A A A A A

ଭଗବାନ |: [ଅଭିଶାପ]


ଲେବୀୟ ୨୦:୯
“ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହେବ। ଯେହେତୁ ସେ ପିତାମାତାଙ୍କୁ ଅଭିଶାପ ଦେଇଥିଲା, ସେଥିପାଇଁ ମୃତ୍ୟୁଦଣ୍ଡରେ ଅପରାଧୀ।

ଦ୍ଵିତୀୟ ବିବରଣ ୨୮:୧୫
ଯେଉଁମାନେ ନିୟମ ନମାନିବେ ଅଭିଶପ୍ତ ହେବ “କିନ୍ତୁ ତୁମ୍ଭେମାନେ ଯଦି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ବାକ୍ୟ ନ ଶୁଣ, ଯତ୍ନଶୀଳ ନ ହୁଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିୟମ ପାଳନ ନ କର, ଯାହା ମୁଁ ତୁମ୍ଭମାନଙ୍କୁ ଦେଉଛି, ତେବେ ଏହି ଅଭିଶାପଗୁଡ଼ିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।

ଯାତ୍ରା ୨୧:୧୭
“ଯଦି କେହି ତା’ର ପିତାମାତାଙ୍କୁ ଅଭିଶାପ ଦିଏ ତେବେ ତା’ର ମୃତ୍ୟୁଦଣ୍ଡ ହେବ।

ଯିରିମୀୟ ୧୫:୧୦
ଯିରିମିୟଙ୍କ ପୁନର୍ବାର ପରମେଶ୍ୱରଙ୍କ ନିକଟରେ ଅଭିଯୋଗ ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମୋ’ ପରି ଏକ ଯୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦେଇଛ। ମୁଁ କାହାରିକୁ ଧାର ଦେଇ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରତ୍ୟେକ ମୋତେ ଅଭିଶାପ ଦିଅନ୍ତି।

ଗାଲାତୀୟ ୩:୧୩
ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: “ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ, ସେ ଲୋକଟି ଅଭିଶାପଗ୍ରସ୍ତ।”

ଯାତ୍ରା ୩୪:୭
ସଦାପ୍ରଭୁ ତାଙ୍କର ହଜାର ହଜାର ବଂଶଧରଙ୍କୁ ଦୟା ଦେଖାଇଛନ୍ତି। ସଦାପ୍ରଭୁ ସେମାନଙ୍କର ସମସ୍ତ ଦୋଷ କ୍ଷମା କରିଛନ୍ତି। କିନ୍ତୁ ସଦାପ୍ରଭୁ ଦୋଷୀକୁ ଦଣ୍ଡ ଦେଇଛନ୍ତି। ସଦାପ୍ରଭୁ ଦୋଷୀକୁ ତା’ର ସନ୍ତାନମାନଙ୍କୁ ଓ ତାର ନାତି ନାତୁଣୀମାନଙ୍କୁ ଦଣ୍ଡିତ କରିବେ। ଅର୍ଥାତ୍ ଦୋଷୀ ତାର ତୃତୀୟ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଦଣ୍ଡ ଭୋଗ କରନ୍ତି।”

ଲୂକ ୬:୨୮
ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର।

ଗଣନା ୧୪:୧୮
‘ସଦାପ୍ରଭୁ କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ଓ ଅପରାଧୀ ଓ ବ୍ୟବସ୍ଥା ଲଘଂନକାରୀର କ୍ଷମାକାରୀ। ତଥାପି ଦୋଷୀର ଦଣ୍ତଦାତା, ପୁଣି ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣର ଅପରାଧର ଫଳ ସେ ଦେଇଥା’ନ୍ତି।’

ଆଦି ୩:୧୭
ଏହା ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ କହିଲେ, “ମୁଁ ତୁମ୍ଭକୁ ସେହି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସେହି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ତ ହେଲା, ତୁମ୍ଭେ ତୁମ୍ଭର ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ କରିବ।

ହିତୋପଦେଶ ୨୬:୨
ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡାଳ ଚଟିଆ ଉଡ଼ୁଥିବା ବେଳେ ସେହିପରି ଅକାରଣରେ ଦତ୍ତ ଶାପ ନିକଟକୁ ଆସେ ନାହିଁ।

