣ୍ଡିତ ହେଲେ। ସେମାନଙ୍କର ଦଣ୍ଡ ଆମ୍ଭମାନଙ୍କ ଆଗରେ ଗୋଟିଏ ଉଦାହରଣ ସ୍ୱରୂପ ରହିଛି।

ମାଥିଉ 5:8
ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ; କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।

ହିତୋପଦେଶ ୩୧:୩୦
ଲାବଣ୍ୟ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ଯ୍ୟ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ।

ରୋମୀୟ ୧୨:୧
ନିଜ ଜୀବନ ପ୍ରଭୁଙ୍କୁ ଅର୍ପଣ କର ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ୱରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭେମାନେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ୱରୂପ ପରମେଶ୍ୱରଙ୍କୁ ଅର୍ପଣ କର। ଏହା କେବଳ ତାହାଙ୍କୁ ସମର୍ପିତ ହେବ। ଏହା ପରମେଶ୍ୱରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଆତ୍ମିକ ଉପାସନା ଅଟେ।

ରୋମୀୟ ୧୩:୧୩
ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ।

୧ ଥେସଲନୀକୀୟ ୪:୩-୪
[୩] ସେ ଗ୍ଭହାନ୍ତି ଯେ, ତୁମ୍ଭେମାନେ ଯୌନଗତ ପାପଗୁଡ଼ିକରୁ ଦୂରରେ ରୁହ।[୪] “ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେମାନେ ପ୍ରତ୍ୟେକ ନିଜ ଶରୀରକୁ ସଂଯମ କରିବାକୁ ଶିଖ। ତୁମ୍ଭେମାନେ ନିଜ ଶରୀରକୁ ଏପରି ବ୍ୟବହାର କର ଯେ, ତାହା ପବିତ୍ର ହେବ ଓ ପରମେଶ୍ୱରଙ୍କୁ ଗୌରବ ଦେବ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହେବାକୁ ଦିଅ ନାହିଁ।

ଗାଲାତୀୟ ୫:୧୯-୨୧
[୧୯] ଆମ୍ଭର ପାପମୟ ସ୍ୱଭାବ ଦ୍ୱାରା ହେଉଥିବା ପାପପୂର୍ଣ୍ଣ କ୍ରିୟାଗୁଡ଼ିକ ବିଷୟରେ ସମସ୍ତେ ଜାଣନ୍ତି। ସେଗୁଡ଼ିକ ହେଲା: ଯୌନ ପାପାଗ୍ଭର, ଅପବିତ୍ରତା, ଭୋଗବିଳାସ,[୨୦] ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ,[୨୧] ପରଶ୍ରୀକାତରତା, ନିଶାସକ୍ତ ହେବା, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ୟ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମରେ ଲିପ୍ତ ରୁହନ୍ତି, ସେମାନେ କୌଣସି ପ୍ରକାରେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାର ପାଇବେ ନାହିଁ।

ଆଦି ୩୯:୭-୧୦
[୭] କିଛି ଦିନ ପରେ ଯୋଷେଫଙ୍କର ମୁନିବର ସ୍ତ୍ରୀ ଯୋଷେଫଙ୍କୁ ନଜର ପକେଇବାକୁ ଲାଗିଲା। ଦିନେ ସେହି ସ୍ତ୍ରୀ ଯୋଷେଫକୁ ଅନୁରୋଧ କଲା, “ମୋ’ ସହିତ ଶୟନ କର।”[୮] କିନ୍ତୁ ଯୋଷେଫ ମନା କରି କହିଲେ, “ଦେଖ ଏ ଗୃହରେ ଯାହା ଅଛି ମୋ’ ମୁନିବ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ’ ହସ୍ତରେ ଆପଣାର ସର୍ବଶ୍ୱ ସମର୍ପଣ କରିଛନ୍ତି।[୯] ଏହି ଗୃହରେ ସେ ମୋତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶୟନ କରି ପାରିବି ନାହିଁ। ଏହା ଭୁଲ୍ ଅଟେ, ଏହା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ତୁଲ୍ୟ।”[୧୦] ସେହି ସ୍ତ୍ରୀଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶୟନ କରିବା ପାଇଁ ସର୍ବଦା ମନା କରନ୍ତି।

Odia Bible ERV 2010
Easy-to-Read Version Copyright © 2010 World Bible Translation Center