A A A A A

ଭଗବାନ |: [ଆଦେଶଗୁଡିକ]


ମାର୍କ ୧୦:୧୯
କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।”

ଲୂକ ୧୮:୨୦
ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ: ‘ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ, ତୁମ୍ଭେ କାହାରିକି ହତ୍ୟା କରିବ ନାହିଁ, କୌଣସି ଜିନିଷ ଗ୍ଭେରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା-ମାଙ୍କୁ ନିଶ୍ଚୟ ସମ୍ମାନ ଦେବ…’ ”

ମାଥିଉ ୨୨:୩୪-୪୦
[୩୪] କେଉଁ ଆଜ୍ଞା ସବୁଠାରୁ ବଡ଼ ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତରରେ ସାଦ୍ଦୂକୀମାନେ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ହୋଇଗଲେ। ତା’ପରେ ସେମାନେ ସମସ୍ତେ ଏକାଠି ହେଲେ।[୩୫] ଜଣେ ଫାରୂଶୀ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷାରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲା।[୩୬] ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”[୩୭] ଯୀଶୁ କହିଲେ, “ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।’[୩୮] ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶ।[୩୯] ଦ୍ୱିତୀୟ ‘ଆଦେଶଟି ମଧ୍ୟ ପ୍ରଥମ ଆଦେଶ ଭଳି। ତାହା ହେଉଛି: ‘ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ୟ ସେହିପରି ଭଲ ପାଅ।’[୪୦] ସମସ୍ତ ବ୍ୟବସ୍ଥା ଓ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କର ଲେଖାଗୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।”

ରୋମୀୟ ୧୩:୯
ମୁଁ ଏପରି କହୁଛି, କାରଣ ବ୍ୟବସ୍ଥା କୁହେ: “ବ୍ୟଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭେରି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ।” ଏହି ସମସ୍ତ ଆଦେଶ ଗୁଡ଼ିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡ଼ିକ ସାରାଂଶ ଭାବେ ଏହି ବ୍ୟବସ୍ଥାର ଅନ୍ତର୍ଗତ ଅଟେ, ଯଥା: “ନିଜକୁ ପ୍ରେମ କଲା ଭଳି ଅନ୍ୟ ପ୍ରତିବାସିକୁ ପ୍ରେମ କର।”

ମାଥିଉ ୧୯:୧୬-୧୯
[୧୬] ଜଣେ ଧନୀଲୋକ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ମନାକଲା ଜଣେ ଲୋକ ଆସି ଯୀଶୁଙ୍କୁ ପଗ୍ଭରିଲା, “ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ୍?”[୧୭] ଯୀଶୁ ସେ ଲୋକକୁ ପଗ୍ଭରିଲେ, “ଭଲ କାମ ବିଷୟରେ ମୋତେ କାହିଁକି ପଗ୍ଭରୁଛ? ଭଲ ତ କେବଳ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ୱର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଗ୍ଭହୁଁଛ, ତେବେ ଆଦେଶଗୁଡ଼ିକ ପାଳନ କର।”[୧୮] ଲୋକ ଜଣକ ପଗ୍ଭରିଲା, “କେଉଁ ଆଦେଶ?” ଯୀଶୁ ଉତ୍ତର ଦେଲେ, “‘ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ଅନ୍ୟ ଲୋକଙ୍କ ବିଷୟରେ ମିଛ କୁହ ନାହିଁ।’[୧୯] ନିଜ ପିତାମାତାଙ୍କୁ ସମ୍ମାନ ଦେବ ଓ ‘ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସେହିପରି ଭଲ ପାଇବ।’ ’’

ମାଥିଉ ୨୨:୩୬-୪୦
[୩୬] ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”[୩୭] ଯୀଶୁ କହିଲେ, “ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।’[୩୮] ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶ।[୩୯] ଦ୍ୱିତୀୟ ‘ଆଦେଶଟି ମଧ୍ୟ ପ୍ରଥମ ଆଦେଶ ଭଳି। ତାହା ହେଉଛି: ‘ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ୟ ସେହିପରି ଭଲ ପାଅ।’[୪୦] ସମସ୍ତ ବ୍ୟବସ୍ଥା ଓ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କର ଲେଖାଗୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।”