ଦ୍ଵିତୀୟ ବିବରଣ ୫:୯
ତୁମ୍ଭେମାନେ ସେମାନଙ୍କର ପୂଜା କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉ‌‌‌ଦ୍‌‌‌ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା।

ଗାଲାତୀୟ ୫:୧
ସ୍ୱାଧୀନ ରହିଥାଅ ଆମ୍ଭେ ସମସ୍ତେ ଏବେ ସ୍ୱାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ୱାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ୱର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।

ଯାତ୍ରା ୨୦:୫
କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା’ର ସେବା କରିବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ମୋର ଲୋକମାନେ ଅନ୍ୟ ଦେବତାଗଣର ସେବା କରିବେ ଏହା ମୁଁ ଘୃଣା କରେ। ଯେଉଁମାନେ ମୋତେ ଘୃଣା କରନ୍ତି ସେମାନେ ମୋର ଶତ୍ରୁରେ ଗଣାଯା’ନ୍ତି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଶାସ୍ତି ବିଧାନ କରିବି।

୨ କରିନ୍ଥୀୟ ୫:୧୭
ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହୋଇ ଅଛି। ପୁରୁଣା ବିଷୟ ସମସ୍ତ ଗ୍ଭଲି ଯାଇଅଛି, ଓ ପ୍ରତ୍ୟେକ ବିଷୟ ନୂଆ ହୋଇ ଯାଇଛି।

୧ ଯୋହନ ୪:୪
ପିଲାମାନେ! ତୁମ୍ଭେମାନେ ପରମେଶ୍ୱରଙ୍କର ଅଟ। ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧ୍ୟରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠାରେ ଥିବା ଶୟତାନଠାରୁ ମଧ୍ୟ ମହାନ୍।

ଦ୍ଵିତୀୟ ଶାମୁୟେଲ ୧୬:୫-୮
[୫] ଦାଉଦଙ୍କୁ ଶିମିୟିର ଅଭିଶାପ ଦାଉଦ ବହୁରୀମକୁ ଗଲେ, ସେଠାରେ ଦେଖିଲେ ଶାଉଲ ବଂଶର ଏକ ବ୍ୟକ୍ତି ସେଠାରୁ ବାହାରି ଆସିଲା, ତା’ର ନାମ ଥିଲା ଶିମିୟି। ସେ ଥିଲା ଗେରାର ପୁତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କୁ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷୟରେ ଗାଳି କରି କରି ବାହାରୁ ଥିଲା।[୬] ଶିମିୟି ଗାଳି ଦେଉ ଦେଉ ଦାଉଦ ଓ ତାଙ୍କର ସୈନ୍ୟମାନଙ୍କ ଉପରକୁ ପଥର ଫିଙ୍ଗୁ ଥିଲା। କିନ୍ତୁ ଦାଉଦଙ୍କର ସୈନ୍ୟଦଳ ଓ ଲୋକମାନେ ଦାଉଦଙ୍କୁ ଘେରି କରି ରହିଥିଲେ।[୭] ଶିମିୟି ଦାଉଦଙ୍କୁ ଅଭିଶାପ ଦେଉଥିଲା ଏବଂ କହିଲା, “ଆରେ ହତ୍ୟାକାରୀ ଏବଂ ମନ୍ଦ ଲୋକ ଏଠାରୁ ଦୂର ହୁଅ।[୮] ସଦାପ୍ରଭୁ ତୁମ୍ଭଙ୍କୁ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ୟା କଲ ଏବଂ ଶାଉଲଙ୍କର ରାଜପଦ ଗ୍ଭେରାଇ ନେଲ। କିନ୍ତୁ ବର୍ତ୍ତମାନ ଠିକ୍ ସେହି ମନ୍ଦ କର୍ମ ତୁମ୍ଭ ପାଇଁ ଘଟିବାକୁ ଯାଉଛି। ସଦାପ୍ରଭୁ ସେହି ରାଜ୍ୟକୁ ତୁମ୍ଭ ପୁଅ ଅବଶାଲୋମକୁ ହସ୍ତାନ୍ତର କରିଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସୁ ମଣିଷ।”

