A A A A A

ଚର୍ଚ୍ଚ: [Црквени прогон]


ପ୍ରେରିତ 8:1
Savle pak bješe pristao na njegovu smrt. A u taj dan postade veliko gonjenje na crkvu Jerusalimsku, i svi se rasijaše po krajevima Judejskijem i Samarijskijem osim apostola.

ମାଥିଉ ୫:୪୪
କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର।

୨ ତୀମଥି ୩:୧୨
ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସପୂର୍ବକ ଜୀବନ ଅତିବାହିତ କରିବାକୁ ଗ୍ଭହୁଁଥିବା ପ୍ରତ୍ୟେକ ଲୋକ ନିର୍ଯ୍ୟାତିତ ହେବେ। ମନ୍ଦ ଲୋକେ ଓ ଅନ୍ୟମାନଙ୍କୁ ଠକୁଥିବା ଲୋକେ ମନ୍ଦରୁ ମନ୍ଦ ହୋଇଯିବେ।

ଯୋହନ ୧୫:୨୦
“ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା’ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ।

ପ୍ରକାଶିତ ବାକ୍ୟ ୨:୧୦
ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି।

ରୋମୀୟ 8:35
ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ?ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା’ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା!

ମାଥିଉ ୫:୧୧
“ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ।

ରୋମୀୟ ୧୨:୧୪
ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର। ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ।

ଯୋହନ ୫:୧୬
ଯୀଶୁ ବିଶ୍ରାମବାରରେ ଏହିସବୁ (ସୁସ୍ଥ) କାର୍ଯ୍ୟ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ୟବହାର କରିବା ଆରମ୍ଭ କଲେ।

ମାଥିଉ ୫:୧୦-୧୨
[୧୦] ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ; କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।[୧୧] “ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ।[୧୨] ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।

୨ କରିନ୍ଥୀୟ ୧୨:୧୦
ଅତଏବ ମୋ’ଠାରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କେବଳ ଖ୍ରୀଷ୍ଟଙ୍କ ସକାଶେ ଯେତେବେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦେଇ ଗତି କରେ, ଯେତେବେଳେ ମୋର କଷ୍ଟ ଥାଏ ବା ଯେତେବେଳେ ମୋର ସମସ୍ୟା ଥାଏ, ସେତେବେଳେ ମୁଁ ଆନନ୍ଦ କରେ। ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ପ୍ରକୃତରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।

ପ୍ରେରିତ ୧୩:୫୦
ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀଲୋକଙ୍କୁ ଓ ନଗରର ମୁଖ୍ୟ ବ୍ୟକ୍ତିମାନଙ୍କୁ ଉତ୍ତେଜିତ କରାଇଲେ। ସେମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବା ବିରୁଦ୍ଧରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସେମାନେ ସେମାନଙ୍କୁ ତାଡ଼ନା କରିବା ଆରମ୍ଭ କଲେ ଓ ସେମାନଙ୍କୁ ସେହି ଅଞ୍ଚଳରୁ ବାହାର କରିଦେଲେ।

ପ୍ରେରିତ ୭:୫୨
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ।

ମାର୍କ ୪:୧୭
କିନ୍ତୁ ତାହାର ଚେର ତାହାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରି ପାରେ ନାହିଁ। କେବଳ କିଛି କ୍ଷଣ ପାଇଁ ସେମାନେ ବାକ୍ୟକୁ ଧରି ରଖନ୍ତି। ପରେ ଯେତେବେଳେ ବାକ୍ୟ ଯୋଗୁଁ ବିପଦ ଆସେ ବା ସେମାନେ ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ ତୁରନ୍ତ ବିଶ୍ୱାସ ପରିତ୍ୟାଗ କରନ୍ତି।

ଗାଲାତୀୟ ୪:୨୯
***

ମାର୍କ ୧୦:୩୦
ସେ ନିଶ୍ଚୟ ଆପଣାର ସେହି ଛାଡ଼ିଥିବା ବସ୍ତୁଠାରୁ ଶହେ ଗୁଣ ଅଧିକ ଇହକାଳରେ ପାଇ ପାରିବ। ସେ ଅଧିକ ଘରଦ୍ୱାର, ଭାଇ ଭଉଣୀ, ମା, ପିଲା ପିଲି, ଓ ଜମି ବାଡ଼ି ପାଇବ ଏବଂ ନିର୍ଯ୍ୟାତନା ସହିତ ସେ ଏହିସବୁ ଜିନିଷ ପାଇବ କିନ୍ତୁ ପରକାଳରେ ସେ ଅନନ୍ତ ଜୀବନ ଲାଭ କରିବ।

