A A A A A

ଚର୍ଚ୍ଚ: [ଚର୍ଚ୍ଚରେ ଯୋଗଦେବା |]


ଏବ୍ରୀ ୧୦:୨୪-୨୫
[୨୪] ପରସ୍ପରକୁ ସାହାଯ୍ୟ କର, ଦୃଢ଼ ହୁଅ ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍।[୨୫] କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।

ମାଥିଉ 18:20
ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।”

କଲସୀୟ 3:16
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ।

ଏଫିସୀୟ ୪:୧୧-୧୩
[୧୧] ଏବଂ ସେହି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲ ଅର୍ଥାତ୍ କେତେକ ଲୋକଙ୍କୁ ସେ ପ୍ରେରିତ ହେବା ପାଇଁ, କେତେକଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତା ହେବା ପାଇଁ, କେତେକଙ୍କୁ ସୁସମାଗ୍ଭର କହିବା ପାଇଁ ଓ କେତେକଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା ଦେବା ପାଇଁ।[୧୨] ପରମେଶ୍ୱରଙ୍କ ଲୋକମାନେ ତାଙ୍କର ସେବା କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହେବେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସେମାନଙ୍କୁ ଦେଲେ। ଏହା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀରସ୍ୱରୂପ ଆମ୍ଭେମାନେ ମଧ୍ୟ ଦୃଢ଼ ଓ ବଳବାନ ହେବା।[୧୩] ସମସ୍ତ ଲୋକେ ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟକ ସମାନ ବିଶ୍ୱାସ ଓ ସମାନ ଜ୍ଞାନ ସହିତ ଏକତ୍ର ହେବା ପର୍ଯ୍ୟନ୍ତ ଏହି କାମ ଗ୍ଭଲିଥିବା ନିତାନ୍ତ ଆବଶ୍ୟକ, ଯେପର୍ଯ୍ୟନ୍ତ ଆମ୍ଭେ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧ ଓ ସମ୍ପୂର୍ଣ୍ଣ ନ ହୋଇଛୁ, ସେ ପର୍ଯ୍ୟନ୍ତ ଆମ୍ଭକୁ ବୃଦ୍ଧି ପାଇ ପୂର୍ଣ୍ଣବୟସ୍କ ହେବାକୁ ପଡ଼ିବ।

ପ୍ରେରିତ ୨:୪୨
ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା ବିଶ୍ୱାସୀ ଲୋକମାନେ ଏକାଠି ମିଳିତ ହେବାକୁ ଲାଗିଲେ। ପ୍ରେରିତମାନଙ୍କ ଉପଦେଶ ଶୁଣିବାକୁ ସେମାନେ ସେମାନଙ୍କର ସମୟ ଦେଲେ। ବିଶ୍ୱାସୀମାନେ ପରସ୍ପରର ସହଭାଗୀ ହେଲେ। ସେମାନେ ରୋଟୀ ବାଣ୍ଟି ଖାଇବାରେ ଏବଂ ପ୍ରାର୍ଥନା କରିବାରେ ସମୟ ଦେଲେ।

ରୋମୀୟ ୧୦:୧୭
ସୁସମାଗ୍ଭର ଶୁଣିଲେ ବିଶ୍ୱାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ଲୋକେ ଶୁଣନ୍ତି।

ମାଥିଉ ୧୬:୧୮
ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ।

ପ୍ରେରିତ ୯:୩୧-୩୨
[୩୧] ଏହା ଦ୍ୱାରା ଯିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ୱାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ରଆତ୍ମାର ସହାୟତା ପାଇ ସେମାନେ ରହୁଥିଲେ।[୩୨] ଲୂଦ ଓ ଯାଫୋରେ ପିତର ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶେଷରେ ଲୂଦ ନଗରରେ ରହୁଥିବା ସାଧୁମାନଙ୍କ ପାଖରେ ଆସି ପହଞ୍ଚିଲେ।

ମାଥିଉ 6:33
ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା’ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ।

ଯାକୁବ 1:22
ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ଯ୍ୟରେ ଦେଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ୱାରା ତୁମ୍ଭେ ପ୍ରକୃତରେ ନିଜକୁ ଠକୁଛ।

୨ ତୀମଥି ୪:୨
ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସେମାନେ କ’ଣ କରିବା ଉଚିତ୍, ସେମାନେ ଭୁଲ୍ କଲାବେଳେ ସେମାନଙ୍କୁ ଅନୁଯୋଗ କର ଓ ସେମାନଙ୍କୁ ଉତ୍ସାହ ଦିଅ। ଅତି ଧୈର୍ଯ୍ୟ ସହକାରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ୱାରା ଏହି ସମସ୍ତ ବିଷୟ କର।

ମାଥିଉ ୨୮:୧୯-୨୦
[୧୯] ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ।[୨୦] ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”

Odia Bible ERV 2010
Easy-to-Read Version Copyright © 2010 World Bible Translation Center