ଦ୍ଵିତୀୟ ବିବରଣ ୨୧:୨୩
କିନ୍ତୁ ତା’ର ମୃତ ଶରୀରକୁ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନୁହଁ। ତା’ର ମୃତ ଶରୀରକୁ ସେହି ଏକା ଦିନରେ କବର ଦିଆଯିବା ଉଚିତ୍। କାରଣ, କେହି ବ୍ୟକ୍ତି ଗଛରେ ଝୁଲା ହୋଇ ରହିଲେ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଗ୍ରସ୍ତ ହୁଏ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଭୂମି ଦେଇଛନ୍ତି ତୁମ୍ଭେ ତାହାକୁ ଅଶୁଚି କର ନାହିଁ।

ଯାତ୍ରା ୨୦:୫-୬
[୫] କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା’ର ସେବା କରିବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ମୋର ଲୋକମାନେ ଅନ୍ୟ ଦେବତାଗଣର ସେବା କରିବେ ଏହା ମୁଁ ଘୃଣା କରେ। ଯେଉଁମାନେ ମୋତେ ଘୃଣା କରନ୍ତି ସେମାନେ ମୋର ଶତ୍ରୁରେ ଗଣାଯା’ନ୍ତି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଶାସ୍ତି ବିଧାନ କରିବି।[୬] କିନ୍ତୁ ମୁଁ ସେହି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମୋର ନିୟମ ପାଳନ କରନ୍ତି ଓ ମୋତେ ପ୍ରେମ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।

ପ୍ରଥମ ଶାମୁୟେଲ ୧୭:୪୩
ଗଲିୟାତ ଦାଉଦଙ୍କୁ କହିଲେ, “ମୁଁ କ’ଣ ଗୋଟିଏ କୁକୁର ତୁମ୍ଭେ ମୋ’ ପାଖକୁ ବାଡ଼ି ନେଇ ଆସିଛ।” ତା’ପରେ ଗଲିୟାତ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା।

ଯିହିଜିକଲ ୧୮:୨୦
କେବଳ ପାପୀମାନେ ମୃତ୍ୟୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପୁତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ୟକ୍ତିର ଧାର୍ମିକତା ହିସାବ କରାଯିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାଯିବ।

ଯିରିମୀୟ ୩୧:୨୯-୩୦
[୨୯] “ଲୋକେ ଆଉ ଏପରି କଥା କେବେ କହିବେ ନାହିଁ ଯେ: ‘ପିତୃଗଣ ଅମ୍ଳ ଦ୍ରାକ୍ଷା ଫଳ ଖାଇଲେ, ସନ୍ତାନଗଣର ଦାନ୍ତ ଖଟା ହେବ।’[୩୦] ସଦାପ୍ରଭୁ କହନ୍ତି, ପ୍ରତ୍ୟେକ ଲୋକ ନିଜର ପାପ ଯୋଗୁଁ ମରିବେ। କାରଣ ଅମ୍ଳ ଦ୍ରାକ୍ଷା ଫଳ ଖାଇବା ଲୋକର ଦାନ୍ତ କେବଳ ଖଟା ହେବ।”

ଯାତ୍ରା ୨୦:୬
କିନ୍ତୁ ମୁଁ ସେହି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମୋର ନିୟମ ପାଳନ କରନ୍ତି ଓ ମୋତେ ପ୍ରେମ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।

ଦ୍ଵିତୀୟ ବିବରଣ ୧୮:୧୦-୧୨
[୧୦] ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ଯଜ୍ଞବେଦି ଅଗ୍ନିରେ ଦ‌‌ଗ୍‌‌ଧ କରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, ଗଣକ କି ମାୟାବିଙ୍କଠାରୁ କିଛି ଶିକ୍ଷା କରିବ ନାହିଁ।[୧୧] ମୋହକ, ଭୂତୁଡ଼ିୟା, ଗୁଣୀ କି ପ୍ରେତ ପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ କେହି ଯେପରି ଦେଖାଯିବ ନାହିଁ।[୧୨] କାରଣ ଏପରି କର୍ମ ଯିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସେହି ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଛନ୍ତି।