ମାଥିଉ ୧୩:୨୧
କିନ୍ତୁ ସେ ନିଜ ଭିତରେ ଶିକ୍ଷାକୁ ଦୃଢ଼ ହେବାକୁ ଦିଏ ନାହିଁ, କେବଳ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟରେ ରଖିଥାଏ। ଯେତେବେଳେ ସୁସମାଗ୍ଭର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପାରେ ନାହିଁ, ସେ ଖୁବ୍ ଶୀଘ୍ର ସେଗୁଡ଼ିକୁ ଛାଡ଼ିଦିଏ।

ପ୍ରେରିତ ୨୨:୪
ମୁଁ ଯୀଶୁଙ୍କ ପଥରେ ଯାଉଥିବା ଲୋକମାନଙ୍କୁ ତାଡ଼ନା ଓ କଷ୍ଟ ଦେଉଥିଲି। ମୁଁ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି।

ମାଥିଉ ୫:୧୦
ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ; କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।

ଗାଲାତୀୟ ୬:୧୨
କେତେକ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରୁଛନ୍ତି। ଯିହୂଦୀମାନେ ଯେପରି ସେମାନଙ୍କୁ ଗ୍ରହଣ କରି ପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସେମାନଙ୍କୁ ନିର୍ଯ୍ୟାତନା ସହିବାକୁ ହେବ, ସେଥିପାଇଁ ସେମାନେ ଭୟ କରୁଛନ୍ତି।

ଲୂକ ୨୧:୧୨
“କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ।

ମାର୍କ ୧୦:୨୯-୩୦
[୨୯] ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ଘରଦ୍ୱାର, ଭାଇ ଭଉଣୀ, ବାପା-ମା, ପିଲାଛୁଆ ଓ ଜମିବାଡ଼ି ଛାଡ଼ି ଦେଇ ପାରିଛି,[୩୦] ସେ ନିଶ୍ଚୟ ଆପଣାର ସେହି ଛାଡ଼ିଥିବା ବସ୍ତୁଠାରୁ ଶହେ ଗୁଣ ଅଧିକ ଇହକାଳରେ ପାଇ ପାରିବ। ସେ ଅଧିକ ଘରଦ୍ୱାର, ଭାଇ ଭଉଣୀ, ମା, ପିଲା ପିଲି, ଓ ଜମି ବାଡ଼ି ପାଇବ ଏବଂ ନିର୍ଯ୍ୟାତନା ସହିତ ସେ ଏହିସବୁ ଜିନିଷ ପାଇବ କିନ୍ତୁ ପରକାଳରେ ସେ ଅନନ୍ତ ଜୀବନ ଲାଭ କରିବ।

ରୋମୀୟ ୮:୩୫-୩୭
[୩୫] ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ?ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା’ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା![୩୬] ଶାସ୍ତ୍ରରେ ଏହିପରି ଲେଖା ଅଛି: “ତୁମ୍ଭ ପାଇଁ (ଖ୍ରୀଷ୍ଟ) ଚିରଦିନ ଆମ୍ଭେ ନିହିତ ହେଉଅଛୁ। ଲୋକ ଭାବୁଛନ୍ତି, ଆମ୍ଭର ମୂଲ୍ୟ ବଳି ହେବାକୁ ଥିବା ମେଣ୍ଢାମାନଙ୍କଠାରୁ ଅଧିକ କିଛି ନୁହେଁ।”[୩୭] କିନ୍ତୁ ଏସବୁରେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିବା ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେ ପୂର୍ଣ୍ଣ ବିଜୟୀ।

ପ୍ରେରିତ ୧୧:୧୯-୨୧
[୧୯] ଆନ୍ତିୟଖିଆରେ ସୁସମାଗ୍ଭର ସ୍ତିଫାନ ମୃତ ହେବାପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ୱାସୀମାନେ ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇଗଲେ। ସେମାନଙ୍କ ମଧ୍ୟରୁ କେତେଜଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସେଠାରେ ସେମାନେ ଯିହୂଦୀମାନଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ ସୁସମାଗ୍ଭର ପ୍ରଗ୍ଭର କଲେ ନାହିଁ।[୨୦] ଏହି ବିଶ୍ୱାସୀମାନଙ୍କ ମଧ୍ୟରେ କେତେଜଣ କୁପ୍ର ଓ କୁରୀଣୀର ଲୋକ ଥିଲେ। ସେମାନେ ଆନ୍ତିୟଖିଆକୁ ଆସି ଗ୍ରୀ‌କ୍‌‌ମାନଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ଦେଲେ।[୨୧] ପ୍ରଭୁ ସେହି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରୁଥିଲେ। ତେଣୁ ଅନେକ ଲୋକ ବିଶ୍ୱାସ କଲେ ଓ ପ୍ରଭୁଙ୍କର ଅନୁଗମନ କଲେ।

