୧ |
ହେ ଭାଇମାନେ, ଆତ୍ମିକ ଦାନ ସମ୍ଵନ୍ଧରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ । |
୨ |
ତୁମ୍ଭେମାନେ ଜାଣ ଯେ, ଯେତେବେଳେ ତୁମ୍ଭେମାନେ ବିଜାତି ଥିଲ, ସେତେବେଳେ ଯେପରି ପରିଚାଳିତ ହେଉଥିଲ, ସେହିପରି ଭ୍ରାନ୍ତ ଭାବରେ ଚାଳିତ ହୋଇ ମୂକ ପ୍ରତିମାମାନଙ୍କ ଅନୁଗତ ଥିଲ । |
୩ |
ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଜଣାଉଅଛି, ଈଶ୍ଵରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ ‘ଯୀଶୁ ଅଭିଶପ୍ତʼ ବୋଲି କୁହେ ନାହିଁ, ପୁଣି କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ ‘ଯୀଶୁ ପ୍ରଭୁʼ ବୋଲି କହି ପାରେ ନାହିଁ । |
୪ |
ଅନୁଗ୍ରହଦାନ ବିଭିନ୍ନ ପ୍ରକାର, କିନ୍ତୁ ଆତ୍ମା ଏକ; |
୫ |
ସେବା ବିଭିନ୍ନ ପ୍ରକାର, ଆଉ, ପ୍ରଭୁ ଏକ; |
୬ |
କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ଵର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି । |
୭ |
କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ । |
୮ |
କାରଣ ଜଣକୁ ଆତ୍ମାଙ୍କ ଦ୍ଵାରା ବୁଦ୍ଧିର ବାକ୍ୟ, ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଶିକ୍ଷାନୁଯାୟୀ ଜ୍ଞାନର ବାକ୍ୟ, |
୯ |
ଅପର ଜଣକୁ ସେହି ଆତ୍ମାଙ୍କ ଦ୍ଵାରା ବିଶ୍ଵାସ, ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ଵାରା ଆରୋଗ୍ୟ କରିବାର ଶକ୍ତି, |
୧୦ |
ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ । |
୧୧ |
କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ପୃଥକ୍ ପୃଥକ୍ ରୂପେ ଦାନ ବିତରଣ କରି ଏହିସମସ୍ତ କର୍ମ ସାଧନ କରନ୍ତି । |
୧୨ |
କାରଣ ଯେପରି ଶରୀର ଏକ, ଆଉ ସେଥିର ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ । |
୧୩ |
ଯେଣୁ ଆମ୍ଭେମାନେ ଯିହୁଦୀ ହେଉ ବା ଗ୍ରୀକ୍ ହେଉ, ଦାସ ହେଉ ବା ସ୍ଵାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ଵାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ; ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ । |
୧୪ |
କାରଣ ଶରୀର ତ ଏକ ଅଙ୍ଗ ନୁହେଁ, ମାତ୍ର ଅନେକ । |
୧୫ |
