ମାଥିଉ ୧୨:୨୪ |
ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, “ଯୀଶୁ ଭୂତମାନଙ୍କ ଶାସକ ବାଆଲ୍ଜିବୂଲ୍ ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାନ୍ତି।” |
|
ମାର୍କ ୩:୨୨ |
ଯିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, “ଯୀଶୁଙ୍କ ଦେହରେ ବାଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁଁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛନ୍ତି।” |
|
ମାଥିଉ ୧୦:୨୫ |
ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆଲ୍ଜିବୂଲ୍’ କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ। |
|
ମାଥିଉ ୧୨:୨୭ |
ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆଲ୍ଜିବୂଲ୍ର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛି, ତେବେ ତୁମ୍ଭର ଶିଷ୍ୟମାନେ କାହା ସାହାଯ୍ୟରେ ତାହାଙ୍କୁ ତଡ଼ୁଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ୟମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ୍ କହୁଛ। |
|
ଲୂକ ୧୧:୧୫-୧୯ |
[୧୫] କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଯୀଶୁ ଭୂତପତି ବାଆଲ୍ଜିବୂଲ୍ର ଶକ୍ତି ଦ୍ୱାରା ଭୂତ ଛଡ଼ାଉଛନ୍ତି, ଭୂତମାନଙ୍କୁ ତଡ଼ି ଦେବାକୁ ବ୍ୟବହାର କରୁଛନ୍ତି।[୧୬] ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ।[୧୭] କିନ୍ତୁ ଯୀଶୁ ସେହି ଲୋକମାନଙ୍କ ଭାବନା ଜାଣି ପାରିଲେ। ସେ କହିଲେ, “ଗୋଟିଏ ରାଜ୍ୟ ଭାଗଭାଗ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କଲେ ଶେଷରେ ଧ୍ୱଂସ ହୋଇଯିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧରେ ଲଢ଼େଇ କଲେ ସେ ପରିବାର ମଧ୍ୟ ଭାଙ୍ଗିଯିବ।[୧୮] ତେଣୁ ଯଦି ଶୟତାନ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ କିଭଳି ତା ରାଜ୍ୟ ତିଷ୍ଠି ରହି ପାରିବ? ମୁଁ ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭେମାନେ କହୁଛ।[୧୯] କିନ୍ତୁ ମୁଁ ଯଦି ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ। |
|
ଦ୍ଵିତୀୟ ରାଜାବଳୀ ୧:୧-୩ |
[୧] ଅହସିୟଙ୍କ ପାଇଁ ଏକବାର୍ତ୍ତା ଅନନ୍ତର ଆହାବଙ୍କ ମୃତ୍ୟୁପରେ ମୋୟାବ ଇସ୍ରାଏଲ ବିରୁଦ୍ଧରେ ବିଦ୍ରୋହାଚରଣ କଲେ।[୨] ଏକଦା ଅହସିୟ ତାଙ୍କର ଶମରିୟାସ୍ଥିତ ଗୃହର ଛାତ ଉପରୁ ଝରକା ଦେଇ ପଡ଼ି ଆହତ ହେଲେ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, “ଯାଅ, ମୁଁ ଏହି ଆଘାତରୁ ଆରୋଗ୍ୟ ଲାଭ କରିବି କି ନାହିଁ, ଏହା ଇକ୍ରୋଣର ଯାଜକ ବାଲ୍-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।”[୩] ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍ବୀୟ ଏଲିୟଙ୍କୁ କହିଲେ, “ଯାଅ, ଶମରିୟା ରାଜାଙ୍କର ଦୂତମାନଙ୍କୁ ଭେଟ ଓ ସେମାନଙ୍କୁ କୁହ, ‘ଇସ୍ରାଏଲରେ କ’ଣ ଇସ୍ରାଏଲର ପରମେଶ୍ୱର ନାହାନ୍ତି ଯେ, ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପରାମର୍ଶ କରିବାକୁ ଯାଉଛ? |