ରୋମୀୟ ୮:୩୭-୩୯
[୩୭] କିନ୍ତୁ ଏସବୁରେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିବା ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେ ପୂର୍ଣ୍ଣ ବିଜୟୀ।[୩୮] ହଁ, ମୁଁ ଜାଣେ ଯେ, କୌଣସି ବିଷୟ ଆମ୍ଭକୁ ପରମେଶ୍ୱରଙ୍କ ପ୍ରେମରୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ୟୁ ନୁହେଁ, ଜୀବନ ନୁହେଁ, ସ୍ୱର୍ଗଦୂତମାନେ ନୁହନ୍ତି, ଆତ୍ମିକ ଶକ୍ତି ଗୁଡ଼ିକ ନୁହନ୍ତି, ଏବେ କିଛି ନୁହେଁ, ଭବିଷ୍ୟତ‌‌ରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ, ଉଚ୍ଚରେ କିଛି ନୁହେଁ, ଗଭୀରରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠାରେ ଥିବା ପରମାତ୍ମାଙ୍କ ପ୍ରେମଠାରୁ ଆମ୍ଭକୁ କେହି ଅଲଗା କରି ପାରିବେ ନାହିଁ।[୩୯] ପରମେଶ୍ୱର ଓ ଯିହୂଦୀ ଲୋକେ ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ଓ ମୁଁ ସତ୍ୟ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ୱାରା ମୋର ଭାବନା ନିୟନ୍ତ୍ରିତ। ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ।

୧ ପିତର ୫:୮-୯
[୮] ନିଜକୁ ସଂଯତ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଗ୍ଭରିଆଡ଼େ ଖୋଜି ବୁଲୁଛି।[୯] ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ୱାସରେ ଦୃଢ଼ ହୋଇ ରୁହ। ସମଗ୍ର ବିଶ୍ୱରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ।

ଆଦି ୩:୧୭-୧୯
[୧୭] ଏହା ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ କହିଲେ, “ମୁଁ ତୁମ୍ଭକୁ ସେହି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସେହି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ତ ହେଲା, ତୁମ୍ଭେ ତୁମ୍ଭର ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ କରିବ।[୧୮] ଭୂମିରେ କଣ୍ଟା ବୁଦା ଜନ୍ମିବ। ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।[୧୯] ତୁମ୍ଭେ ମରିବା ପର୍ଯ୍ୟନ୍ତ ମୂଖର ଝାଳରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆଯାଇଛ, ଏଣୁ ଧୂଳିକୁ ଫେରିଯିବ।”

ଆଦି ୪:୧୦-୧୨
[୧୦] ଏହା ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି।[୧୧] ଭୂମିରେ ତୁମ୍ଭ ଭାଇର ରକ୍ତ ଢାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାଯିବ।[୧୨] ଅତୀତରେ ଭୂମିରେ କୃଷିକର୍ମ କଲେହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଥିବ, ପୃଥିବୀରେ ତୁମ୍ଭର ଗୃହ ରହିବ ନାହିଁ।”