ମାଥିଉ ୧୦:୧୭-୨୨
[୧୭] କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସେମାନେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଗ୍ଭରାଳୟ ହାତରେ ଦେଇଦେବେ ଓ ତାହାଙ୍କର ପ୍ରାର୍ଥନାଗୃହରେ ତୁମ୍ଭକୁ ଛାଟରେ ପିଟିବେ।[୧୮] ତୁମ୍ଭେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆଯିବ। ଅଣଯିହୂଦୀ ତଥା ସେମାନଙ୍କ ଆଗରେ ତୁମ୍ଭେ ମୋ’ ବିଷୟରେ ସାକ୍ଷୀ ହେବ।[୧୯] ସେମାନେ ତୁମ୍ଭକୁ ବାନ୍ଧି ନେବା ବେଳେ କ’ଣ କହିବ ଓ କିପରି କହିବ, ସେ ବିଷୟରେ ଚିନ୍ତାକରି କିଛି ବ୍ୟସ୍ତ ହୁଅ ନାହିଁ। କାରଣ ତୁମ୍ଭକୁ ସେତେବେଳେ କ’ଣ କହିବାକୁ ହେବ ତାହା ଜଣେଇ ଦିଆଯିବ।[୨୦] ମନେରଖ, କହିବା ଲୋକ କେବେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।[୨୧] “ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ।[୨୨] ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।

ରୋମୀୟ ୧୩:୮-୧୪
[୮] ଅନ୍ୟ ଲୋକଙ୍କୁ ପ୍ରେମ କରିବା ହିଁ ବ୍ୟବସ୍ଥା ଅଟେ କାହାର ଋଣୀ ହୁଅ ନାହିଁ। କିନ୍ତୁ ପରସ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବାସିକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି।[୯] ମୁଁ ଏପରି କହୁଛି, କାରଣ ବ୍ୟବସ୍ଥା କୁହେ: “ବ୍ୟଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭେରି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ।” ଏହି ସମସ୍ତ ଆଦେଶ ଗୁଡ଼ିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡ଼ିକ ସାରାଂଶ ଭାବେ ଏହି ବ୍ୟବସ୍ଥାର ଅନ୍ତର୍ଗତ ଅଟେ, ଯଥା: “ନିଜକୁ ପ୍ରେମ କଲା ଭଳି ଅନ୍ୟ ପ୍ରତିବାସିକୁ ପ୍ରେମ କର।”[୧୦] ପ୍ରେମ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ରେମ କରିବା ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଳନର ସମକକ୍ଷ।[୧୧] ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ। ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି। ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ।[୧୨] ‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍।[୧୩] ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ।[୧୪] ନିଜର ପାପପୂର୍ଣ୍ଣ ସ୍ୱାର୍ଥପର ଇଚ୍ଛାକୁ ତୃପ୍ତି କରିବାରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ୍।

ମାର୍କ ୧୨:୨୮-୩୪
[୨୮] କେଉଁ ଆଦେଶ ବହୁତ ମହତ୍ତ୍ୱପୂର୍ଣ୍ଣ ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ଯୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସେମାନଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଛନ୍ତି। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”[୨୯] ଯୀଶୁ ଉତ୍ତର ଦେଲେ, “ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ‘ହେ ଇସ୍ରାଏଲ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ୱର ଏକମାତ୍ର ପ୍ରଭୁ।[୩୦] ସମସ୍ତ ହୃଦୟରେ ସମସ୍ତ ଆତ୍ମାରେ, ସମସ୍ତ ମନରେ ଓ ସମସ୍ତ ଶକ୍ତିରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର।’[୩୧] ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: ‘ତୁମ୍ଭେ ନିଜକୁ ଯେପରି ପ୍ରେମ କର, ନିଜର ପଡ଼ୋଶୀକୁ ସେହିପରି ପ୍ରେମ କର’ ଏହି ଦୁଇଟି ଆଦେଶ ଛଡ଼ା ଆଉ ବଡ଼ ଆଦେଶ କିଛି ନାହିଁ।”[୩୨] ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, “ଗୁରୁ, ପ୍ରଭୁ ପରମେଶ୍ୱର ଯେ, ଏକ ଓ ତାହାଙ୍କ ଛଡ଼ା ଆଉ ଅନ୍ୟ କେହି ନାହିଁ, ଏହା ତୁମ୍ଭେ ଠିକ୍ କହିଛ।[୩୩] ପ୍ରକୃତରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ହେବ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ୟ ସେହିପରି ଭଲ ପାଇବାକୁ ହେବ। ଆମ୍ଭେ ପରମେଶ୍ୱରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସେହି ଗୁଡ଼ିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ତ୍ୱପୂର୍ଣ୍ଣ।”[୩୪] ଯୀଶୁ ଦେଖିଲେ ଯେ, ଲୋକଟି ବୁଝିବିଗ୍ଭରି ଜ୍ଞାନୀ ଭଳି ଉତ୍ତର ଦେଇଛି। ସେ ତାହାକୁ କହିଲେ, “ତୁମ୍ଭେ ପରମେଶ୍ୱରଙ୍କ ରାଜ୍ୟଠାରୁ ଦୂରରେ ନାହଁ।” ଏହା ପରେ ଆଉ କେହିହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଗ୍ଭରିବାକୁ ସାହସ କଲେ ନାହିଁ।