|
ଲୂକ ୧୧:୧୮ |
ତେଣୁ ଯଦି ଶୟତାନ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ କିଭଳି ତା ରାଜ୍ୟ ତିଷ୍ଠି ରହି ପାରିବ? ମୁଁ ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭେମାନେ କହୁଛ। |
|
ମାର୍କ ୩:୨୦-୩୦ |
[୨୦] ଯୀଶୁଙ୍କ ଦେହରେ ଦୁଷ୍ଟାତ୍ମା ରହିଛି ବୋଲି କେତେକ କହିଲେ ତା’ପରେ ଯୀଶୁ ଘରକୁ ଫେରିଗଲେ। ସେଠାରେ ମଧ୍ୟ ଅନେକ ଲୋକ ଜମା ହୋଇଗଲେ। ସେଠାରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଖାଇ ମଧ୍ୟ ପାରିଲେ ନାହିଁ।[୨୧] ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସେମାନେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।[୨୨] ଯିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, “ଯୀଶୁଙ୍କ ଦେହରେ ବାଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁଁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛନ୍ତି।”[୨୩] ତେଣୁ ଯୀଶୁ ସେମାନଙ୍କୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ବୁଝାଇଲେ, “ଶୟତାନ କିପରି ଶୟତାନକୁ ତଡ଼ି ଦେଇ ପାରିବ?”[୨୪] ଯଦି କୌଣସି ରାଜ୍ୟ ନିଜ ଭିତରେ ଯୁଦ୍ଧ କରେ ତେବେ ତାହା ଆଉ ତିଷ୍ଠି ରହି ପାରିବ ନାହିଁ।[୨୫] ଯଦି କୌଣସି ପରିବାର ନିଜ ଭିତରେ ଭାଗ ଭାଗ ହୋଇ ଯାଏ, ତେବେ ସେ ପରିବାର ତିଷ୍ଠି ରହି ପାରିବ ନାହିଁ।[୨୬] ସେହିଭଳି ଯଦି ଜଣେ ଶୟତାନ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ ସେ ମଧ୍ୟ ତିଷ୍ଠି ରହି ପାରିବ ନାହିଁ ବରଂ ତାହାର ଅନ୍ତ ହୋଇଯିବ।[୨୭] “ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘରେ ପଶି ତା’ର ସମ୍ପତ୍ତି ଲୁଟି ନେବାକୁ ଗ୍ଭହିଁବ, ତେବେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା’ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନେଇ ଯାଇପାରିବ।[୨୮] “ମୁଁ ତୁମ୍ଭକୁ ସତ୍ୟ କହୁଛି, ଲୋକେ ଯେଉଁସବୁ ପାପ କରୁଛନ୍ତି, ସେଗୁଡ଼ିକୁ କ୍ଷମା କରି ଦିଆ ଯାଇ ପାରିବ। ଲୋକେ ପରମେଶ୍ୱରଙ୍କ ବିରୁଦ୍ଧରେ ଯେତେସବୁ ଖରାପ କଥା କହୁଛନ୍ତି, ସେସବୁକୁ ମଧ୍ୟ କ୍ଷମା କରି ଦିଆଯାଇ ପାରିବ।[୨୯] କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ଯେଉଁ ଲୋକ କିଛି କହିବ, ତାହାକୁ କେବେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସେହି ପାପର ଦୋଷୀ ହେବ।”[୩୦] ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠାରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ। |
|
ଦ୍ଵିତୀୟ ରାଜାବଳୀ ୧:୧୬ |
ତହୁଁ ଏଲିୟ ରାଜାଙ୍କୁ କହିଲେ, “ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତୁମ୍ଭେ ଇକ୍ରୋଣ ଦେବତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କାହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ଯ୍ୟ ଯୋଗୁଁ ତୁମ୍ଭେ ଶଯ୍ୟାରୁ ଆଉ ଉଠିବ ନାହିଁ, ସେହିଠାରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ୟଗୁଡ଼ିକ କହିଲେ।” |