ଆଦି ୯:୧୮-୨୭
[୧୮] ପୁଣି ସମସ୍ୟାମାନ ଦେଖାଗଲା ନୋହଙ୍କର ପୁତ୍ରମାନେ ତାଙ୍କୁ ଧରି ଜାହାଜରୁ ବାହାରିଲେ। ସେମାନଙ୍କର ନାମ ଶେମ, ହାମ ଓ ଯେଫତ୍ (ହାମ ଥିଲେ କିଣାନର ପିତା)[୧୯] ସେହି ତିନି ଜଣ ଯାକ ନୋହଙ୍କର ପୁତ୍ର ଥିଲେ। ଏବଂ ପୃଥିବୀର ସମସ୍ତ ଲୋକ ଏହି ତିନି ଜଣଙ୍କଠାରୁ ଜନ୍ମ ନେଲେ।[୨୦] ନୋହ କୃଷକ ହେଲେ। ସେ କ୍ଷେତ୍ରରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ।[୨୧] ନୋହ ତହିଁରୁ ଦ୍ରାକ୍ଷାରସ ପ୍ରସ୍ତୁତି କରି ପାନ କଲେ। ସେ ଦ୍ରାକ୍ଷାରସ ପାନ କରି ମତ୍ତ ହୋଇ ତାଙ୍କର ଲୁଗାପଟା ଖୋଲିଦେଇ ତାଙ୍କର ତମ୍ବୁରେ ପଡ଼ି ରହିଲେ। ସେ କୌଣସି ବସ୍ତ୍ର ପରିଧାନ କରି ନ ଥିଲେ।[୨୨] କିଣାନର ପିତା ହାମ ଆପଣା ପିତାଙ୍କର ଉଲଗ୍ନତା ଦେଖି ବାହାରେ ଆପଣା ଦୁଇ ଭାଇଙ୍କୁ ସମାଗ୍ଭର ଦେଲେ।[୨୩] ସେତେବେଳେ ଶେମ ଓ ଯେଫତ୍ କାନ୍ଧରେ ବସ୍ତ୍ର ଘେନି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉଲଗ୍ନତା ଆଚ୍ଛାଦନ କଲେ। ସେମାନେ ପଛ କରି ଯାଇଥିବାରୁ ପିତାଙ୍କର ଉଲଗ୍ନତା ଦିଖି ପାରିଲେ ନାହିଁ।[୨୪] ଏହା ପରେ ନୋହ ଉଠିଲେ (ସେ ମଦ୍ୟ ପାନକରି ଶୋଇଥିଲେ)। ସେ ଜାଣିଲେ ଯେ ତାଙ୍କର ସାନପୁଅ ତାଙ୍କ ପାଇଁ କ’ଣ କରିଛନ୍ତି।[୨୫] ତେଣୁ ନୋହ କହିଲେ, “କିଣାନ ଶାପଗ୍ରସ୍ତ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହେବ।”[୨୬] ନୋହ ମଧ୍ୟ ଏପରି କହିଲେ, “ଶେମ ଆଶୀର୍ବାଦ ପ୍ରାପ୍ତ ସଦାପ୍ରଭୁ ପରମେଶ୍ୱରଙ୍କ ଦ୍ୱାରା କିଣାନ ଶେମର ଦାସ ହେଉ।[୨୭] ପରମେଶ୍ୱର ଯେଫ‌‌‌ତ୍‌‌‌କୁ ବହୁତ ଜମି ଦିଅନ୍ତୁ। ସେ ଶେମର ତମ୍ବୁରେ ବାସ କରୁ। କିଣାନ ତାହାର ଦାସ ହେଉ।”