ଯାତ୍ରା ୩୪:୨୮
ମୋଶା ସେଠାରେ ସଦାପ୍ରଭୁଙ୍କ ସହିତ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲେ। ମୋଶା କୌଣସି ଖାଦ୍ୟ କିମ୍ବା ପାନୀୟ ସେଠାରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ୟସବୁ ସେହି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।

ଦ୍ଵିତୀୟ ବିବରଣ ୪:୧୩
ତା’ପରେ ତୁମ୍ଭେମାନେ ତାଙ୍କର ନିୟମ ପାଳନ କର ବୋଲି ସେ ଆଦେଶ କଲେ। ତେଣୁ ସେ ଦଶ ଆଜ୍ଞାର ନିୟମ ପ୍ରକାଶ କଲେ। ସଦାପ୍ରଭୁ ପ୍ରସ୍ତର ଫଳକରେ ସେହି ନିୟମ ଲେଖିଲେ।

ଦ୍ଵିତୀୟ ବିବରଣ ୧୦:୪
ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ୱହସ୍ତରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହା ପରେ ସଦାପ୍ରଭୁ ସେହି ପ୍ରସ୍ତର ଫଳକଦ୍ୱୟ ମୋତେ ଦେଲେ।

ଦ୍ଵିତୀୟ ବିବରଣ ୫:୭-୨୨
[୭] “ଆମ୍ଭ ଛଡ଼ା ତୁମ୍ଭେମାନେ ଅନ୍ୟ କୌଣସି ଦେବତା ପୂଜା କର ନାହିଁ।[୮] “ତୁମ୍ଭେମାନେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭେମାନେ ସ୍ୱର୍ଗରେ, ମର୍ତ୍ତ୍ୟରେ ଓ ପାଣି ଭିତରେ ଦେଖୁଛ। ତୁମ୍ଭେମାନେ ସେଗୁଡ଼ିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ।[୯] ତୁମ୍ଭେମାନେ ସେମାନଙ୍କର ପୂଜା କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉ‌‌‌ଦ୍‌‌‌ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା।[୧୦] କିନ୍ତୁ ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା କରିବା।[୧୧] ‘ତୁମ୍ଭେ ମୂଲ୍ୟହୀନ ଉଦ୍ଦେଶ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନାମ ନେବ ନାହିଁ। ଯଦି କୌଣସି ଲୋକ ମୂଲ୍ୟହୀନ ଉଦ୍ଦେଶ୍ୟରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧୀ ବୋଲି ବିବେଚନା କରନ୍ତି ନାହିଁ।[୧୨] ‘ବିଶ୍ରାମ ଦିନକୁ ସଦାପ୍ରଭୁଙ୍କର ଉଦ୍ଧିଷ୍ଟ ଦିନରୂପେ ପାଳନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି।[୧୩] ସପ୍ତାହର ଛଦିନ ସମସ୍ତ କର୍ମ କର।[୧୪] କିନ୍ତୁ ସପ୍ତମ ଦିନଟି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭପରି ବିଶ୍ରାମ କରିବେ।[୧୫] ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି।[୧୬] ‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି।[୧୭] ‘ତୁମ୍ଭେ ନରହତ୍ୟା କରିବ ନାହିଁ।[୧୮] ‘ତୁମ୍ଭେମାନେ ବ୍ୟଭିଗ୍ଭର କରିବ ନାହିଁ।[୧୯] ‘ତୁମ୍ଭେମାନେ ଗ୍ଭେରି କରିବ ନାହିଁ।[୨୦] ‘ତୁମ୍ଭେମାନେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବ ନାହିଁ।[୨୧] ‘ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସେମାନଙ୍କର କୌଣସି ବସ୍ତୁ ଲୋଭ କରିବ ନାହିଁ।’”[୨୨] ଲୋକମାନେ ପରମେଶ୍ୱରଙ୍କୁ ଭୟ କରୁଥିଲେ ମୋଶା କହିଲେ, “ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚସ୍ୱରରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦୁଇଖଣ୍ତ ପ୍ରସ୍ତର ପଟାରେ ଲେଖି ମୋତେ ଦେଲେ।