|
ଆଦି ୧:୧ |
ପୃଥିବୀର ଆରମ୍ଭ ଆରମ୍ଭରେ ପରମେଶ୍ୱର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ। |
|
ମାଥିଉ ୯:୩୪ |
କିନ୍ତୁ ଫାରୂଶୀମାନେ କହିଲେ, “ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାଯ୍ୟରେ ଅନ୍ୟ ଭୂତଙ୍କୁ ତଡ଼ି ଦେଉଛନ୍ତି।” |
|
ପ୍ରକାଶିତ ବାକ୍ୟ 21:20 |
ପଞ୍ଚମରେ ପୁଲକମଣି, ଷଷ୍ଠ ମାଣିକ୍ୟମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମରେ ଫିରୋଜମଣି, ନବମରେ ଗୋମେଦକମଣି, ଦଶମରେ ଲଶୁନୀୟମଣି, ଏକାଦଶରେ ଇନ୍ଦ୍ରନୀଳମଣି, ଓ ଦ୍ୱାଦଶରେ ସୁଗନ୍ଧମଣି ଖଚିତ ଥିଲା। |
|
ଆୟୁବ ୨:୧୧ |
ଆୟୁବର ତିନିବନ୍ଧୁ ତା’ ନିକଟକୁ ଦେଖା କରିବାକୁ ଆସିଲେ ଆୟୁବର ତିନି ଜଣ ବନ୍ଧୁ ଥିଲେ। ସେମାନେ ହେଲେ ତୈମନୀୟ ଇଲୀଫସ୍, ଶୂହୀୟ ବିଲ୍ଦଦ୍ ଓ ନାମାଥୀୟ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସେହି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରିତ ହେଲେ। ସେମାନେ ତା’ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ୱନା ତଥା ସମବେଦନା ଜଣାଇବାକୁ ମନସ୍ଥ କଲେ। |
|
ଦ୍ଵିତୀୟ ରାଜାବଳୀ ୧:୬ |
ତହୁଁ ବାର୍ତ୍ତାବହମାନେ ଅହସିୟଙ୍କୁ କହିଲେ, “ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫେରିଯାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, ‘ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତେବେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶଯ୍ୟାରୁ ଉଠିବ ନାହିଁ, ସେହିଠାରେ ମରିବ।’” |
|
ଯୋହନ ୧:୧ |
ଯୀଶୁଙ୍କର ଜଗତରେ ଆବିର୍ଭାବ ଜଗତ ଆରମ୍ଭର ପୂର୍ବରୁ ବାକ୍ୟ ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। |
|
ଲୂକ ୧୧:୧୯ |
କିନ୍ତୁ ମୁଁ ଯଦି ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ। |
|
ଯାତ୍ରା ୬:୨୩ |
ହାରୋଣ ଇଲୀଶେବାକୁ ବିବାହ କଲେ। ଇଲୀଶେବା ଥିଲେ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିୟାସର ଓ ଈଥାମରକୁ ପ୍ରସବ କଲା। |
|
ଲୂକ ୩:୧ |
ବାପ୍ତିଜକ ଯୋହନଙ୍କ ପ୍ରଗ୍ଭର ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା। ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ, ଗାଲିଲୀର ଶାସକ ହେରୋଦ, ଇତୂରିୟା ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲିପ୍ପ ଓ ଅବିଲୀନୀର ଶାସକ ଲୂସାନିୟା, ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ। |
|
ଆଦି ୧୦:୧୦ |
ଶିନିୟର ଦେଶରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା। |
|
ଆଦି ୧୪:୧ |
ଲୋଟ ବନ୍ଦୀ ହେଲେ ଶିନିୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରିୟୋକ ରାଜା ଥିଲେ। କଦର୍ଲାୟୋମର ଇଲାମର ରାଜା ଥିଲେ ଓ ଗୋୟିମର ତିଦିୟଲର ରାଜା ଥିଲେ। |
|
ଦ୍ଵିତୀୟ ବିବରଣ ୧୪:୫ |
ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମରିଗାଈ। |