ପ୍ରେରିତ ୯:୪-୫
[୪] ସେ ଭୂମିରେ ପଡ଼ିଗଲେ। ସେ ଗୋଟିଏ ସ୍ୱର ଶୁଣିବାକୁ ପାଇଲେ, “ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ?”[୫] ଶାଉଲ କହିଲେ, “ପ୍ରଭୁ, ତୁମ୍ଭେ କିଏ?” ସେ କହିଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।

ଗାଲାତୀୟ ୫:୧୧
ମୋ’ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଶିଖାଇ ନାହିଁ ଯେ, ଲୋକେ ସୁନ୍ନତ ହେବା ନିହାତି ଆବଶ୍ୟକ। ଯଦି ମୁଁ ଏହା ଶିଖାଇଛି, ତା’ହେଲେ ମୋତେ କାହିଁକି ତାଡ଼ନା ଆସୁଛି? ମୁଁ ଯଦି ଏହା ପ୍ରଗ୍ଭର କରିଥିଲି, ତା’ହେଲେ କ୍ରୁଶ ସମ୍ବନ୍ଧୀୟ ମୋର ଶିକ୍ଷା ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଇ ନ ଥା’ନ୍ତା।

ମାଥିଉ ୧୦:୨୩
ଗୋଟିଏ ନଗରରେ ସେମାନେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ୟ କହୁଛି ଇସ୍ରାଏଲର ସମସ୍ତ ନଗରୀରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ୟପୁତ୍ର ପୁନର୍ବାର ଆସିବେ।

ମାଥିଉ 5:12
ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।

୧ ତୀମଥି ୧:୧୩
ଅତୀତରେ ମୁଁ ଯୀଶୁଙ୍କ ବିରୁଦ୍ଧରେ କହିଛି, ତାହାଙ୍କୁ ତାଡ଼ନା ଦେଇଛି ଓ ତାହାଙ୍କୁ ଆଘାତ ଦେବା ଭଳି କାର୍ଯ୍ୟମାନ କରିଛି। କିନ୍ତୁ ମୁଁ କ’ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ୱର ମୋତେ ଦୟା କଲେ। ଅବିଶ୍ୱାସୀ ଥିଲାବେଳେ ମୁଁ ସେପରି କରିଥିଲି।

ମାଥିଉ ୫:୧୧-୧୨
[୧୧] “ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ।[୧୨] ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।

ଲୂକ ୧୧:୪୯
ଏଥିପାଇଁ ପରମେଶ୍ୱରଙ୍କ ଜ୍ଞାନ କହେ, ‘ମୁଁ ଭବିଷ୍ୟ‌ଦ୍‌ବକ୍ତା ଓ ପ୍ରେରିତମାନଙ୍କୁ ସେମାନଙ୍କ ପାଖକୁ ପଠାଇବି। କେତେକଙ୍କୁ ସେମାନେ ମାରି ଓ ଆଉ କେତେକଙ୍କୁ ବହୁତ ଖରାପ ବ୍ୟବହାର ଦେଖାଇବେ।’

୧ ଥେସଲନୀକୀୟ ୩:୩-୪
[୩] ଆମ୍ଭେ ଏବେ ଯେଉଁ ଅସୁବିଧାରେ ଅଛୁ, ସେଥିରେ ତୁମ୍ଭେମାନେ କେହି ଯେପରି ବିବ୍ରତ ନ ହୁଅ, ସେଥିପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଲୁ। ତୁମ୍ଭେମାନେ ଜାଣିଥିଲ ଯେ ଆମ୍ଭେ ଭବିଷ୍ୟତରେ ଏଭଳି କଷ୍ଟ ନିଶ୍ଚୟ ପାଇବା।[୪] ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ବାଧ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଯେଭଳି କହିଥିଲୁ, ସେହିଭଳି ସବୁ ଘଟିଛି।

ଏବ୍ରୀ ୧୧:୩୬-୩୮
[୩୬] କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ।[୩୭] ସେମାନଙ୍କୁ ପଥର ମାରି ଦିଆ ହେଲା, ଓ କରତରେ ଦୁଇଫାଳ କରି ଚିରି ଦିଆ ହେଲା। କେତେକଙ୍କୁ ଖ‌‌ଡ଼୍‌ଗଦ୍ୱାରା ମାରି ଦିଆ ହେଲା। ସେମାନଙ୍କ ଭିତରୁ କେତେ ଜଣ ମେଷ ଓ ଛେଳିର ଚମଡ଼ା ପିନ୍ଧିଲେ। ସେମାନେ ଗରିବ ଥିଲେ, ନିର୍ଯ୍ୟାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ୱାରା ମନ୍ଦ ବ୍ୟବହାର ପାଇଲେ।[୩୮] ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପଯୁକ୍ତ ନ ଥିଲା। ସେମାନେ ମରୁଭୂମିରେ ଓ ପାହାଡ଼ରେ ବୁଲିଲେ ଓ ଗୁମ୍ପା ଏବଂ ଭୂମିରେ ଥିବା ଗାତମାନଙ୍କରେ ନିଜକୁ ଲୁଗ୍ଭଇ ରଖିଲେ।