ଦ୍ଵିତୀୟ ବିବରଣ ୬:୨୧
ତୁମ୍ଭେମାନେ ଆପଣା ସନ୍ତାନମାନଙ୍କୁ କହିବ, ‘ଆମ୍ଭେମାନେ ମିଶରରେ ଫାରୋର ବନ୍ଧାଦାସ ଥିଲୁ, ପୁଣି ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାରକରି ଆଣିଲେ।

ଦ୍ଵିତୀୟ ବିବରଣ ୧୦:୧-୫
[୧] ନୂତନ ପ୍ରସ୍ତର ପଟା “ସେହି ସମୟରେ, ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ପ୍ରଥମଟି ପରି ଆଉ ଦୁଇଟି ପ୍ରସ୍ତର ଫଳକ ପ୍ରସ୍ତୁତ କରିବା ଉଚିତ୍। ଏହା ପରେ ତୁମ୍ଭେ ଏହି ପର୍ବତ ଉପରେ ମୋ’ ପାଖକୁ ଆସ ଏବଂ ଆପଣା ପାଇଁ ଏକ କାଠ ସିନ୍ଦୁକ ନିର୍ମାଣ କର।[୨] ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହା ପରେ ଏହି ନୂଆ ପ୍ରସ୍ତରଫଳକ ଦ୍ୱୟକୁ ଏକ ସିନ୍ଦୁକରେ ରଖିବ।’[୩] “ତେଣୁ ମୁଁ ଏକ ସିନ୍ଦୁକଟିକୁ ଶିଟୀମ୍ କାଠରେ ପ୍ରସ୍ତୁତ କଲି ଏବଂ ପୂର୍ବପରି ଦୁଇଟି ପ୍ରସ୍ତର ଫଳକ ତିଆରି କରି ପର୍ବତ ଉପରକୁ ଗଲି।[୪] ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ୱହସ୍ତରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହା ପରେ ସଦାପ୍ରଭୁ ସେହି ପ୍ରସ୍ତର ଫଳକଦ୍ୱୟ ମୋତେ ଦେଲେ।[୫] ମୁଁ ବୁଲି ପଡ଼ିଲି ଓ ସେମାନଙ୍କୁ ପର୍ବତ ତଳକୁ ଆଣିଲି। ମୁଁ କରିଥିବା ଶିଟୀମକାଠର ସିନ୍ଦୁକରେ ସେମାନଙ୍କୁ ରଖିଲି। ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଥିଲେ ସେଗୁଡ଼ିକ ତାହା ମଧ୍ୟରେ ରଖିବାକୁ। ଏପରିକି ଆଜି ପର୍ଯ୍ୟନ୍ତ ସେହି ପ୍ରସ୍ତର ଫଳକଦ୍ୱୟ ସେହି ସିନ୍ଦୁକ ମଧ୍ୟରେ ସେହି ସ୍ଥାନରେ ରହିଅଛି।”

