A A A A A

ଖରାପ ବର୍ଣ୍ଣ: [କ୍ରୋଧ]


ଏଫିସୀୟ ୪:୨୬-୩୧
[୨୬] ଯେତେବେଳେ ତୁମ୍ଭର କ୍ରୋଧ ହୁଏ, ସେତେବେଳେ ଅତି କ୍ରୋଧୀ ହୋଇ ପାପ କର ନାହିଁ।[୨୭] ଦିନସାରା କ୍ରୋଧ କର ନାହିଁ। ତୁମ୍ଭକୁ ପରାସ୍ତ କରିବା ନିମନ୍ତେ ଶୟତାନକୁ ସୁଯୋଗ ଦିଅ ନାହିଁ।[୨୮] ଗ୍ଭେର ଗ୍ଭେରି କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମରେ ଲଗାଉ। ତା’ହେଲେ ସେ ଗରିବ ଲୋକମାନଙ୍କୁ କିଛି ସାହାଯ୍ୟ କରି ପାରିବ।[୨୯] ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ।[୩୦] ପବିତ୍ରଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ୱରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ୍ ସମୟ ଉପସ୍ଥିତ ହେଲେ ପରମେଶ୍ୱର ତୁମ୍ଭକୁ ସ୍ୱାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦେଇଅଛନ୍ତି।[୩୧] କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ।

ଯାକୁବ ୧:୧୯-୨୦
[୧୯] ଶୁଣିବା ଓ ପାଳନ କରିବା ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ।[୨୦] କାରଣ ଜଣେ ମଣିଷର କ୍ରୋଧ ତାହାକୁ ପରମେଶ୍ୱରଙ୍କ ଇଚ୍ଛାନୁମୋଦିତ ଧାର୍ମିକ ଜୀବନ କାଟିବାକୁ ସାହାଯ୍ୟ କରେ ନାହିଁ।

ହିତୋପଦେଶ ୨୯:୧୧
ମୂର୍ଖ ଆପଣାର ସବୁ କ୍ରୋଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।

ଉପଦେଶକ ୭:୯
ଶୀଘ୍ର କ୍ରୋଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ବାସ କରେ।

ହିତୋପଦେଶ ୧୫:୧
କୋମଳ ପୂର୍ଣ୍ଣ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁବାକ୍ୟ କୋପ ଜନ୍ମାଏ।

ହିତୋପଦେଶ ୧୫:୧୮
କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ଧୈର୍ଯ୍ୟ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।

କଲସୀୟ ୩:୮
କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ: କ୍ରୋଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ଯ୍ୟ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା।

ଯାକୁବ ୪:୧-୨
[୧] ପରମେଶ୍ୱରଙ୍କଠାରେ ସମର୍ପିତ ହୁଅ ତୁମ୍ଭେ କ’ଣ ଜାଣିଛ କି ତୁମ୍ଭମାନଙ୍କ ଭିତରେ ଝଗଡ଼ା ଓ ଯୁକ୍ତିତର୍କ କାହିଁକି ହୁଏ? ତୁମ୍ଭର ଝଗଡ଼ା ଓ ଯୁକ୍ତିତର୍କ ସ୍ୱାର୍ଥପର ଇଚ୍ଛାରୁ ଆସେ ଓ ତୁମ୍ଭ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ?[୨] ତୁମ୍ଭେମାନେ ଅନେକ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ସେମାନଙ୍କୁ ହତ୍ୟା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେହେତୁ ତୁମ୍ଭେ ପରମେଶ୍ୱରଙ୍କୁ ତୁମ୍ଭର ଦରକାରୀ ବିଷୟ ଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭେମାନେ ସେଗୁଡ଼ିକ ପାଇ ନ ଥାଅ।

ହିତୋପଦେଶ ୧୬:୩୨
ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପରେ କର୍ତ୍ତୃତ୍ୱ କରେ, ସେ ନଗର ବିଜୟୀଠାରୁ ଭଲ।

ହିତୋପଦେଶ ୨୨:୨୪
— 2 — ରାଗୀ ଲୋକ ସଙ୍ଗରେ ମିତ୍ରତା କର ନାହିଁ। ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ।

ମାଥିଉ ୫:୨୨
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।

ଗୀତସଂହିତା ୩୭:୮-୯
[୮] କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର। ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।[୯] କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି, ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ। ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।

ଗୀତସଂହିତା ୭:୧୧
ପରମେଶ୍ୱର ହେଉଛନ୍ତି ଧର୍ମମୟ ବିଗ୍ଭରକର୍ତ୍ତା। ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ଯ୍ୟ ପାଇଁ କ୍ରୋଧ କରନ୍ତି।

ଦ୍ଵିତୀୟ ରାଜାବଳୀ ୧୧:୯-୧୦
[୯] ଯିହୋୟାଦା ଯାଜକ ଯାହାସବୁ ଆଦେଶ କଲେ, ଅଧ୍ୟକ୍ଷମାନେ ତଦନୁସାରେ ପାଳନ କଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ତାଙ୍କର ପୁରୁଷମାନଙ୍କୁ ଆଣିଲେ, ଉଭୟ ଯେଉଁମାନେ ବିଶ୍ରାମ ଦିନରେ କାର୍ଯ୍ୟକୁ ଯାଉଥିଲେ ଓ ଯେଉଁମାନେ କାର୍ଯ୍ୟକୁ ଯାଉ ନ ଥିଲେ, ଏହି ଲୋକମାନେ ଯିହୋୟାଦା ଯାଜକ ନିକଟକୁ ଗଲେ।[୧୦] ଦାଉଦ ରାଜା ଯେଉଁସବୁ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ମନ୍ଦିରରେ ରଖିଥିଲେ, ଯାଜକ ସେସବୁ କାଢ଼ି ସେମାନଙ୍କୁ ଦେଇ ଦେଲେ।

ଦ୍ଵିତୀୟ ରାଜାବଳୀ 17:18
ଏଣୁ ସଦାପ୍ରଭୁ ଇସ୍ରାଏଲ ଉପରେ ଅତ୍ୟନ୍ତ କ୍ରୋଧ ହେଲେ ଓ ସେମାନଙ୍କୁ ନିଜ ଦୃଷ୍ଟିରୁ ଦୂରେଇ ଦେଲେ। କେବଳ ଯିହୁଦାର ଗୋଷ୍ଠୀ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ।

ହିତୋପଦେଶ 14:29
ଯେ କ୍ରୋଧରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ଯିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।

Odia Bible ERV 2010
Easy-to-Read Version Copyright © 2010 World Bible Translation Center