ଯୋହନ ୧୫:୨୦-୨୧
[୨୦] “ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା’ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ।[୨୧] ଲୋକମାନେ ମୋ’ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ। କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ।

ମାଥିଉ ୧୦:୨୧-୨୩
[୨୧] “ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ।[୨୨] ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।[୨୩] ଗୋଟିଏ ନଗରରେ ସେମାନେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ୟ କହୁଛି ଇସ୍ରାଏଲର ସମସ୍ତ ନଗରୀରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ୟପୁତ୍ର ପୁନର୍ବାର ଆସିବେ।

ମାଥିଉ ୨୪:୮-୧୦
[୮] କିନ୍ତୁ ଏ ଘଟଣାଗୁଡ଼ିକ କେବଳ ପ୍ରଥମ ପ୍ରସବବେଦନା ଭଳି ହେବ।[୯] “ସେତେବେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ୟବହାର କରିବେ। ସେମାନେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଧରାଇ ଦେବେ। ସେମାନେ ତୁମ୍ଭମାନଙ୍କୁ ମାରିଦେବେ। ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ।[୧୦] ସେତେବେଳେ ଅନେକ ବିଶ୍ୱାସୀ ଲୋକ ବିଶ୍ୱାସ ହରେଇ ବସିବେ। ସେମାନେ ପରସ୍ପରର ବିରୋଧୀ ହେବେ ଓ ପରସ୍ପରକୁ ଘୃଣା କରିବେ।

ଲୂକ ୨୧:୧୨-୧୯
[୧୨] “କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ।[୧୩] କିନ୍ତୁ ଏହା ତୁମ୍ଭମାନଙ୍କୁ ମୋ’ ବିଷୟରେ କହିବାକୁ ସୁଯୋଗ ଦେବ।[୧୪] ତୁମ୍ଭେମାନେ ନିଜକୁ ରକ୍ଷା କରିବା ପାଇଁ କ’ଣ କହିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅ ନାହିଁ।[୧୫] ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭେମାନେ ଯାହା କହିବ, ତୁମ୍ଭର କୌଣସି ଶତ୍ରୁ ତା’ର ଉତ୍ତର ଦେଇ ପାରିବ ନାହିଁ।[୧୬] ଏପରିକି ତୁମ୍ଭମାନଙ୍କର ବାପାମା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହୋଇଯିବେ। ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଦେବେ।[୧୭] ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ସବୁ ଲୋକେ ତୁମ୍ଭମାନଙ୍କୁ ଘୃଣା କରିବେ।[୧୮] କିନ୍ତୁ ପ୍ରକୃତରେ ଏଥି ମଧ୍ୟରୁ କାହାରି ଦ୍ୱାରା ମଧ୍ୟ ତୁମ୍ଭମାନଙ୍କ କ୍ଷତି ହେବ ନାହିଁ।[୧୯] ଏହିସବୁ ଘଟଣା ଭିତରେ ତୁମ୍ଭେମାନେ ତୁମ୍ଭ ବିଶ୍ୱାସରେ ଦୃଢ଼ ରହିଲେ ନିଜକୁ ରକ୍ଷା କରି ପାରିବ।

୧ କରିନ୍ଥୀୟ ୪:୮-୧୩
[୮] ତୁମ୍ଭେମାନେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭେ ନିଜକୁ ଧନ୍ୟ ବୋଲି ମନେ କରୁଛ। ତୁମ୍ଭେମାନେ ଆମ୍ଭ ବିନା ରାଜା ହୋଇ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭେମାନେ ପ୍ରକୃତରେ ରାଜା ହୋଇଥିଲେ ଭଲ ହୋଇଥା’ନ୍ତା। ତା’ହେଲେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିଥାଆନ୍ତୁ।[୯] କିନ୍ତୁ ମୋର ମନେ ହୁଏ ଯେ, ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମ୍ଭେମାନେ ଯେପରି ଏକ ନାଟକ କରୁଛୁ।[୧୦] ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହୋଇଛୁ। କିନ୍ତୁ ତୁମ୍ଭେମାନେ ନିଜକୁ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭେମାନେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ।[୧୧] ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।[୧୨] ଆମ୍ଭର ଲାଗି ଆମ୍ଭେ ହାତରେ କାମ କରୁଛୁ, ଅତି କଠିନ ପରିଶ୍ରମ କରୁଛୁ।[୧୩] ଲୋକମାନଙ୍କଠାରୁ ଅଭିଶାପ ପାଇ ମଧ୍ୟ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରୁଛୁ। ଲୋକେ ଆମ୍ଭକୁ ତାଡ଼ନା କରୁଛନ୍ତି, ଆମ୍ଭେ ସହୁଛୁ। ଏପରିକି ଯେଉଁମାନେ ଆମ୍ଭର ମିଥ୍ୟାପବାଦ କରନ୍ତି, ଆମ୍ଭେ ସେମାନଙ୍କୁ ନମ୍ରଭାବେ କଥା କହୁ। ଆଜି ପର୍ଯ୍ୟନ୍ତ ଲୋକେ ଆମ୍ଭକୁ ସମଗ୍ର ସଂସାରର ମଇଳା ଧୂଳି ସଦୃଶ ବ୍ୟବହାର କରୁଛନ୍ତି।