ଯାତ୍ରା ୨୦:୧-୧୭
[୧] ଦଶ ଆଜ୍ଞା ଏହା ପରେ ପରମେଶ୍ୱର କହିଲେ,[୨] “ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ୱର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହାର କରି ଆଣିଲି, ଯେଉଁଠାରେ ତୁମ୍ଭେମାନେ ଦାସ ଥିଲ।[୩] “ତୁମ୍ଭେମାନେ ମୋ’ ବ୍ୟତୀତ ଆଉ କୌଣସି ଦେବତାଗଣଙ୍କୁ ଉପାସନା କରିବ ନାହିଁ।[୪] “ତୁମ୍ଭେମାନେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ୱର୍ଗରେ କିମ୍ବା ପୃଥିବୀରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।[୫] କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା’ର ସେବା କରିବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ମୋର ଲୋକମାନେ ଅନ୍ୟ ଦେବତାଗଣର ସେବା କରିବେ ଏହା ମୁଁ ଘୃଣା କରେ। ଯେଉଁମାନେ ମୋତେ ଘୃଣା କରନ୍ତି ସେମାନେ ମୋର ଶତ୍ରୁରେ ଗଣାଯା’ନ୍ତି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଶାସ୍ତି ବିଧାନ କରିବି।[୬] କିନ୍ତୁ ମୁଁ ସେହି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମୋର ନିୟମ ପାଳନ କରନ୍ତି ଓ ମୋତେ ପ୍ରେମ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।[୭] “ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, କାରଣ ଯେକେହି ତାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।[୮] “ବିଶ୍ରାମ ଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।[୯] ଛଅ ଦିନରେ ଆପଣାର ସମସ୍ତ କର୍ମ କରିବ।[୧୦] ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ୟା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ।[୧୧] ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟିକୁ ଏକ ସ୍ୱତନ୍ତ୍ର ଦିନ କଲେ।[୧୨] “ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।[୧୩] “ତୁମ୍ଭେ ନରହତ୍ୟା କରିବ ନାହିଁ।[୧୪] “ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ।[୧୫] “ତୁମ୍ଭେ ଗ୍ଭେରି କରିବ ନାହିଁ।[୧୬] “ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।[୧୭] “ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା କି ଦାସ, ଦାସୀ କି ତା’ର ଗୋରୁ କି ଗଧ କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।”

ଯାତ୍ରା ୨୪:୧୨
ମୋଶା ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକ ଆଣିବାକୁ ଗଲେ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପର୍ବତ ଉପରେ ମୋ’ ପାଖକୁ ଆସ। ଏଠାରେ ରୁହ। ମୁଁ ପ୍ରସ୍ତର ଫଳକ ତୁମ୍ଭକୁ ଦେବି, ବ୍ୟବସ୍ଥା ଓ ଆଜ୍ଞା, ଯାହା ମୁଁ ସେମାନଙ୍କୁ ଶିକ୍ଷା ଦେବାକୁ ଲେଖିଛି।”

