A A A A A

ଦୂତ ଏବଂ ଭୂତମାନେ |: [ରାକ୍ଷୀ ଦୂତଗଣ |]


୧ କରିନ୍ଥୀୟ ୪:୯
କିନ୍ତୁ ମୋର ମନେ ହୁଏ ଯେ, ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମ୍ଭେମାନେ ଯେପରି ଏକ ନାଟକ କରୁଛୁ।

୧ ଯୋହନ ୪:୧
ଭଣ୍ଡ ଶିକ୍ଷକଙ୍କ ପ୍ରତି ସାବଧାନ ପ୍ରିୟ ବନ୍ଧୁମାନେ, ଏ ଜଗତର ଗ୍ଭରିଆଡ଼େ ବହୁତ ଭଣ୍ଡ ଭାବବାଦୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ବରଂ ସେମାନେ ପରମେଶ୍ୱରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।

ପ୍ରେରିତ ୮:୨୬
ଫିଲି‌ପ୍‌ପଙ୍କର ଇଥିଓପିଆରୁ ଆସିଥିବା ଲୋକଙ୍କୁ ଶିକ୍ଷା ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲି‌ପ୍‌ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗ‌ଜ୍‌‌ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”

ପ୍ରେରିତ ୧୨:୧୫
ବିଶ୍ୱାସୀମାନେ ରୋଦାର କଥା ଶୁଣି ତାହାକୁ କହିଲେ, “ତୁ ପାଗଳୀ,” କିନ୍ତୁ ସେ ତା’ କଥା ସତ୍ୟ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସେମାନେ କହିଲେ, “ସେ ନିଶ୍ଚୟ ପିତରଙ୍କର ଦୂତ।”

କଲସୀୟ ୨:୧୮
କେତେକ ଲୋକ, ନିଜକୁ ନମ୍ର ବୋଲି ଦେଖାନ୍ତି ଓ ସ୍ୱର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ଦେଖିଥିବା ଦର୍ଶନ ବିଷୟରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, “ତୁମ୍ଭେମାନେ ଦର୍ଶନ କରୁ ନାହଁ, ସ୍ୱର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍।” ଏହି ଲୋକ ପ୍ରକୃତରେ କେବଳ ମନୁଷ୍ୟମାନଙ୍କ ବିଗ୍ଭରରେ ବୁଡ଼ି ରହିଥିବାରୁ ଓ ପରମେଶ୍ୱରଙ୍କ କଥା ବିଗ୍ଭର ନ କରୁଥିବାରୁ ବୃଥାରେ ଗର୍ବ କରନ୍ତି।

ଦାନିୟେଲ ୯:୨୧
ଯେତେବେଳେ ମୁଁ ପ୍ରାର୍ଥନା କରୁଥିଲି, ମୋର ପ୍ରଥମ ଦର୍ଶନରେ ଗାବ୍ରିଏଲ ଯାହାକୁ ମୁଁ ମୋ’ ନିକଟକୁ ଉଡ଼ିକି ଆସିବାର ଦେଖିଲି। ସେ ସନ୍ଧ୍ୟାବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମୋତେ ସ୍ପର୍ଶ କଲେ।

ହୋଶେୟ ୧୦:୧୩
କିନ୍ତୁ ତୁମ୍ଭେମାନେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭେମାନେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ୟାର ଫଳ ତୁମ୍ଭେ ଭକ୍ଷ୍ୟଣ କଲ। କାରଣ ତୁମ୍ଭେମାନେ ତୁମ୍ଭ ଶକ୍ତି ଓ ସୈନ୍ୟବାହିନୀ ଉପରେ ବିଶ୍ୱାସ ରଖିଛ।

ହୋଶେୟ 12:1
ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଇଫ୍ରୟିମ ପବନ ଏକତ୍ର କରୁଛନ୍ତି। ଇସ୍ରାଏଲ ଦିନସାରା “ପବନକୁ ଅନୁସରଣ” କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ୟା କୁହନ୍ତି। ଅଧିକ ଗ୍ଭେରି କରନ୍ତି। ସେମାନେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସେମାନେ ମିଶରକୁ ଅଲିଭ ତେଲ ଆଣୁଛନ୍ତି।

ଏବ୍ରୀ ୧:୧୪
ସମସ୍ତ ସ୍ୱର୍ଗଦୂତ ଆତ୍ମା ଅଟନ୍ତି। ସେମାନେ ପରମେଶ୍ୱରଙ୍କ ସେବା କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତି।