ଏବ୍ରୀ 10:32-34
[32] ଗ୍ରହଣ କରିଥିବା ସାହସ ଓ ଆନନ୍ଦକୁ ଛାଡ଼ ନାହିଁ ପ୍ରଥମଥର ସତ୍ୟ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନେକ ପ୍ରକାରର ଯାତନା ସହିତ ତୁମ୍ଭେମାନ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭେମାନେ ଦୃଢ଼ ରହିଥିଲ।[33] ସେତେବେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନେକ ଲୋକଙ୍କ ଆଗରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। ବେଳେବେଳେ ଏହିଭଳି ଖରାପ ବ୍ୟବହାର ମଧ୍ୟଦେଇ ଗତି କରୁଥିବା ଲୋକଙ୍କୁ ତୁମ୍ଭେମାନେ ସାହାଯ୍ୟ କଲ।[34] ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।

ଏବ୍ରୀ 11:33-38
[33] ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ୱାସ ଥିଲା। ସେହି ବିଶ୍ୱାସ ବଳରେ ସେମାନେ ସାମ୍ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲେ। ସେମାନ ସମସ୍ତେ ଧାର୍ମିକ କାର୍ଯ୍ୟ କଲେ, ପରମେଶ୍ୱରଙ୍କ ପ୍ରତିଜ୍ଞାର ବିଷୟ ଗୁଡ଼ିକ ପାଇଲେ। ସେମାନେ ନିଜ ବିଶ୍ୱାସ ଦ୍ୱାରା ସିଂହମାନଙ୍କର ମୁହଁ ବନ୍ଦ କଲେ।[34] ସେହି ବିଶ୍ୱାସ ବଳରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖ‌‌ଡ଼୍‌ଗ ଦ୍ୱାରା ମରିବାରୁ ରକ୍ଷା ପାଇଲେ। ବିଶ୍ୱାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସେମାନେ ଯୁଦ୍ଧରେ ଶକ୍ତିଶାଳୀ ହୋଇ ଶତ୍ରୁ ସେନାଙ୍କୁ ପରାସ୍ତ କଲେ।[35] ମୃତ୍ୟୁରୁ ଲୋକମାନେ ପୁନର୍ଜୀବିତ ହୋଇ ପରିବାରରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସେମାନେ ସ୍ୱାଧୀନ ହେବାକୁ ଗ୍ଭହିଁଲେ ନାହିଁ କାରଣ ସେମାନେ ମୃତ୍ୟୁରୁ ପୁନର୍ଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହିସବୁ କାର୍ଯ୍ୟ କରିଥିଲେ।[36] କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ।[37] ସେମାନଙ୍କୁ ପଥର ମାରି ଦିଆ ହେଲା, ଓ କରତରେ ଦୁଇଫାଳ କରି ଚିରି ଦିଆ ହେଲା। କେତେକଙ୍କୁ ଖ‌‌ଡ଼୍‌ଗଦ୍ୱାରା ମାରି ଦିଆ ହେଲା। ସେମାନଙ୍କ ଭିତରୁ କେତେ ଜଣ ମେଷ ଓ ଛେଳିର ଚମଡ଼ା ପିନ୍ଧିଲେ। ସେମାନେ ଗରିବ ଥିଲେ, ନିର୍ଯ୍ୟାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ୱାରା ମନ୍ଦ ବ୍ୟବହାର ପାଇଲେ।[38] ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପଯୁକ୍ତ ନ ଥିଲା। ସେମାନେ ମରୁଭୂମିରେ ଓ ପାହାଡ଼ରେ ବୁଲିଲେ ଓ ଗୁମ୍ପା ଏବଂ ଭୂମିରେ ଥିବା ଗାତମାନଙ୍କରେ ନିଜକୁ ଲୁଗ୍ଭଇ ରଖିଲେ।