|
ରତର ବିବରଣ ୧:୨ |
ସେହି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦୁଇ ପୁତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିୟୋନ। ସେମାନେ ଥିଲେ, ଯିହୁଦାର ବୈଥ୍ଲେହମରୁ ଏଫ୍ରାଥିୟ ଲୋକ। ସେମାନେ ମୋୟାବର ପର୍ବତମୟ ଦେଶକୁ ଗଲେ ଓ ସେଠାରେ ବସବାସ କଲେ। |
|
ନିହିମୀୟା ୧:୧ |
ନିହିମିୟାଙ୍କର ପ୍ରାର୍ଥନା ଏଗୁଡ଼ିକ ନିହିମିୟାଙ୍କର ବାକ୍ୟ ଅଟେ। ନିହିମିୟା ହଖଲିୟର ପୁତ୍ର ଥିଲେ। ବିଂଶତିତମ ବର୍ଷର କିଶ୍ଲେବ୍ ମାସରେ ମୁଁ ଶୂଶନର ରାଜଧାନୀରେ ଥିଲି। |
|
ଏଷ୍ଟର ୧:୧ |
ରାଣୀ ବଷ୍ଟୀ ରାଜାଙ୍କୁ ଅମାନ୍ୟ କଲେ ଅକ୍ଷଶ୍ୱେରଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜତ୍ୱ କଲେ। |
|
ପ୍ରଥମ ରାଜାବଳୀ ୧:୨ |
ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, “ଆମ୍ଭେମାନେ ଆପଣଙ୍କ ସେବା ନିମନ୍ତେ ଏକ ଯୁବତୀ କନ୍ୟା ଖୋଜି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦେବାକୁ ଆପଣଙ୍କ କୋଳରେ ଶୟନ କରିବ।” |
|
ପ୍ରକାଶିତ ବାକ୍ୟ ୧୬:୧୬ |
ସେହି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ କୁହା ଯାଉଥିବା ‘ହର୍ମିଗିଦ୍ଦୋନ୍’ ନାମକ ସ୍ଥାନରେ ଏକାଠି କଲେ। |
|
ଯିଶାଇୟ ୩୪:୧୪ |
ସେଠାରେ ବନ୍ୟପଶୁଗଣ ଗଧିଆମାନଙ୍କ ସହିତ ମିଶି ବାସ କରିବେ। ବନ୍ୟଛାଗ ତା’ର ସାଥୀମାନଙ୍କୁ ଡାକିବ ଓ ନିଶାଚରମାନେ ସେଠାରେ ବାସ କରିବେ ଓ ବିଶ୍ରାମ ସ୍ଥାନ ଲାଭ କରିବେ। |
|
ମାଥିଉ ୨୨:୩୭ |
ଯୀଶୁ କହିଲେ, “ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।’ |
|
ମାର୍କ ୩:୧-୬ |
[୧] ଯୀଶୁ ଜଣେ ଖଞ୍ଜ ଲୋକର ହାତ ସୁସ୍ଥ କଲେ ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସେଠାରେ ଜଣେ ଖଞ୍ଜ ଲୋକ ଥିଲା।[୨] ସେଠାରେ କେତେକ ଲୋକ ଜଗି ରହିଥିଲେ ଯେ, ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସରେ ସୁସ୍ଥ କରିଦେବେ, ତେବେ ସେମାନେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ।[୩] ଯୀଶୁ ସେଠାରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, “ଏଠାରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।”[୪] ତା’ପରେ ଯୀଶୁ ଲୋକମାନଙ୍କୁ ପଗ୍ଭରିଲେ, “ବିଶ୍ରାମ ଦିବସରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣକର ଜୀବନ ରକ୍ଷା କରିବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍?” କିନ୍ତୁ ସେମାନେ ନୀରବ ରହିଲେ।[୫] ତା’ପରେ ଯୀଶୁ ଲୋକମାନଙ୍କ ଆଡ଼କୁ ରାଗରେ ଗ୍ଭହିଁଲେ, କିନ୍ତୁ ସେମାନଙ୍କ ହୃଦୟର କଠିନତା ଲକ୍ଷ୍ୟ କରି ବହୁତ ଦୁଃଖୀ ହେଲେ। ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କ ଆଡ଼କୁ ହାତଟି ବଢ଼ାଇ ଦେଲା ଓ[୬] ତା’ ହାତ ଭଲ ହୋଇଗଲା। ତା’ପରେ ଫାରୂଶୀମାନେ ସେଠାରୁ ଗ୍ଭଲି ଗଲେ ଓ ହେରୋଦୀୟମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ। |
|
ମାର୍କ ୧୦:୪୬-୫୨ |