ଏବ୍ରୀ ୧୩:୨
ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି।

ଯିହୂଦା ୧:୬-୯
[୬] ତୁମ୍ଭେ ସେହି ସ୍ୱର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସେମାନେ ତାହାକୁ ରଖିପାରିଲେ ନାହିଁ। ସେମାନେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସେମାନଙ୍କୁ ଅନ୍ଧକାରରେ ରଖିଛନ୍ତି। ସେମାନେ ଅନନ୍ତକାଳୀନ ବନ୍ଧନରେ ବନ୍ଧା ହୋଇଛନ୍ତି। ସେ ସେମାନଙ୍କୁ ମହାବିଗ୍ଭର ଦିନ ପର୍ଯ୍ୟନ୍ତ ରଖିଛନ୍ତି।[୭] ସଦୋମ, ଗମୋରା ଓ ତା’ ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସେମାନେ ଠିକ୍ ସେହି ସ୍ୱର୍ଗଦୂତମାନଙ୍କ ପରି। ସେହି ନଗରଗୁଡ଼ିକ ବ୍ୟଭିଗ୍ଭର ପାପ ଓ ଅସ୍ୱାଭାବିକ କାମୁକତାରେ ପରିପୂର୍ଣ୍ଣ ଥିଲା। ସେମାନେ ଅନନ୍ତ ଅଗ୍ନି ଦଣ୍ଡରେ ଦଣ୍ଡିତ ହେଲେ। ସେମାନଙ୍କର ଦଣ୍ଡ ଆମ୍ଭମାନଙ୍କ ଆଗରେ ଗୋଟିଏ ଉଦାହରଣ ସ୍ୱରୂପ ରହିଛି।[୮] ତୁମ୍ଭମାନଙ୍କ ଦଳରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସେମାନେ ସ୍ୱପ୍ନ ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ସେମାନେ ନିଜ ଶରୀରକୁ ପାପ କାର୍ଯ୍ୟରେ ଦୂଷିତ କରନ୍ତି। ସେମାନେ ପରମେଶ୍ୱରଙ୍କର କର୍ତ୍ତୃତ୍ୱକୁ ଅସ୍ୱୀକାର କରନ୍ତି ଓ ଗୌରବମୟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ବହୁତ ମନ୍ଦ କଥା କହନ୍ତି।[୯] ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲ ମଧ୍ୟ ଏହା କରି ନ ଥିଲେ। ସେ ମୋଶାଙ୍କ ଶରୀର ନେବା ବିଷୟରେ ଶୟତାନ ସହିତ ଯୁକ୍ତି କରିଥିଲେ। କିନ୍ତୁ ମୀଖାୟେଲ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, “ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”

ଲୂକ ୧୬:୨୨
“ପରେ ଲାଜାର ମରିଗଲା। ସ୍ୱର୍ଗଦୂତମାନେ ତାହାକୁ ନେଇଯାଇ ଅବ୍ରହାମଙ୍କ କୋଳରେ ରଖିଲେ। ଧନୀ ଲୋକ ଜଣକ ମଧ୍ୟ ମରିଗଲା ଓ ତାହାକୁ କବର ଦିଆଗଲା।

ମାଥିଉ ୧୮:୧୦
ଯୀଶୁ ହଜିଥିବା ମେଣ୍ଢାର ଦୃଷ୍ଟାନ୍ତ କହିଲେ “ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି।

ଗୀତସଂହିତା ୩୪:୭
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି, ସେ ସେମାନଙ୍କୁ ଉଦ୍ଧାର କରନ୍ତି।

ଗୀତସଂହିତା ୯୧:୧୧
ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ। ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।

ଗୀତସଂହିତା ୧୦୩:୨୦
ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ୟ ଯେଉଁମାନେ ପରମେଶ୍ୱରଙ୍କର ଆଦେଶ ମାନନ୍ତି ଓ ସେ ଯାହା କହନ୍ତି, ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି।

ପ୍ରକାଶିତ ବାକ୍ୟ ୫:୧୧
ତା’ପରେ ମୁଁ ଦେଖିଲି ଓ ଅନେକ ସ୍ୱର୍ଗଦୂତଙ୍କର ସ୍ୱର ଶୁଣିଲି। ସ୍ୱର୍ଗଦୂତମାନେ ସିଂହାସନ, ଜୀବିତ ପ୍ରାଣୀ ଓ ପ୍ରାଚୀନମାନଙ୍କ ଗ୍ଭରିପାଖରେ ଥିଲେ। ମୁଁ ହଜାର ହଜାର ସ୍ୱର୍ଗଦୂତଙ୍କୁ ଦେଖିଲି। ସେଠାରେ 10,000ର 10,000 ଗୁଣ ସ୍ୱର୍ଗଦୂତ ଥିଲେ।

ପ୍ରକାଶିତ ବାକ୍ୟ ୧୯:୧୦
ତା’ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟ‌‌ଦ୍‌‌‌‌ବାଣୀର ମୂଳ ଆତ୍ମା ସ୍ୱରୂପ।’’

ଯିଖରୀୟ ୫:୯
ତା’ପରେ ମୁଁ ଊର୍ଦ୍ଧ୍ୱକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ ଦେଖିଲି। ସେମାନେ ଉଡ଼ି ଆସିଲେ ଏବଂ ସେମାନଙ୍କ ପକ୍ଷରେ ପବନ ଥିଲା। ସେମାନେ ସେ ମାପିବାର ଟୋକେଇକୁ ଉଠାଇଲେ ପୃଥିବୀ ଓ ସ୍ୱର୍ଗ ମଧ୍ୟରେ ବୋହି ନେଲେ।

Odia Bible ERV 2010
Easy-to-Read Version Copyright © 2010 World Bible Translation Center