ଯାତ୍ରା ୩୪:୧୦-୨୯
[୧୦] ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଏହି ନିୟମ ତୁମ୍ଭମାନଙ୍କର ସହିତ କରିଅଛି, ମୁଁ ତୁମ୍ଭମାନଙ୍କ ପ୍ରତି ଏପରି କାର୍ଯ୍ୟ କରିବି ଯେ, ପୃଥିବୀରେ କୌଣସି ଲୋକମାନଙ୍କ ପାଇଁ ଏପରି କରାଯାଇ ନାହିଁ। ତୁମ୍ଭମାନଙ୍କ ସହିତ ଥିବା ଲୋକମାନେ ମୋର ମହାନତା ଜାଣି ପାରିବେ ଯେ, ମୁଁ ସଦାପ୍ରଭୁ ମହାନ। ଲୋକମାନେ ମୋର ଆଶ୍ଚର୍ଯ୍ୟ କର୍ମମାନ ଦେଖିବେ ଯାହା ତୁମ୍ଭମାନଙ୍କ ପାଇଁ ମୁଁ କରିବି।[୧୧] ଏହି ଆଜ୍ଞା ପାଳନ କର। ଯାହା ଆଜି ମୁଁ ତୁମ୍ଭକୁ ଆଜ୍ଞା ଦେଲି ତାହା ଅନୁସରଣ କର ମୁଁ ତୁମ୍ଭର ଶତ୍ରୁମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବି। ମୁଁ କିଣାନୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବିତାଡ଼ିତ କରିବି।[୧୨] ସାବଧାନ! ତୁମ୍ଭେମାନେ ଯେଉଁ ଦେଶକୁ ଯାଉଛ ସେମାନଙ୍କ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭେମାନେ ସେହି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତେବେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହେବ।[୧୩] ତେଣୁ ସେମାନଙ୍କର ଯଜ୍ଞବେଦି ସବୁ ଧ୍ୱଂସ କର। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗିଦିଅ। ସେମାନଙ୍କର ପବିତ୍ର କାଷ୍ଠ ସ୍ତମ୍ଭସବୁ କାଟି ପକାଇବ।[୧୪] ଅନ୍ୟ କୌଣସି ଦେବତାର ଉପାସନା କର ନାହିଁ, କାରଣ ମୋର ନାମ ଯିହୋବାଃ, ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ, ମୁଁ ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ ପରମେଶ୍ୱର।[୧୫] “ସାବଧାନ, ତୁମ୍ଭେ ଯେଉଁ ଦେଶରେ ବାସ କରିବ ସେମାନଙ୍କ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ସେମାନଙ୍କ ଦେବଗଣମାନଙ୍କର ଅନୁଚର ହେବ। କିମ୍ବା ସେମାନେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସେମାନଙ୍କ ସହିତ ଯୋଗ ଦେବ। ତୁମ୍ଭେ ସେମାନଙ୍କର ବଳିଦାନ ଭକ୍ଷ୍ୟଣ କରିବ।[୧୬] ତୁମ୍ଭେମାନେ ସେମାନଙ୍କର କନ୍ୟାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ୟାଗଣ ସେମାନଙ୍କର ଦେବଗଣମାନଙ୍କର ଅନୁଗାମୀ ହୋଇଥିବେ। ସେମାନେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦେବତାମାନଙ୍କର ଅନୁଗାମୀ କରାଇ ପାରନ୍ତି।[୧୭] “ତୁମ୍ଭେମାନେ କୌଣସି ଛାଞ୍ଚରେ ଢଳା ଦେବତା ତୁମ୍ଭମାନଙ୍କ ପାଇଁ କର ନାହିଁ।[୧୮] “ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛୁ। ସେହିରୂପେ ତୁମ୍ଭେମାନେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଖାଇବ। କାରଣ ସେହି ଆବୀବ୍ ମାସରେ ତୁମ୍ଭେ ମିଶର ଦେଶରୁ ବାହାର ହୋଇ ଆସିଥିଲ।[୧୯] “କୌଣସି ସ୍ତ୍ରୀର ପ୍ରଥମ ସନ୍ତାନ ମୋର। ଏପରିକି ଗୋମେଷାଦି ପଲର ପ୍ରଥମଜାତ ସନ୍ତାନ ମୋର।