[୪୬] ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ ତା’ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା।[୪୭] ସେ ଶୁଣିଲା ଯେ, ନାଜରିତୀୟ ଯୀଶୁ ସେହି ବାଟ ଦେଇ ଯାଉଛନ୍ତି। ସେ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ: ମୋ’ ଉପରେ କୃପାକର।”[୪୮] ଅନେକ ଲୋକ ତାକୁ ତୁନି ହେବା ପାଇଁ ଧମକ ଦେଲେ। କିନ୍ତୁ ସେହି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ, ମୋ’ ଉପରେ କୃପାକର।”[୪୯] ଯୀଶୁ ଅଟକି ଗଲେ ଓ କହିଲେ, “ତାହାକୁ କୁହ ମୋ’ ପାଖକୁ ଆସୁ।” ଲୋକମାନେ ଅନ୍ଧ ଲୋକଟିକୁ ଡାକି କହିଲେ, “ସାହସ ଧର, ଉଠ। ଯୀଶୁ ତୁମ୍ଭକୁ ଡାକୁଛନ୍ତି।”[୫୦] ଅନ୍ଧ ଲୋକଟି ତତ୍କ୍ଷଣାତ୍ ତା’ର ଗ୍ଭଦରଟି ଫିଙ୍ଗିଦେଲା ଓ ଡେଇଁ ପଡ଼ିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।[୫୧] ଯୀଶୁ ଅନ୍ଧ ଲୋକଟିକୁ ପଗ୍ଭରିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?” ଅନ୍ଧଟି ଉତ୍ତର ଦେଲୋ, “ଗୁରୁ, ମୁଁ ଦେଖିବାକୁ ଗ୍ଭହୁଁଛି।”[୫୨] ଯୀଶୁ କହିଲେ, “ଯାଅ, ତୁମ୍ଭେ ଭଲ ହୋଇଗଲ, କାରଣ ତୁମ୍ଭେ ବିଶ୍ୱାସ କଲ।” ତା’ପରେ ଲୋକଟି ସବୁକିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା। |
|
ଦାନିୟେଲ ୧:୭ |
ପୁଣି ସେହି ନପୁଂସକାଧିପତି ଅସ୍ପନସ୍ ଯିହୁଦାର ଯୁବକମାନଙ୍କୁ ନୂଆ ବାବିଲୀୟ ନାମ ଦେଲେ। ସେ ଦାନିୟେଲଙ୍କୁ ବେଲ୍ଟଶତ୍ସର, ହନାନିୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ ଓ ଅସରିୟଙ୍କୁ ଅବେଦ୍-ନଗୋ ନାମ ଦେଲେ। |
|
ବିଚାରକର୍ତ୍ତା ୪:୬ |
ଦବୋରା ଏକ ଦୂତ ବାରକ ପାଖକୁ ପଠାଇଲେ। ସେ ତାଙ୍କୁ ଭେଟିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋୟମର ପୁତ୍ର ଥିଲେ। ବାରକ ନପ୍ତାଲି ସହରରେ କେଦଶରେ ବାସ କରୁଥିଲେ। ଦବୋରା ବାରକକୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, ‘ନପ୍ତାଲି ପରିବାରବର୍ଗ ଏବଂ ସବୂଲୂନର 10,000 ଲୋକଙ୍କୁ ଏକତ୍ରିତ କର ଓ ସେମାନଙ୍କୁ ତାବୋର ପର୍ବତକୁ ଆଗେଇ ନିଅ। |
|
ଦ୍ଵିତୀୟ ରାଜାବଳୀ ୧୯:୩୭ |
ଏକଦା ସନ୍ହେରୀବ୍ ଆପଣା ନିଷ୍ରୋକ ନାମକ ଦେବତାକୁ ମନ୍ଦିରରେ ପୂଜା କରିବା ବେଳେ ତା’ର ପୁତ୍ର ଅଦ୍ରମ୍ମେଲକ ଓ ଶରେତ୍ସର ତାହାକୁ ଖଡ଼୍ଗରେ ବଧ କଲେ। ତା’ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ଆଉ ତା’ର ପୁତ୍ର ଏସରହଦ୍ଦୋନ ତାହାର ପଦରେ ରାଜା ହେଲା। |
|
ଯିହିଜିକଲ ୨୩:୪ |
ଜ୍ୟେଷ୍ଠାର ନାମ ଅହଲା ଓ ତା’ର ଭଗିନୀର ନାମ ଅହଲୀବା ଥିଲା। ସେମାନେ ମୋର ପତ୍ନୀ ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ବଡ଼ ଭଉଣୀ ଅହଲା ଶମରିୟା ଅଟେ ଓ ସାନ ଭଉଣୀ ଅହଲୀବା ଯିରୁଶାଲମ ଅଟେ। |
|
ଯିରିମୀୟ ୧:୧ |
ଏହା ହେଉଛି ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ବାକ୍ୟ। ହିଲ୍କିୟଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ୟରୁ ଜଣେ ଯିଏ କି ଅନାଥୋତ୍ ପ୍ରଦେଶର ବିନ୍ୟାମୀନଙ୍କର ଗୋଷ୍ଠୀର ଥିଲେ। |
|
ଆଦି ୧୦:୨୨ |
ଶେମର ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ୍ ଓ ଅରାମ୍। |