ପ୍ରେରିତ 12:1-19
[1] ବିଶ୍ୱାସୀମଣ୍ଡଳୀ ଉପରେ ହେରୋଦଙ୍କର ଅତ୍ୟାଗ୍ଭର ରାଜା ହେରୋଦ ସେ ସମୟରେ ମଣ୍ଡଳୀରେ କେତେକ ଲୋକଙ୍କ ଉପରେ ଅତ୍ୟାଗ୍ଭର କରିବା ଆରମ୍ଭ କରିଦେଲେ।[2] ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡାରେ ହତ୍ୟା କରିଦେଲେ।[3] ଯିହୂଦୀମାନଙ୍କୁ ଏ ଘଟଣାରେ ଖୁସୀ ହେବାର ଦେଖି ପିତରଙ୍କୁ ମଧ୍ୟ ବନ୍ଦୀ କରିବା ପାଇଁ ଆଗେଇଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା।[4] ତା’ପରେ ହେରୋଦ ପିତରଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ତାହାଙ୍କୁ ଜଗିବା ପାଇଁ ଷୋହଳ ଜଣ ପ୍ରହରୀ ରହିଲେ। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାରପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ।[5] ତେଣୁ ପିତର କାରାଗାରରେ ବନ୍ଦୀ ହୋଇ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନିରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ।[6] ପିତରଙ୍କୁ ଜେ‌ଲ୍‌ରୁ ମୁକ୍ତି ହେରୋଦ ଯେଉଁଦିନ ପିତରଙ୍କୁ ବିଗ୍ଭର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା’ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ।[7] ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସେଠାରେ ଉଭା ହେଲେ। କୋଠରିଟି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଗଲା। ସେ ପିତରଙ୍କୁ ହଲେଇ ଦେଇ କହିଲେ, “ଶୀଘ୍ର ଉଠ।” ସେହି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା।[8] ସେ ସ୍ୱର୍ଗଦୂତ ପିତରଙ୍କୁ କହିଲେ, “ଲୁଗାପଟା ଓ ଜୋତା ପିନ୍ଧ।” ସେ ପିନ୍ଧିଲେ। ସେ ପୁଣି କହିଲେ, “ତୁମ୍ଭର ଗ୍ଭଦର ଘୋଡ଼େଇ ହୁଅ ଓ ମୋତେ ଅନୁସରଣ କର।”[9] ପିତର ତାହାଙ୍କୁ ଅନୁସରଣ କଲେ। ସ୍ୱର୍ଗଦୂତ ଯେ ପ୍ରକୃତରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରି ପାରିଲେ ନାହିଁ। ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଅଛନ୍ତି।[10] ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଗ୍ଭଲିଗଲେ। ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଗ୍ଭଲିଗଲେ।[11] ତା’ପରେ ପିତର ଜାଣି ପାରିଲେ ତାହାଙ୍କୁ ଯାହାସବୁ ଘଟିଗଲା ଏବଂ କହିଲେ, “ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତରେ ସତ୍ୟ ଅଟେ। ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରୋଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ।”[12] ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ୟ କୁହା ଯାଉଥିଲା। ସେଠାରେ ଅନେକ ଲୋକ ଏକାଠି ହୋଇ ପ୍ରାର୍ଥନା କରୁଥିଲେ।[13] ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଗ୍ଭକରାଣୀ କବାଟ ଖୋଲିବାକୁ ଆସିଲା।[14] ସେ ପିତରଙ୍କର ସ୍ୱର ଜାଣିପାରି ଏତେ ଖୁସୀ ହୋଇଗଲା ଯେ, ସେ କବାଟ ନ ଖୋଲି ଭିତରକୁ ଦୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, “ପିତର କବାଟ ପାଖରେ ଠିଆ ହୋଇଛନ୍ତି!”[15] ବିଶ୍ୱାସୀମାନେ ରୋଦାର କଥା ଶୁଣି ତାହାକୁ କହିଲେ, “ତୁ ପାଗଳୀ,” କିନ୍ତୁ ସେ ତା’ କଥା ସତ୍ୟ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସେମାନେ କହିଲେ, “ସେ ନିଶ୍ଚୟ ପିତରଙ୍କର ଦୂତ।”[16] କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଗ୍ଭଲିଥିଲେ। ବିଶ୍ୱାସୀମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ପିତରଙ୍କୁ ଦେଖି ବିସ୍ମିତ ହୋଇଗଲେ।[17] ପିତର ସେମାନଙ୍କୁ ହାତରେ ଠାରି ଚୁ‌ପ୍‌ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସେମାନଙ୍କୁ ବୁଝାଇ କହିଲେ। ସେ ଏ ବିଷୟରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣେଇବା ପାଇଁ କହିଲେ। ତା’ପରେ ସେ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ।[18] ତହିଁ ଆରଦିନ ସକାଳ ହେବାରୁ ସୈନ୍ୟମାନେ ଅତି ବିବ୍ରତ ହୋଇଗଲେ। ପିତରଙ୍କ ପ୍ରତି କ’ଣ ଘଟିଥିବ, ଏହା ଭାବି ସେମାନେ ଚିନ୍ତିତ ହୋଇପଡ଼ିଲେ।[19] ହେରୋଦ ତାହାଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତା’ପରେ ସେ ଜଗୁଆଳୀମାନଙ୍କୁ ପଚରା ଉଚରା କରିସାରି, ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ ଦେଲେ। ହେରୋଦ ଆଗ୍ରି‌‌ପ୍‌‌ପାଙ୍କ ମୃତ୍ୟୁ ତା’ପରେ ହେରୋଦ ଯିହୂଦା ପ୍ରଦେଶରୁ ଯାଇ କାଇସରୀଆଠାରେ ରହିଲେ।