ପାଦ ଯଦି କହେ, ମୁଁ ହାତ ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ । |
୧୬ |
ପୁଣି କାନ ଯଦି କହେ, ମୁଁ ଆଖି ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ । |
୧୭ |
ସମସ୍ତ ଶରୀର ଯଦି ଚକ୍ଷୁ ହୁଏ, ତେବେ ଶ୍ରବଣ କେଉଁଠାରେ? ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ, ତେବେ ଆଘ୍ରାଣ କେଉଁଠାରେ? |
୧୮ |
କିନ୍ତୁ ଈଶ୍ଵର ଅଙ୍ଗପ୍ରତ୍ୟଙ୍ଗକୁ ଗୋଟି ଗୋଟି କରି ଶରୀରରେ ଆପଣା ଇଚ୍ଛାନୁସାରେ ଖଞ୍ଜିଅଛନ୍ତି । |
୧୯ |
ଆଉ, ଯଦି ସେସମସ୍ତ ଗୋଟିଏ ଅଙ୍ଗ ହୋଇଥାଆନ୍ତା, ତେବେ ଶରୀର କେଉଁଠାରେ? |
୨୦ |
କିନ୍ତୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀର ଏକ । |
୨୧ |
ତୋʼଠାରେ ମୋହର ପ୍ରୟୋଜନ ନାହିଁ ବୋଲି ଆଖି ହାତକୁ କହି ପାରେ ନାହିଁ, କିଅବା ତୋʼଠାରେ ମୋହର ପ୍ରୟୋଜନ ନାହିଁ ବୋଲି ମସ୍ତକ ପାଦକୁ କହି ପାରେ ନାହିଁ । |
୨୨ |
ବରଂ ଅନ୍ୟ ପକ୍ଷରେ ଶରୀରର ଯେସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଧିକ ଦୁର୍ବଳ ବୋଲି ବୋଧ ହୁଏ, ସେହିସବୁ ଏକା; ପ୍ରୟୋଜନୀୟ; |
୨୩ |
ପୁଣି, ଶରୀରର ଯେଉଁସବୁ ଅଙ୍ଗ ଅଧିକ ଆଦରହୀନ ବୋଲି ଆମ୍ଭମାନଙ୍କୁ ବୋଧ ହୁଏ, ସେହିସବୁ ଅଙ୍ଗକୁ ଆମ୍ଭେମାନେ ଅଧିକତର ସମାଦରରେ ଭୂଷିତ କରୁ; ଆଉ ଆମ୍ଭମାନଙ୍କ ଅସୁନ୍ଦର ଅଙ୍ଗଗୁଡ଼ିକ ଅଧିକତର ଶୋଭାଯୁକ୍ତ ହୁଏ, |
୨୪ |
କିନ୍ତୁ ଆମ୍ଭମାନଙ୍କର ସୁନ୍ଦର ଅଙ୍ଗଗୁଡ଼ିକର ଶୋଭାଯୁକ୍ତ ହେବା ପ୍ରୟୋଜନ ନାହିଁ । |
୨୫ |
ମାତ୍ର ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ, ବରଂ ଅଙ୍ଗପ୍ରତ୍ୟଙ୍ଗ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି, ଏଥିପାଇଁ ଈଶ୍ଵର ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦେଇ ଶରୀରକୁ ସଙ୍ଗଠନ କରିଅଛନ୍ତି । |
୨୬ |
ଆଉ, ଗୋଟିଏ ଅଙ୍ଗ ଦୁଃଖଭୋଗ କଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତାʼର ସହିତ ଦୁଃଖଭୋଗ କରନ୍ତି, କିମ୍ଵା ଗୋଟିଏ ଅଙ୍ଗ ଗୌରବପ୍ରାପ୍ତ ହେଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତାʼର ସହିତ ଆନନ୍ଦ କରନ୍ତି । |
୨୭ |
ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏକ ଏକ ଅଙ୍ଗସ୍ଵରୂପ । |
୨୮ |