|
ଏଜ୍ରା ୪:୭ |
ଶତ୍ରୁମାନେ ଯିରୁଶାଲମର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି ଏହା ପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଳମ୍, ମିତ୍ରଦାତ୍, ଟାବେଲ ଓ ତାହାର ଅନ୍ୟ ସାଥୀମାନେ ପାରସ୍ୟର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସେହି ପତ୍ର ଅରାମୀୟ ଅକ୍ଷରରେ ଲେଖା ଯାଇ ତାହା ଅରାମୀୟ ଭାଷାରେ ଅନୁବାଦ କରାଯାଇଥିଲା। |
|
ମାଥିଉ ୧୦:୩ |
ଫିଲିପ୍ପ ଓ ବାର୍ଥଲମି, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ, |
|
ପ୍ରେରିତ ୨:୯ |
ଆମ୍ଭେ ଏଠାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମେସପତାମିଆର ଲୋକମାନେ, |
|
ଲେବୀୟ ୧୧:୫ |
*** |
|
ଉପଦେଶକ ୧:୧ |
ଏହି ବାକ୍ୟଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ଯିରୁଶାଲମର ରାଜା ଦାଉଦଙ୍କର ପୁତ୍ର। |
|
ଯାତ୍ରା ୩୦:୩୪ |
ଧୂପ ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାବରେ ସଂଗ୍ରହ କର। |
|
ଆୟୁବ ୯:୯ |
“ପରମେଶ୍ୱର ନକ୍ଷତ୍ରପୁଞ୍ଜ, ତାରାଗଣ ଓ ସପ୍ତର୍ଷିମଣ୍ଡଳ ନିର୍ମାଣ କରିଛନ୍ତି। ସେ ଗ୍ରହ ନିର୍ମାଣ କରିଛନ୍ତି, ଯାହା ଦକ୍ଷିଣ ଆକାଶକୁ ପାରକରେ। |
|
ପ୍ରେରିତ ୬:୫ |
ସେହି ଦଳର ସମସ୍ତେ ଏହି ଚିନ୍ତାଧାରାକୁ ପସନ୍ଦ କଲେ। ସେମାନେ ନିଜ ମଧ୍ୟରୁ ସ୍ତିଫାନ, ଯେ କି ପବିତ୍ରଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ନୀକଲାୟଙ୍କୁ (ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହୋଇଥିଲେ)। |
|
ପ୍ରକାଶିତ ବାକ୍ୟ ୧:୧୧ |
ସେହି ସ୍ୱର ମୋତେ କହିଲା, “ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତୋଟି ମଣ୍ଡଳୀ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା ସାର୍ଦ୍ଦୀ, ଫିଲାଦେଲ୍ଫିଆ ଓ ଲାଅଦିକୀଆକୁ ପଠାଅ।’’ |
|
ପ୍ରଥମ ରାଜାବଳୀ ୮:୧୩ |
ଚିରଦିନ ପାଇଁ ବାସ କରିବାକୁ ତୁମ୍ଭ ପାଇଁ ମୁଁ ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ନିର୍ମାଣ କରିଅଛି।” |
|
ମାର୍କ ୩:୨୩ |
ତେଣୁ ଯୀଶୁ ସେମାନଙ୍କୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ବୁଝାଇଲେ, “ଶୟତାନ କିପରି ଶୟତାନକୁ ତଡ଼ି ଦେଇ ପାରିବ?” |
|
ଯିହୋଶୂୟ ୨୪:୧୫ |
“ଯଦି ସଦାପ୍ରଭୁଙ୍କ ସେବା ତୁମ୍ଭ ଦୃଷ୍ଟିରେ ମନ୍ଦ ଦିଶେ। ତେବେ ତୁମ୍ଭେମାନେ କାହାର ସେବା କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ତୁମ୍ଭେ କାହାର ସେବା କରିବ। ତୁମ୍ଭେ କ’ଣ ତୁମ୍ଭ ପୂର୍ବପୁରୁଷଗଣର ଇଉଫ୍ରେଟିସ୍ ନଦୀ ସେପାରୀରେ ଥିବା ଦେବତାଗଣଙ୍କୁ ପୂଜା କରିବ? କିମ୍ବା ସେହି ଦେଶରେ ବାସ କରିଥିବା ଇମୋରୀୟମାନଙ୍କର ଦେବତାଙ୍କୁ ପୂଜା କରିବ? ତୁମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁଁ ଓ ମୋର ପରିବାରବର୍ଗ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବୁ!” |
|
Odia Bible ERV 2010 |
Easy-to-Read Version Copyright © 2010 World Bible Translation Center |