ପ୍ରଥମ ରାଜାବଳୀ ୨:୩୨-୪୬
[୩୨] ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ହେଲେ ଇସ୍ରାଏଲର ସେନାପତି ନରର ପୁତ୍ର ଅ‌‌ବ୍‌‌ନର‌ ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା। ସେ ମୋ’ ପିତା ଦାଉଦଙ୍କ ଅଜ୍ଞାତସାରରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ୟା କରିଥିଲା। ତେଣୁ ସେହି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦେବେ।[୩୩] ତେଣୁ ସେମାନଙ୍କର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା’ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ୱର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ୟ ପ୍ରତି।”[୩୪] ଏହା ପରେ ଯିହୋୟାଦାର ପୁତ୍ର ବନାୟ ଯାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହରେ ତାହାର କବର ଦିଆଗଲା।[୩୫] ପୁଣି ରାଜା ତାହାର ସ୍ଥାନରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି ପଦରେ ନିଯୁକ୍ତ କଲେ ଓ ଅବିୟାଥର ପଦରେ ସାଦୋକକୁ ଯାଜକ କରି ନିଯୁକ୍ତ କଲେ।[୩୬] ତା’ପରେ ରାଜା ଲୋକ ପଠାଇ ଶିମିୟିକି ଡକାଇ କହିଲେ, “ଯିରୁଶାଲମରେ ନିଜ ପାଇଁ ଏକ ଗୃହ ନିର୍ମାଣ କର। ଆଉ ଏହି ନଗର ଛାଡ଼ି କୁଆଡ଼େ ଯାଅ ନାହିଁ।[୩୭] ଯଦି ଏହି ନଗର ପରିତ୍ୟାଗ କରି କିଦ୍ରୋଣ ନଦୀ ଅତିକ୍ରମ କରିବ, ତେବେ ତୁମ୍ଭେ ନିଶ୍ଚିତ ନିହତ ହେବ ଏବଂ ତୁମ୍ଭର ଏହି ମୃତ୍ୟୁ ପାଇଁ ତୁମ୍ଭେ ହିଁ ଦାୟୀ ରହିବ।”[୩୮] ତେଣୁ ଶିମିୟି ରାଜାଙ୍କୁ କହିଲା, “ଏହା ଉତ୍ତମ କଥା, ମୋର ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ମୁଁ ତାହା ନିଶ୍ଚୟ ପାଳନ କରିବି।” ଏଣୁ ଶିମିୟି ଦୀର୍ଘକାଳ ଯିରୁଶାଲମରେ ବାସ କଲା।[୩୯] ତିନି ବର୍ଷ ପରେ ଶିମିୟିର ଦାସମାନଙ୍କ ମଧ୍ୟରୁ ଦୁଇଜଣ ଗାଥୀୟ ରାଜା ମାଖାର ପୁତ୍ର ଆଖୀଶ୍ ନିକଟକୁ ଗଲେ। ଲୋକମାନେ ଶିମିୟିକି ଖବର ଦେଲେ, ଦେଖ, ତୁମ୍ଭର ଦାସମାନେ ଗାଥ୍-ନଗରରେ ଅଛନ୍ତି।[୪୦] ତେଣୁ ଶିମିୟି ନିଜ ଗର୍ଦ୍ଦଭକୁ ସଜାଇ ଆପଣା ଦାସମାନଙ୍କ ଅନ୍ୱେଷଣରେ ଗାଥ୍-ନଗରରେ ଆଖୀଶ୍ ନିକଟକୁ ଗଲେ ଓ ସେଠାରୁ ନିଜର ଦାସମାନଙ୍କୁ ଫେରାଇ ଆଣିଲେ।[୪୧] ତହୁଁ ଶଲୋମନଙ୍କୁ ଏହି ସମ୍ବାଦ ଦିଆଗଲା ଯେ, ଶିମିୟି ଯିରୁଶାଲମରୁ ଗା‌ଥ୍‌କୁ ଯାଇଥିଲା ଓ ପୁଣି ଫେରି ଆସିଲା।[୪୨] ତେଣୁ ରାଜା ଲୋକ ପଠାଇ ଶିମିୟିକୁ ଡକାଇ ତାକୁ କହିଲେ, “ମୁଁ ତୁମ୍ଭକୁ ସତର୍କ କଲି ଏବଂ ଶପଥ କଲି ଯେ, ଯଦି ତୁମ୍ଭେ ଯିରୁଶାଲମ ଛାଡ଼ି ଅନ୍ୟ କୌଣସି ସ୍ଥାନକୁ ଯାଅ, ତେବେ ତୁମ୍ଭକୁ ହତ୍ୟା କରାଯିବ। ତୁମ୍ଭେ ମୋତେ ପ୍ରତିଶୃତି ଦେଇଥିଲ ଯେ, ତୁମ୍ଭେ ମୋ’ କଥା ମାନିବ।[୪୩] ତୁମ୍ଭେ ସଦାପ୍ରଭୁଙ୍କ ପ୍ରତିଜ୍ଞା ଓ ମୋର ଆଜ୍ଞା କାହିଁକି ପାଳନ କଲ ନାହିଁ?[୪୪] ମୋର ପିତା ଦାଉଦଙ୍କ ବିପକ୍ଷରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛ, ଏହା ତୁମ୍ଭେ ଜାଣ। ସେହି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ।[୪୫] ମାତ୍ର ମୁଁ ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବି ଓ ସେ ଦାଉଦଙ୍କ ସିଂହାସନକୁ ଅନନ୍ତକାଳ ନିରାପଦ ରଖିବେ।”[୪୬] ତେଣୁ ରାଜା ବନାୟକୁ ଏକ ଆଦେଶ ଦେଲେ, ଶିମିୟକୁ ମାରିବା ପାଇଁ ଏବଂ ସେ ଏହା କଲା। ତା’ପରେ ଶଲୋମନ ନିଜ ରାଜ୍ୟ ଉପରେ ପୁରା ଅଧିକାର ପାଇଲେ।

ଆୟୁବ ୨:୯
ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା’ର ଦୂରାବସ୍ଥା ଦେଖି କହିଲା, “ଏବେ କି ତୁମ୍ଭେ ପରମେଶ୍ୱରଙ୍କ ବିଶ୍ୱସ୍ତ ବୋଲି ଭାବୁଛ? ତୁମ୍ଭେ କାହିଁକି ପରମେଶ୍ୱରଙ୍କୁ ଅଭିଶାପ ଦେଇ ମୃତ୍ୟୁବରଣ କରୁ ନାହଁ!”