ପୁଣି, ଈଶ୍ଵର ମଣ୍ତଳୀରେ ପ୍ରଥମରେ ପ୍ରେରିତ, ଦ୍ଵିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି; ପରେ ଶକ୍ତିର କାର୍ଯ୍ୟ, ତତ୍ପରେ ଆରୋଗ୍ୟ କରିବାର ଶକ୍ତି, ପରୋପକାରିତା, ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି । |
୨୯ |
ସମସ୍ତେ କି ପ୍ରେରିତ? ସମସ୍ତେ କି ଭାବବାଦୀ? ସମସ୍ତେ କି ଶିକ୍ଷକ? ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ? |
୩୦ |
ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କି ପରଭାଷାରେ କଥା କହନ୍ତି? ସମସ୍ତେ କି ଭାଷାର ଅର୍ଥ କରନ୍ତି? |
୩୧ |
କିନ୍ତୁ ଶ୍ରେଷ୍ଠ ଦାନସମସ୍ତ ପାଇବା ନିମନ୍ତେ ଏକା; ଚେଷ୍ଟା କର । ଅଧିକନ୍ତୁ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି ।
|
Odia Bible (OROV) 2014 |
Copyright © 2014 by The Bible Society of India |
|
|
|
|
|
|
|
|
|
|
୧ କରିନ୍ଥୀୟ ୧୨:1 |
୧ କରିନ୍ଥୀୟ ୧୨:2 |
୧ କରିନ୍ଥୀୟ ୧୨:3 |
୧ କରିନ୍ଥୀୟ ୧୨:4 |
୧ କରିନ୍ଥୀୟ ୧୨:5 |
୧ କରିନ୍ଥୀୟ ୧୨:6 |
୧ କରିନ୍ଥୀୟ ୧୨:7 |
୧ କରିନ୍ଥୀୟ ୧୨:8 |
୧ କରିନ୍ଥୀୟ ୧୨:9 |
୧ କରିନ୍ଥୀୟ ୧୨:10 |
୧ କରିନ୍ଥୀୟ ୧୨:11 |
୧ କରିନ୍ଥୀୟ ୧୨:12 |
୧ କରିନ୍ଥୀୟ ୧୨:13 |
୧ କରିନ୍ଥୀୟ ୧୨:14 |
୧ କରିନ୍ଥୀୟ ୧୨:15 |
୧ କରିନ୍ଥୀୟ ୧୨:16 |
୧ କରିନ୍ଥୀୟ ୧୨:17 |
୧ କରିନ୍ଥୀୟ ୧୨:18 |
୧ କରିନ୍ଥୀୟ ୧୨:19 |
୧ କରିନ୍ଥୀୟ ୧୨:20 |
୧ କରିନ୍ଥୀୟ ୧୨:21 |
୧ କରିନ୍ଥୀୟ ୧୨:22 |
୧ କରିନ୍ଥୀୟ ୧୨:23 |
୧ କରିନ୍ଥୀୟ ୧୨:24 |
୧ କରିନ୍ଥୀୟ ୧୨:25 |
୧ କରିନ୍ଥୀୟ ୧୨:26 |
୧ କରିନ୍ଥୀୟ ୧୨:27 |
୧ କରିନ୍ଥୀୟ ୧୨:28 |
୧ କରିନ୍ଥୀୟ ୧୨:29 |
୧ କରିନ୍ଥୀୟ ୧୨:30 |
୧ କରିନ୍ଥୀୟ ୧୨:31 |
|
|
|
|
|
|
୧ କରିନ୍ଥୀୟ 1 / ୧କରି 1 |
୧ କରିନ୍ଥୀୟ 2 / ୧କରି 2 |
୧ କରିନ୍ଥୀୟ 3 / ୧କରି 3 |
୧ କରିନ୍ଥୀୟ 4 / ୧କରି 4 |
୧ କରିନ୍ଥୀୟ 5 / ୧କରି 5 |
୧ କରିନ୍ଥୀୟ 6 / ୧କରି 6 |
୧ କରିନ୍ଥୀୟ 7 / ୧କରି 7 |
୧ କରିନ୍ଥୀୟ 8 / ୧କରି 8 |
୧ କରିନ୍ଥୀୟ 9 / ୧କରି 9 |
୧ କରିନ୍ଥୀୟ 10 / ୧କରି 10 |
୧ କରିନ୍ଥୀୟ 11 / ୧କରି 11 |
୧ କରିନ୍ଥୀୟ 12 / ୧କରି 12 |
୧ କରିନ୍ଥୀୟ 13 / ୧କରି 13 |
୧ କରିନ୍ଥୀୟ 14 / ୧କରି 14 |
୧ କରିନ୍ଥୀୟ 15 / ୧କରି 15 |
୧ କରିନ୍ଥୀୟ 16 / ୧କରି 16 |