ପ୍ରେରିତ ୯:୧-୧୪
[୧] ଶାଉଲଙ୍କ ହୃଦୟ ପରିବର୍ତ୍ତନ ଶାଉଲ ଯିରୁଶାଲମରେ ପ୍ରଭୁଙ୍କ ଅନୁସରଣକାରୀମାନଙ୍କ ବିରୁଦ୍ଧରେ ହତ୍ୟାର ଭୟ ଦେଖାଇବା ପାଇଁ ଚେଷ୍ଟା କଲେ।[୨] ସେ ମହାଯାଜକଙ୍କ ପାଖକୁ ଯାଇ ଦମ୍ମେସକ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହା ଦ୍ୱାରା ସେ ଯେତେବେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତେବେଳେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିପାରିବେ।[୩] ସେ ଦମ୍ମେସକ ନିକଟକୁ ଆସିଲେ। ହଠାତ୍ ସ୍ୱର୍ଗରୁ ଗୋଟିଏ ଆଲୋକ ତାହାଙ୍କ ଗ୍ଭରିପଟେ ଉ‌ଦ୍‌ଭାସିତ ହୋଇଗଲା।[୪] ସେ ଭୂମିରେ ପଡ଼ିଗଲେ। ସେ ଗୋଟିଏ ସ୍ୱର ଶୁଣିବାକୁ ପାଇଲେ, “ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ?”[୫] ଶାଉଲ କହିଲେ, “ପ୍ରଭୁ, ତୁମ୍ଭେ କିଏ?” ସେ କହିଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।[୬] ଏବେ ଉଠ ଓ ନଗରକୁ ଯାଅ। ସେଠାରେ ତୁମ୍ଭକୁ କ’ଣ କରିବାକୁ ହେବ, ତାହା ତୁମ୍ଭକୁ ଜଣେ କହିବେ।”[୭] ତାହାଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଠିଆ ହେଲେ। ସେମାନେ ଏହି କଥା ଶୁଣିଲେ, କିନ୍ତୁ କାହାକୁ ସେଠାରେ ଦେଖିଲେ ନାହିଁ।[୮] ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖି ପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମେସକକୁ ନେଇଗଲେ।[୯] ସେ ତିନି ଦିନ ପର୍ଯ୍ୟନ୍ତ କିଛି ଦେଖି ପାରିଲେ ନାହିଁ ଓ କିଛି ଖିଆପିଆ ମଧ୍ୟ କଲେ ନାହିଁ।[୧୦] ହନନିୟ ନାମକ ଜଣେ ଯୀଶୁଙ୍କର ଶିଷ୍ୟ ଦମ୍ମେସକରେ ଥିଲେ। ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନିୟ!” ହନନିୟ କହିଲେ, “ପ୍ରଭୁ, ମୁଁ ଏଠାରେ ଅଛି।”[୧୧] ପ୍ରଭୁ ତାହାଙ୍କୁ କହିଲେ, “ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ଯିହୂଦାଙ୍କ ଘରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ସନ୍ଧାନ ନିଅ। ଯେହେତୁ ସେ ପ୍ରାର୍ଥନା କରୁଅଛି।[୧୨] ଏହି ଶାଉଲ ଗୋଟିଏ ଦର୍ଶନ ଦେଖିଅଛି ଯେ, ହନନିୟ ନାମକ ଜଣେ ଲୋକ ତା’ ନିକଟକୁ ଆସି, ତା’ ଉପରେ ହାତ ଥୋଇ ପ୍ରାର୍ଥନା କରୁଅଛି ଓ ତାହାଦ୍ୱାରା ସେ ପୁଣି ଦେଖି ପାରୁଛି।”[୧୩] ହନନିୟ ଉତ୍ତର ଦେଲେ, ‘‘ପ୍ରଭୁ, ମୁଁ ବହୁତ ଲୋକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଛି। ମୁଁ ଶୁଣିଛି ଯେ, ସେ ଯିରୁଶାଲମରେ ଆପଣଙ୍କ ପବିତ୍ର ଲୋକମାନଙ୍କ ପ୍ରତି ବହୁତ ଅତ୍ୟାଗ୍ଭର କରିଛି।[୧୪] ଏଠାରେ ମଧ୍ୟ ସେହି ଲୋକଟି ପ୍ରଧାନଯାଜକମାନଙ୍କଠାରୁ କ୍ଷମତା ପାଇ ଆପଣଙ୍କୁ ବିଶ୍ୱାସ କରୁଥିବା ସମସ୍ତ ଲୋକମାନଙ୍କୁ ବନ୍ଦୀ କରିବା ପାଇଁ ଆସିଛି।”