ଆୟୁବ ୧୯:୧୭
ମୋର ପତ୍ନୀ ମୋର ନିଶ୍ୱାସର ପବନକୁ ମଧ୍ୟ ଘୃଣା କରେ। ଓ ନିଜ ଭାଇମାନେ ମୋତେ ଘୃଣା କରନ୍ତି।

ଆୟୁବ ୧:୧୦
ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା’ର ପରିବାରକୁ, ତା’ର ଯାହାକିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ଯ୍ୟ କରେ ସବୁଥିରେ ଆପଣ ତାକୁ କୃତକାର୍ଯ୍ୟ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥିରେ ସେ ଏତେ ଧନୀ ଯେ, ତା’ର ମେଷପଲ ଓ ଗୋପଲ ସାରାଦେଶରେ ଥିଲେ।

ଏଫିସୀୟ ୬:୧୦-୧୭
[୧୦] ପରମେଶ୍ୱରଙ୍କ ଯୁଦ୍ଧସାଜ ପିନ୍ଧ ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ।[୧୧] ପରମେଶ୍ୱରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ୱାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧରେ ସଂଘର୍ଷ କରି ପାରିବ।[୧୨] ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭେ ସଂଘର୍ଷ କରୁଛୁ।[୧୩] ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ।[୧୪] ଅତଏବ, ଅଣ୍ଟାରେ ସତ୍ୟର କଟିବନ୍ଧ ବାନ୍ଧି, ବକ୍ଷରେ ଧାର୍ମିକ ଜୀବନର ସୁରକ୍ଷାଯୁକ୍ତ ବୁକୁପଟା ପିନ୍ଧ।[୧୫] ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହୋଇ ରୁହ, ଏଥିପାଇଁ, ପାଦରେ ଶାନ୍ତି ଦାୟକ ସୁସମାଗ୍ଭରର ଜୋତା ପିନ୍ଧ।[୧୬] ଏହା ସହିତ ବିଶ୍ୱାସର ଢାଲ ମଧ୍ୟ ବ୍ୟବହାର କର। ତାହାଦ୍ୱାରା ତୁମ୍ଭେ ଶୟତାନର ସମସ୍ତ ଜ୍ୱଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ।[୧୭] ପରମେଶ୍ୱର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ରଆତ୍ମାଙ୍କ ଖ‌‌ଡ଼୍‌ଗ ଗ୍ରହଣ କର, ସେହି ଖ‌‌ଡ଼୍‌ଗ ହେଉଛି ପରମେଶ୍ୱରଙ୍କ ଉପଦେଶ।

ମାଥିଉ ୫:୨୨
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।

ରୋମୀୟ ୩:୨୩
ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମା ପାଇବାରେ ଊଣା ପଡ଼ିଛନ୍ତି।

ରୋମୀୟ ୬:୨୩
ପାପର ସ୍ୱାଭାବିକ ପରିଣତି ମୃତ୍ୟୁ। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।

ଆଦି ୯:୨୫
ତେଣୁ ନୋହ କହିଲେ, “କିଣାନ ଶାପଗ୍ରସ୍ତ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହେବ।”

ଗୀତସଂହିତା ୧୦୪:୯
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ। ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ। ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।

ଆଦି ୬:୧୨
***

ଆଦି ୭:୨୦
ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚଢ଼ି ରହିଲା।

ଆଦି ୮:୫-୯
[୫] ଏହିପରି ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ କମିଲା। ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା।[୬] ଏହା ପରେ ଆହୁରି ଗ୍ଭଳିଶ୍ ଦିନ ଯିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ।[୭] ତା’ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସେହି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ଯ୍ୟନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା।[୮] ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ।[୯] ସେହି କପୋତଟି କୌଣସିଠାରେ ବିଶ୍ରାମ ନେବାକୁ ସ୍ଥାନ ନ ପାଇ ଫେରି ଆସିଲା। କାରଣ ସେ ପର୍ଯ୍ୟନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ୟକୁ ନେଲେ।

ଆଦି ୯:୧୧
ଏହା ଆମ୍ଭର ତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ୟାରେ ଧ୍ୱଂସ ପାଇଥିଲା। କିନ୍ତୁ ଏପରି ପ୍ରଳୟ ଆଉ ପୁନରାୟ ହେବ ନାହିଁ। ଏହରି ବନ୍ୟା ଦ୍ୱାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହେବ ନାହିଁ।”

ରୋମୀୟ ୧୨:୧୪
ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର। ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ।

Odia Bible ERV 2010
Easy-to-Read Version Copyright © 2010 World Bible Translation Center