[୨୦] ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ଏକ ମେଷ ବଦଳରେ ତାହା କ୍ରୟ କରି ପାରିବ। କିନ୍ତୁ ଯଦି ତୁମ୍ଭେ ମେଷ ବଦଳରେ ତାହା କ୍ରୟ ନ କର, ତେବେ ତୁମ୍ଭେ ସେହି ଗଧର ବେକ ଭାଙ୍ଗିବ। ତୁମ୍ଭେମାନେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରି ପାରିବ। କୌଣସି ବ୍ୟକ୍ତି ବିନା ଉପହାରରେ ମୋ’ ପାଖକୁ ଆସିବ ନାହିଁ।[୨୧] “ତୁମ୍ଭେମାନେ ଛଅ ଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭେମାନେ ବିଶ୍ରାମ ନେବ। ତୁମ୍ଭେମାନେ ଏପରିକି ଶସ୍ୟ ବୁଣା ଏବଂ ଶସ୍ୟଅମଳ ସମୟରେ ଏହି ନିୟମ ପାଳନ କରିବ।[୨୨] “ତୁମ୍ଭେମାନେ ସପ୍ତାହର ପର୍ବ ପ୍ରଥମ ଗହମ କଟା ପର୍ବ ଓ ବର୍ଷର ଶେଷ ଭାଗରେ ଶସ୍ୟଅମଳର ପର୍ବ ପାଳନ କରିବା ଉଚିତ୍।[୨୩] “ତିନିଥର ପ୍ରତ୍ୟେକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବ।[୨୪] “ଯେତେବେଳେ ତୁମ୍ଭେ ତୁମ୍ଭର ଦେଶକୁ ଯାଅ ମୁଁ ତୁମ୍ଭର ଶତ୍ରୁମାନଙ୍କୁ ସେଠାରୁ ତଡ଼ି ଦେବି। ମୁଁ ତୁମ୍ଭମାନଙ୍କର ସୀମା ବୃଦ୍ଧି କରିବି। ତୁମ୍ଭେମାନେ ଅଧିକରୁ ଅଧିକ ଭୂମି ପାଇବ। କୌଣସି ଲୋକ ତୁମ୍ଭମାନଙ୍କଠାରୁ ଏହି ଭୂମି ନେଇ ପାରିବ ନାହିଁ। ଯେତେବେଳେ ତୁମ୍ଭେ ବର୍ଷରେ ତିନିଥର ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଯିବ।[୨୫] ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିଯୁକ୍ତ ଦ୍ରବ୍ୟ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ। “ଏହି ସମୟରେ ନିସ୍ତାରପର୍ବ ଉତ୍ସବର ବଳି ଦ୍ରବ୍ୟ ପ୍ରାତଃକାଳ ପର୍ଯ୍ୟନ୍ତ ରଖିବ ନାହିଁ।[୨୬] “ତୁମ୍ଭମାନଙ୍କର ପ୍ରଥମ ଶସ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସେହିସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଗୃହକୁ ଆଣିବ। “କଦାପି ଗୋଟିଏ ମେଷକୁ ତା’ର ମା ଦୁ‌ଗ୍‌ଧରେ ପାକ କରିବ ନାହିଁ।[୨୭] ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏ ସମସ୍ତ ଲେଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ସହିତ କଲୁ।[୨୮] ମୋଶା ସେଠାରେ ସଦାପ୍ରଭୁଙ୍କ ସହିତ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲେ। ମୋଶା କୌଣସି ଖାଦ୍ୟ କିମ୍ବା ପାନୀୟ ସେଠାରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ୟସବୁ ସେହି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।[୨୯] ମୋଶାଙ୍କର ଉଜ୍ଜ୍ୱଳ ମୁହଁ ଏହା ପରେ ମୋଶା ସୀନୟ ପର୍ବତ ଉପରୁ ତଳକୁ ଓହ୍ଲାଇଲେ। ସେ ସେହି ଦୁଇଟି ପ୍ରସ୍ତର ଫଳକ ଚୁକ୍ତି ସାଙ୍ଗରେ ନେଇ ଆସିଥିଲେ। ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଥିଲା କାରଣ ସେ ସଦାପ୍ରଭୁଙ୍କ ସହିତ କଥୋପକଥନ କରିଥିଲେ, କିନ୍ତୁ ମୋଶାଙ୍କୁ ଏହା ଜଣା ନ ଥିଲା।