ଗାଲାତୀୟ ୧:୧୩
ତୁମ୍ଭେମାନେ ମୋ’ ପୂର୍ବ ଜୀବନ ବିଷୟରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚେଷ୍ଟା କରିଥିଲି।

ପ୍ରକାଶିତ ବାକ୍ୟ ୨:୮-୧୦
[୮] ସ୍ମୁର୍ଣ୍ଣା ମଣ୍ଡଳୀକୁ ଯୀଶୁଙ୍କର ପତ୍ର “ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁଣି ଥରେ ଜୀବିତ ହୋଇଥିଲେ, ସେ ତୁମ୍ଭକୁ ଏହି କଥା କହୁଛନ୍ତି,[୯] “ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରିବ। କିନ୍ତୁ ପ୍ରକୃତରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧରେ ଅପବାଦ ମୁଁ ଶୁଣିଛି। ସେହି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସେମାନେ ପ୍ରକୃତ ଯିହୂଦୀ ନୁହନ୍ତି। ସେମାନେ ଶୟତାନର ଦଳର ଲୋକ।[୧୦] ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି।

ପ୍ରେରିତ ୨୬:୯-୧୧
[୯] “ମୁଁ ଯେତେବେଳେ ଫାରୂଶୀ ଥିଲି, ସେତେବେଳେ ମୁଁ ମଧ୍ୟ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧରେ ଅନେକ କାର୍ଯ୍ୟ କରିବି ବୋଲି ଭାବୁଥିଲି।[୧୦] ଏ ଭଳି କରୁଥିବା ବେଳେ ମୁଁ ଯିରୁଶାଲମରେ ପରମେଶ୍ୱରଙ୍କର ଅନେକ ଲୋକଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତେବେଳେ ମୃତ୍ୟୁଦଣ୍ଡ ଦିଆଯାଉଥିଲା, ସେତେବେଳେ ମୁଁ ମଧ୍ୟ ଏହା ଠିକ୍ ବୋଲି ଭାବି ସେଥିରେ ପୂର୍ଣ୍ଣ ସମ୍ମତ ହୋଇଥିଲି। ମୁଁ ପରମେଶ୍ୱରଙ୍କର ଅନେକ ଲୋକମାନଙ୍କୁ ଧରି ଆଣି କାରାଗାରରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାଯାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସେମାନଙ୍କୁ ସମାଜଗୃହ ସବୁରେ ଦଣ୍ତ ଦେଇଥିଲି।[୧୧] ମୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କରିଥିଲି। ମୁଁ ସେମାନଙ୍କ ବିରୁଦ୍ଧରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସେମାନଙ୍କୁ ଅତ୍ୟାଗ୍ଭର କରିବା ପାଇଁ ବିଦେଶୀ ନଗର ଗୁଡ଼ିକୁ ମଧ୍ୟ ଯାଇଥିଲି।

୧ କରିନ୍ଥୀୟ 4:12
ଆମ୍ଭର ଲାଗି ଆମ୍ଭେ ହାତରେ କାମ କରୁଛୁ, ଅତି କଠିନ ପରିଶ୍ରମ କରୁଛୁ।

ପ୍ରେରିତ ୧୨:୧
ବିଶ୍ୱାସୀମଣ୍ଡଳୀ ଉପରେ ହେରୋଦଙ୍କର ଅତ୍ୟାଗ୍ଭର ରାଜା ହେରୋଦ ସେ ସମୟରେ ମଣ୍ଡଳୀରେ କେତେକ ଲୋକଙ୍କ ଉପରେ ଅତ୍ୟାଗ୍ଭର କରିବା ଆରମ୍ଭ କରିଦେଲେ।

ଫିଲିପ୍‍ପୀୟ 3:6
ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍‌‌ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ’ଠାରେ କୌଣସି ଦୋଷ ପାଇ ନ ଥିଲେ।

Odia Bible ERV 2010
Easy-to-Read Version Copyright © 2010 World Bible Translation Center