A A A A A

ଅତିରିକ୍ତ: [ପ୍ରଚୁରତା]


୧ ତୀମଥି ୫:୮
ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନେବା ଜଣେ ଲୋକର କର୍ତ୍ତବ୍ୟ ଅଟେ। ଏପରିକି ଆଉ ମଧ୍ୟ ସେ ନିଜ ପରିବାରର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଲୋକ ସେହିପରି କରୁ ନାହିଁ, ତା’ହେଲେ ସେ ଲୋକ ସତ୍ୟ ବିଶ୍ୱାସକୁ ଅନୁସରଣ କରୁ ନାହିଁ। ସେହି ଲୋକ ଜଣେ ଅବିଶ୍ୱାସୀଠାରୁ ମଧ୍ୟ ଖରାପ।

୨ କରିନ୍ଥୀୟ 9:8
ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ।

ଦ୍ଵିତୀୟ ବିବରଣ ୨୯:୧୨
ତୁମ୍ଭେମାନେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଚୁକ୍ତି କରିବା ପାଇଁ ଏଠାରେ ଛିଡ଼ା ହୋଇଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚୁକ୍ତି କରୁଛନ୍ତି।

ଏଫିସୀୟ 3:20
ଆମ୍ଭ ଭିତରେ ପରମେଶ୍ୱରଙ୍କ ଯେଉଁ ଶକ୍ତି କାର୍ଯ୍ୟ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ଯଥେଷ୍ଟ ଅଧିକ ଏବଂ ପରମେଶ୍ୱର ତାହାଠାରୁ ଅଧିକ ଶକ୍ତିର କାର୍ଯ୍ୟ କରି ପାରନ୍ତି।

ଯାତ୍ରା ୩୪:୬
ସଦାପ୍ରଭୁ ମୋଶାଙ୍କ ସମ୍ମୁଖକୁ ଆସି ଏହା ଘୋଷଣା କଲେ। “ଯିହୋବାଃ, ଯିହୋବାଃ ଦୟାଶୀଳ ପରମେଶ୍ୱର, ସେ କ୍ରୋଧରେ ଧିର। ସେ ଦୟାଳୁ ଓ ସତ୍ୟତାରେ ପରିପୂର୍ଣ୍ଣ।

ଯାକୁବ 1:17
ପ୍ରତ୍ୟେକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ୱରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ୟୋତିଃର୍ଗଣ ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆସେ। ପରମେଶ୍ୱର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।

ଯୋହନ 10:10
ଜଣେ ଗ୍ଭେର ଗ୍ଭେରି, ହତ୍ୟା ଓ ନଷ୍ଟ କରିବା ପାଇଁ ଆସେ। କିନ୍ତୁ ମୁଁ ସେମାନଙ୍କୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦେବା ପାଇଁ ଆସିଛି।

ଲୂକ 6:38
ଅନ୍ୟକୁ ଦିଅ, ତେବେ ତୁମ୍ଭେମାନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆଯିବ। ତୁମ୍ଭେମାନେ ଯେତିକି ଧରି ପାରିବ, ତା’ଠାରୁ ଅଧିକ ତୁମ୍ଭମାନଙ୍କ ହାତରେ ଢାଳି ଦିଆଯିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆଯିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡ଼ିବ। ତୁମ୍ଭେମାନେ ଯେଉଁଭଳି ଭାବରେ ଅନ୍ୟକୁ ଦେବ, ପରମେଶ୍ୱର ବି ତୁମ୍ଭମାନଙ୍କୁ ସେହିଭଳି ଭାବରେ ଦେବେ।”

ଲୂକ 6:45
ଜଣେ ଭଲ ଲୋକର ମନ ଭିତରେ ଭଲ ବିଷୟ ସଞ୍ଚିତ ହୋଇ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତରେ ଖରାପ ବିଷୟ ସଞ୍ଚିତ ହୋଇ ରିହଥାଏ। ତେଣୁ ତା’ ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତରେ ଯାହା ଥାଏ, ସେ ତାହା କହିଥାଏ।

ମାଥିଉ 6:33
ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା’ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ।

ଫିଲିପ୍‍ପୀୟ ୪:୧୯
ପରମେଶ୍ୱର ସେଗୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନରେ ମୋ’ ପରମେଶ୍ୱର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାଙ୍କ ଧନର ବ୍ୟବହାର କରିବେ।

ହିତୋପଦେଶ ୩:୫-୧୦
[୫] ତୁମ୍ଭେ ସର୍ବାନ୍ତଃ ହୃଦୟରେ ସଦାପ୍ରଭୁଙ୍କୁ ବିଶ୍ୱାସ କର ଏବଂ ନିଜର ଚତୁରତା ଉପରେ ନିର୍ଭର କର ନାହିଁ।[୬] ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।[୭] ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ମନ୍ଦଠାରୁ ଦୂରେଇ ରୁହ।[୮] ଯଦି ତୁମ୍ଭେ ଏପରି କର, ତେବେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାହା ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହୋଇ ତୁମ୍ଭକୁ ଶକ୍ତିଶାଳୀ କରିବ।[୯] ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।[୧୦] ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।

ଗୀତସଂହିତା 23:5
ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ। ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ। ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।

ଗୀତସଂହିତା ୩୬:୮
ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି। ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।

ଗୀତସଂହିତା ୩୭:୧୧
ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ ଓ ସେମାନେ ଶାନ୍ତି ଉପଭୋଗ କରିବେ।

ଗୀତସଂହିତା ୬୫:୧୧
ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ। ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।

ଗୀତସଂହିତା ୭୨:୧୬
କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ। ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ। କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।

ରୋମୀୟ ୧୫:୧୩
ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା’ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ।

ଗୀତସଂହିତା ୬୬:୮-୧୨
[୮] ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର। ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।[୯] ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।[୧୦] ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।[୧୧] ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ। ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।[୧୨] ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ। ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।

Odia Bible ERV 2010
Easy-to-Read Version Copyright © 2010 World Bible Translation Center