A A A A A

ଖରାପ ବର୍ଣ୍ଣ: [ଗାଳିଗୁଲଜ]


୧ ଯୋହନ ୨:୯
ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି।

୧ ଯୋହନ ୩:୧୫
ନିଜ ଭାଇକୁ ଘୃଣା କରୁଥିବା ପ୍ରତ୍ୟେକ ଲୋକ ନିଜେ ହତ୍ୟାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ୟାକାରୀଠାରେ ଅନନ୍ତ ଜୀବନ ନାହିଁ।

୨ ତୀମଥି ୧:୭
ପରମେଶ୍ୱର ଆମ୍ଭକୁ ଭୟର ଆତ୍ମା ଦେଇ ନାହାନ୍ତି। ସେ ଆମ୍ଭକୁ ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ପ୍ରଦାନ କରିଛନ୍ତି।

ଦ୍ଵିତୀୟ ବିବରଣ ୩୧:୬
ତୁମ୍ଭେ ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେମାନେ ସେହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ଯ୍ୟ କରିବେ ନାହିଁ କିଅବା ଛାଡ଼ିବେ ନାହିଁ।”

ଏଫିସୀୟ ୪:୨୯
ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ।

ଏଫିସୀୟ ୬:୧୨
ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭେ ସଂଘର୍ଷ କରୁଛୁ।

ଲେବୀୟ ୧୯:୧୮
ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ। ବରଂ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ, ଆମ୍ଭେ ସଦାପ୍ରଭୁ।

ମାଥିଉ ୫:୧୧
“ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ।

ହିତୋପଦେଶ ୧୭:୯
ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତେବେ ସେ ତୁମ୍ଭର ବନ୍ଧୁ ହେବ। ମାତ୍ର ତା’ର ଦୋଷକୁ ଯେବେ ତୁମ୍ଭେ ମନେ ପକାଇବ, ତେବେ ତୁମ୍ଭର ବନ୍ଧୁତ୍ୱ ନଷ୍ଟ ହେବ।

ହିତୋପଦେଶ ୨୨:୧୦
ନିନ୍ଦକକୁ ବାହାର କରି ଦିଅ, ତହିଁରେ ବିବାଦ ଓ ଅପମାନ ବନ୍ଦ ହେବ।

ହିତୋପଦେଶ ୨୪:୧୬
ଧାର୍ମିକମାନେ ସାତଥର ପଡ଼ିଲେ ହେଁ ପୁନର୍ବାର ଉଠନ୍ତି। ମାତ୍ର ଦୁଷ୍ଟମାନେ ବିପଦରେ ପରାସ୍ତ ହୁଅନ୍ତି।

ଗୀତସଂହିତା ୧୩୮:୭
ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ। ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।

ରୋମୀୟ ୨:୧
ପରମେଶ୍ୱର ବିଗ୍ଭର କରନ୍ତୁ ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭେମାନେ ଅନ୍ୟ ଲୋକଙ୍କର ନ୍ୟାୟବିଗ୍ଭର କରି ପାରିବ ତା’ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭେମାନେ ନିଜେ ମଧ୍ୟ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ୟାୟ ବିଗ୍ଭର କରୁଛ, ହେଲେ ତୁମ୍ଭେ ମଧ୍ୟ ସେମାନଙ୍କ ପରି ମନ୍ଦ କାମ କରୁଛ। ଅତଏବ ଯେତେବେଳେ ତୁମ୍ଭେ ସେମାନଙ୍କର ନ୍ୟାୟବିଗ୍ଭର କରୁଛ, ସେତେବେଳେ ପ୍ରକୃତରେ ନିଜକୁ ଅପରାଧୀ ବୋଲି ନ୍ୟାୟବିଗ୍ଭର କରୁଛ।

ରୋମୀୟ ୧୨:୧୮-୧୯
[୧୮] ଲୋକଙ୍କ ସହିତ ଶାନ୍ତିରେ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କର।[୧୯] ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି, “ଦଣ୍ତ ଦେବା ମୋର କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।”

ରୋମୀୟ ୧୨:୨୦-୨୧
[୨୦] କିନ୍ତୁ ତୁମ୍ଭେମାନେ ଏପରି କରିବା ଉଚିତ୍: “ଯଦି ତୁମ୍ଭର ଶତ୍ରୁ ଭୋକରେ ଅଛି, ତାହାକୁ ଖାଇବାକୁ ଦିଅ, ଯଦି ତୁମ୍ଭ ଶତ୍ରୁ ତୃଷିତ ଅଛି, ତାହାକୁ ପିଇବାକୁ ଦିଅ। ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରି ପାରିବ।”[୨୧] ମନ୍ଦ ଦ୍ୱାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।

ଲୂକ ୬:୨୭-୨୮
[୨୭] ତୁମ୍ଭର ଶତ୍ରୁକୁ ପ୍ରେମ କର “ତୁମ୍ଭେମାନେ ଯେଉଁମାନେ ମୋ’ କଥା ଶୁଣୁଛ, ମୁଁ ସେହିମାନଙ୍କୁ କହୁଛି, ନିଜ ଶତ୍ରୁକୁ ପ୍ରେମ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସେମାନଙ୍କର ମଙ୍ଗଳ କର।[୨୮] ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର।

ମାଥିଉ ୫:୪୪-୪୫
[୪୪] କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର।[୪୫] ତା’ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।

ଯିଶାଇୟ ୪୧:୧୧-୧୩
[୧୧] ଦେଖ, କେତେକ ବ୍ୟକ୍ତି ତୁମ୍ଭ ଉପରେ କ୍ରୋଧ ହୋଇଛନ୍ତି। ମାତ୍ର ସେମାନେ ଲଜ୍ଜିତ ଓ ଅପମାନିତ ହେବେ। ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ସେମାନେ ତୁଚ୍ଛ ବସ୍ତୁଭଳି ବିନଷ୍ଟ ହେବେ।[୧୨] ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ତୁମ୍ଭେ ସେମାନଙ୍କର ଅନ୍ୱେଷଣ କରିବ। ମାତ୍ର ସେମାନଙ୍କର ସନ୍ଧାନ ପାଇବ ନାହିଁ। ଯେଉଁମାନେ ତୁମ୍ଭ ସହିତ ଯୁଦ୍ଧ କରନ୍ତି ସେମାନେ ଅବସ୍ତୁ ତୁଲ୍ୟ ତୁଚ୍ଛ ହେବେ।[୧୩] କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭର ଦକ୍ଷିଣ ହସ୍ତ ଧରି କହିବା ‘ଭୟ କର ନାହିଁ। ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା।’

ମାଥିଉ ୫:୩୮-୪୧
[୩୮] ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’[୩୯] କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ।[୪୦] ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ।[୪୧] ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ।

ଗୀତସଂହିତା ୩୪:୧୨-୧୮
[୧୨] ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।[୧୩] ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।[୧୪] ମନ୍ଦକାର୍ଯ୍ୟ କରିବା ବନ୍ଦ କର। କେବଳ ଉତ୍ତମ କାର୍ଯ୍ୟ କର। ଶାନ୍ତି ପାଇଁ କାର୍ଯ୍ୟ କର। ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।[୧୫] ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି। ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।[୧୬] କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି। ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।[୧୭] ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ। ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।[୧୮] ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି। ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି। ସେ ସେମାନଙ୍କୁ ଉଦ୍ଧାର କରନ୍ତି।

Odia Bible ERV 2010
Easy-to-Read Version Copyright © 2010 World Bible Translation Center