ଦ୍ଵିତୀୟ ବିବରଣ ୬:୪-୯
[୪] “ହେ ଇସ୍ରାଏଲ ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି।[୫] ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ।[୬] ଏବଂ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭେମାନେ ତାହାକୁ ଆପଣା ହୃଦୟରେ ରଖିବ।[୭] ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦେବ। ତୁମ୍ଭେ ଆପଣା ଗୃହରେ ବସିବା ବେଳେ, ପଥରେ ଗ୍ଭଲିବା ବେଳେ, ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କର ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ।[୮] ଆଉ ତୁମ୍ଭେ ସେଗୁଡ଼ିକୁ ଚିହ୍ନ ରୂପେ ନିଜ ହସ୍ତରେ ଓ ତୁମ୍ଭ କପାଳରେ ବାନ୍ଧିବା ଉଚିତ୍।[୯] ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।

ଯାତ୍ରା ୨୦:୨-୧୭
[୨] “ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ୱର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହାର କରି ଆଣିଲି, ଯେଉଁଠାରେ ତୁମ୍ଭେମାନେ ଦାସ ଥିଲ।[୩] “ତୁମ୍ଭେମାନେ ମୋ’ ବ୍ୟତୀତ ଆଉ କୌଣସି ଦେବତାଗଣଙ୍କୁ ଉପାସନା କରିବ ନାହିଁ।[୪] “ତୁମ୍ଭେମାନେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ୱର୍ଗରେ କିମ୍ବା ପୃଥିବୀରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।[୫] କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା’ର ସେବା କରିବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ମୋର ଲୋକମାନେ ଅନ୍ୟ ଦେବତାଗଣର ସେବା କରିବେ ଏହା ମୁଁ ଘୃଣା କରେ। ଯେଉଁମାନେ ମୋତେ ଘୃଣା କରନ୍ତି ସେମାନେ ମୋର ଶତ୍ରୁରେ ଗଣାଯା’ନ୍ତି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଶାସ୍ତି ବିଧାନ କରିବି।[୬] କିନ୍ତୁ ମୁଁ ସେହି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମୋର ନିୟମ ପାଳନ କରନ୍ତି ଓ ମୋତେ ପ୍ରେମ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।[୭] “ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, କାରଣ ଯେକେହି ତାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।[୮] “ବିଶ୍ରାମ ଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।[୯] ଛଅ ଦିନରେ ଆପଣାର ସମସ୍ତ କର୍ମ କରିବ।[୧୦] ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ୟା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ।[୧୧] ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟିକୁ ଏକ ସ୍ୱତନ୍ତ୍ର ଦିନ କଲେ।[୧୨] “ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।[୧୩] “ତୁମ୍ଭେ ନରହତ୍ୟା କରିବ ନାହିଁ।[୧୪] “ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ।[୧୫] “ତୁମ୍ଭେ ଗ୍ଭେରି କରିବ ନାହିଁ।[୧୬] “ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।[୧୭] “ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା କି ଦାସ, ଦାସୀ କି ତା’ର ଗୋରୁ କି ଗଧ କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।”

ଯାତ୍ରା ୩୧:୧୮
ତେଣୁ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସହିତ କଥାବାର୍ତ୍ତା ନିୟମ ସ୍ୱରୂପେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

ଯୋହନ ୧୪:୧୫
ପବିତ୍ରଆତ୍ମାଙ୍କର ପ୍ରତିଜ୍ଞା “ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।

ମାଥିଉ ୧୯:୧୮
ଲୋକ ଜଣକ ପଗ୍ଭରିଲା, “କେଉଁ ଆଦେଶ?” ଯୀଶୁ ଉତ୍ତର ଦେଲେ, “‘ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ଅନ୍ୟ ଲୋକଙ୍କ ବିଷୟରେ ମିଛ କୁହ ନାହିଁ।’

ଯୋହନ ୧୫:୧୦
ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ।

ମାଥିଉ ୫:୧୭
ଯୀଶୁ ଓ ପୁରାତନ ନିୟମର ଲେଖାସମୁହ “ତୁମ୍ଭେମାନେ ଭାବ ନାହିଁ ଯେ ମୁଁ ମୋଶାଙ୍କ ବ୍ୟବସ୍ଥା କିଅବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସେମାନଙ୍କ ଉପଦେଶ ନଷ୍ଟ କରିବାକୁ ଆସି ନାହିଁ। ବରଂ ମୁଁ ସେମାନଙ୍କ ଉପଦେଶଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି।

ଯାତ୍ରା ୩୨:୧୫
ଏହା ପରେ ମୋଶା ବୁଲି ପଡ଼ିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମୋଶାଙ୍କ ହାତରେ ଚୁକ୍ତି ଲେଖା ଯାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲେଖା ହୋଇଥିଲା।

ଯୋହନ ୧୫:୧୨-୧୭
[୧୨] ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର।[୧୩] ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇ ପାରିବ।[୧୪] ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ।[୧୫] ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା’ର ମୁନିବ କ’ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି।[୧୬] “ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ।[୧୭] ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର।

ଯାତ୍ରା ୩୨:୧୬
ପରମେଶ୍ୱରଙ୍କ ଦ୍ୱାରା ସେହି ପ୍ରସ୍ତର ଫଳକ ନିର୍ମିତ ହୋଇଥିଲା ଏବଂ ପରମେଶ୍ୱର ସ୍ୱହସ୍ତରେ ଲେଖିଥିଲେ।

ଯାତ୍ରା ୩୪:୨୭
ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏ ସମସ୍ତ ଲେଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ସହିତ କଲୁ।

Odia Bible ERV 2010
Easy-to-Read Version Copyright © 2010 World Bible Translation Center